ସୁପର ସଣ୍ଡେରେ ସୁପର ଫାଇଟ୍ । କାଲି ନାଗପୁରରେ ଭାରତ-ବାଂଲାଦେଶ ନିର୍ଣ୍ଣାୟକ ଲଢେଇ, ସିରିଜ୍ କବଜା ଲକ୍ଷ୍ୟରେ ଉଭୟ ଦଳ ।

291

କନକ ବ୍ୟୁରୋ : ସୁପର ସଣ୍ଡେର ସୁପର ଫାଇଟ୍ । କାଲି ହେବ ହାଇଭୋଲଟେଜ୍ ଲଢେଇ । ସିରିଜ କବଜା କରିବା ଲକ୍ଷ୍ୟରେ କାଲି ମଇଦାନକୁ ଓହ୍ଲାଇବେ ଉଭୟ ଭାରତ ଏବଂ ବାଂଲାଦେଶ । ନାଗପୁରର ବିଦର୍ଭ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ସନ୍ଧ୍ୟା ୭ଟାରେ ଖେଳାଯିବ ଟି-୨୦ ସିରିଜର ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ୍ ।

ସିରିଜର ରୋମାଞ୍ଚକର ପ୍ରଥମ ମ୍ୟାଚରେ ଭାରତକୁ ପରାସ୍ତ କରି ୧-୦ରେ ଆଗୁଆ ଥିଲା ବାଂଲାଦେଶ । ଏହା ପରେ ଦ୍ୱିତୀୟ ଟି-୨୦ରେ ବାଂଲାଦେଶକୁ ବଡ ବ୍ୟବଧାନରେ ହରାଇ ସିରିଜ୍ ବରାବର କରିଥିଲା ଟିମ୍ ଇଣ୍ଡିଆ । ତେଣୁ କାଲିର ମ୍ୟାଚ୍ ଏଥିପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ, କାରଣ ଯିଏ ମ୍ୟାଚ୍ ଜିତିବ, ସିଏ ସିରିଜ୍ ଉପରେ କବଜା କରିବ ।

ଅନ୍ୟପଟେ ସବୁଠାରୁ ବଡ କଥା ହେଉଛି, ଟିମ୍ ଇଣ୍ଡିଆ ବିପକ୍ଷରେ କେବେହେଲେ ଟି-୨୦ ସିରିଜ୍ ଜିତିନାହିଁ ବାଂଲାଦେଶ । ତେଣୁ କାଲିର ମ୍ୟାଚ୍ ଜିତି ଏକ ଐତିହାସିକ ରେକର୍ଡ ରଚିବାକୁ ଆଶା ରଖିଛି ବାଂଲାଦେଶ । ସେପଟେ ପ୍ରଥମ ମ୍ୟାଚରେ ପରାଜୟ ପରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଦ୍ୱିତୀୟ ମ୍ୟାଚରେ ଜବରଦସ୍ତ କମବ୍ୟାକ୍ କରିଛି । ତେଣୁ କାଲିର ମ୍ୟାଚ ଜିତି ସିରିଜ୍ କବଜା କରିବା ଲକ୍ଷ୍ୟରେ ରହିଛି ଭାରତ ।

ସମ୍ଭାବ୍ୟ ଭାରତୀୟ ଦଳ : ରୋହତ ଶର୍ମା (ଅଧିନାୟକ), ଶିଖର ଧାୱନ, ଲୋକେଶ ରାହୁଲ, ଶ୍ରେୟସ ଆୟର, ଋଷଭ ପନ୍ଥ (ଓି୍ୱକେଟରକ୍ଷକ), କୃର୍ଣ୍ଣାଲ ପାଣ୍ଡ୍ୟା, ଶିଭମ୍ ଦୁବେ, ୱାସିଙ୍ଗଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ, ଦୀପକ ଚହର ଏବଂ ସାର୍ଦ୍ଦୁଲ ଠାକୁର ।