ଆଜି ଫାଇନାଲ ଟି-୨୦ ମ୍ୟାଚ୍ ! ଉଭୟ ଭାରତ ଓ ଇଂଲଣ୍ଡ ସିରିଜ ହାତେଇବା ପାଇଁ କରିବେ ଫାଇଟ ।

23

ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନ୍ତିମ ଟି-୨୦ ମ୍ୟାଚ । ପ୍ରଥମ ମ୍ୟାଚରେ ଇଂଲଣ୍ଡ ବ୍ୟାଟିଂ ଓ ବୋଲିଂକୁ ବିପର୍ଯ୍ୟୟ କରି ବିଜୟ ହାସଲ କରିଥିଲା ଭାରତୀୟ କ୍ରିକେଟ ଟିମ । କିନ୍ତୁ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତୀୟ ଦଳକୁ କଡା ଟକ୍କର ଦେଲା ମେସବାନ ଇଂଲଣ୍ଡ ଟିମ୍ । ତେବେ ୩ଟିକିଆ ମ୍ୟାଚ ବିଶିଷ୍ଟ ଏହି ଟି-୨୦ ସିରିଜରେ ଉଭୟ ଇଂଲଣ୍ଡ ଓ ଭାରତ ଗୋଟିଏ ଲେଖାଏଁ ମ୍ୟାଚ ଜିତିଥିଛନ୍ତି । ଆଜି ଇଂଲଣ୍ଡର ବ୍ରିଷ୍ଟଲ ଠାରେ ଖେଳାଯିବାକୁଥିବା ଏହି ଅନ୍ତିମ ତଥା ଫାଇନାଲ ଟି-୨୦ ମ୍ୟାଚ ଉଭୟଙ୍କ ପାଇଁ ଚ୍ୟାଲେଞ୍ଜ ସଦୃଶ । ଭାରତ ପାଇଁ ପ୍ରଥମ ମ୍ୟାଚରେ ବୋଲିଂରେ କୁଲଦୀପ ଯାଦବ ଏବଂ ବ୍ୟାଟିଂରେ କେ.ଏଲ ରହୁଲଙ୍କ ବିସ୍ଫୋରକ ବ୍ୟାଟିଂ ଇଂଲଣ୍ଡ ଦଳକୁ ପରାଜୟର ଦ୍ୱାର ଦେଖାଇଥିଲା ।

ହେଲେ କାର୍ଡିଫରେ ଦ୍ୱିତୀୟ ଟି-୨୦ ମ୍ୟାଚରେ ଇଂଲଣ୍ଡ ବୋଲରମାନେ ଭାରତୀୟ ବ୍ୟାଟିଂକୁ ବିପର୍ଯ୍ୟୟ କରି ମାତ୍ର ୧୪୦ ରନର ପିଛାକରି ବିଜୟୀ ହୋଇଥିଲେ । ଯାହାଫଳରେ ତିନି ମ୍ୟାଚ ବିଶିଷ୍ଟ ଏହି ଟି-୨୦ ସିରିଜର ଅନ୍ତିମ ମ୍ୟାଚ ରୋମାଞ୍ଚପୂର୍ଣ୍ଣ ହୋଇଯାଇଛି । ଏକ ପ୍ରକାର ନିର୍ଣ୍ଣାୟକ ମ୍ୟାଚ ପାଲଟିଥିବା ଏହି ଶେଷ ଟି-୨୦ ମ୍ୟାଚରେ କାହାର ପଲଡା ଭାରି ରହିବ ଆକଳନ କରିବା ମୁସକିଲ ହୋଇପଡିଛି । ପାଖାପାଖି ଗୋଟିଏ ବର୍ଷପରେ ଭାରତୀୟ ସ୍ପିନ ସମସ୍ୟାରେ ପଡିଯାଇଛି । କାରଣ ପୂର୍ବରୁ ଶ୍ରୀଲଙ୍କା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ଟିମକୁ ଧୂଳି ଚଟାଇଥିଲେ ଭାରତୀୟ ସ୍ପିନର । କିନ୍ତୁ ଇଂଲଣ୍ଡ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚରେ ଇଂଲଣ୍ଡ ଦଳ ଭାରଦୀୟ ସ୍ପିନର କୁଲଦୀପ ଓ ଚହଲଙ୍କ ଯୋଡିଙ୍କୁ ନିଜ ଧୂଆଁଧାର ବ୍ୟାଟିଂ ଜରିଆରେ ଫିକା କରିଦେଇଥିଲା ।

ଚୂଡାନ୍ତ ଏକାଦଶରେ ପରିବର୍ତନ ସମ୍ଭାବନା କମ୍

ଇଂଲଣ୍ଡ ଦ୍ୱିତୀୟ ମ୍ୟାଚ୍ ଜିତି ସ୍ଥିତି ସମାନ ସ୍ତରରେ ପହଞ୍ଚାଇ ଦେଇଥିବାରୁ ଚାପରେ ପଡ଼ିଯାଇଥିବା ଭାରତ ତା’ର ଚୂଡାନ୍ତ ଏକାଦଶରେ ବିଶେଷ ପରିବର୍ତନ କରିବା ସମ୍ଭାବନା କମ୍ ରହିଛି। ଦ୍ୱିତୀୟ ମ୍ୟାଚ୍ ସହ ଆଗୁଆ ଶୃଙ୍ଖଳା ଜିତି ନେଇଥିଲେ ତୃତୀୟ ମ୍ୟାଚ୍ରେ ହୁଏତ ଦଳରେ ବସି ରହିଥିବା ମନୀଷ ପାଣ୍ଡେ, ଦୀନେଶ କାର୍ତିକ, ସିଦ୍ଧାର୍ଥ କୌଲ, କ୍ରୁନାଲ ପାଣ୍ଡ୍ୟା ଓ ଦୀପକ୍ ଚହରଙ୍କୁ ପରୀକ୍ଷାନିରୀକ୍ଷା କରାଯାଇଥାନ୍ତା ବୋଲି କହିଛନ୍ତି ଅଧିନାୟକ ବିରାଟ କୋହଲି। ହେଲେ ଏବେ ପରୀକ୍ଷାର ବେଳ ନାହିଁ। କେବଳ ଶୃଙ୍ଖଳା ଜିତିବାର ଲକ୍ଷ୍ୟ ରହିଥିବାରୁ ରିସ୍କ ନିଆଯାଇପାରିବ ନାହିଁ ବୋଲି କୋହଲି କହିଛନ୍ତି। ଅନ୍ୟପଟେ ଘରୋଇ ଇଂଲଣ୍ଡ ପାଇଁ ସମାନ ସ୍ଥିତି ରହିଛି। ଏହି ଦଳ ମଧ୍ୟ ବ୍ୟାଟିଂକ୍ରମରେ କୌଣସି ପରିବର୍ତନ ଆଣିବାକୁ ଚାହୁଁନି। ପରିବେଶରେ ସେଭଳି କିଛି ପରିବର୍ତନ ନଘଟିଲେ ବିଜୟୀ ଦଳର ଚୂଡାନ୍ତ ଏକାଦଶ ତୃତୀୟ ମ୍ୟାଚ୍ରେ ବଜାୟ ରହିବ ବୋଲି ଅଧିନାୟକ ଇଅନ୍ ମୋର୍ଗାନ୍ ଆଭାସ ଦେଇଛନ୍ତି।