କାଲି ନିର୍ଣ୍ଣାୟକ ଲଢେଇ ! ମ୍ୟାଚ୍ ଜିତିଲେ ଅଷ୍ଟ୍ରେଲିଆ ମାଟିରେ ଇତିହାସ ରଚିବ ଭାରତ ।

259

ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜରେ ଆସନ୍ତାକାଲି ଖେଳାଯିବ ଶେଷ ତଥା ନିର୍ଣ୍ଣାୟକ ମୁକାବିଲା । ପ୍ରଥମ ଦିନିକିଆକୁ ଅଷ୍ଟ୍ରେଲିଆ ଜିତି ନେଇଥିବା ବେଳେ ଦ୍ୱିତୀୟ ଦିନିକିଆ ଜିତି ସିରିଜକୁ ବରାବର ରଖିଛି ଭାରତ । ତେବେ ଟେଷ୍ଟ ସିରିଜରେ ଇତିହାସ ରଚିବା ପରେ ଏବେ ଦିନିକିଆ ସିରିଜରେ ମଧ୍ୟ ରେକର୍ଡ ସ୍ଥାପନ କରିବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ମେଲବର୍ଣ୍ଣ ଗ୍ରାଉଣ୍ଡରେ ଏହି ନିର୍ଣ୍ଣାୟକ ମୁକାବିଲା ଖେଳାଯିବାକୁ ଥିବା ବେଳେ ଉଭୟ ଦଳ ଜୋରଦାର ଅଭ୍ୟାସ କରିଛନ୍ତି ।

ଅଷ୍ଟ୍ରେଲିଆ ମାଟିରେ ଭାରତ କେବେ ହେଲେ ଦ୍ୱିପାକ୍ଷିୟ ଦିନିକିଆ ସିରିଜ ଜିତି ନାହିଁ । ତେବେ କାଲିର ମ୍ୟାଚରେ ଯଦି ଭାରତ ବିଜୟୀ ହୁଏ, ତେବେ ଅଷ୍ଟ୍ରେଲିଆ ମାଟିରେ ଟିମ୍ ଇଣ୍ଡିଆ ଏକ ନୂଆ ଇତିହାସ ରଚିବ । ଆଉ ସବୁଠାରୁ ବଡ କଥା ହେଉଛି ଏହି ମ୍ୟାଚରେ ବିଜୟୀ ହେଲେ ଅଷ୍ଟ୍ରେଲିଆ ମାଟିରେ ଭାରତ ଗୋଟିଏ ବି ସିରିଜ ନହାରି ଭାରତକୁ ଫେରିବ । କାରଣ ଟି-୨୦ ସିରିଜ ୧-୧ରେ ବରାବର ରହିଥିବା ବେଳେ ଟେଷ୍ଟ ସିରିଜରେ ଟିମ୍ ଇଣ୍ଡିଆ ୨-୧ରେ ଜିତି ଇତିହାସ ରଚିଥିଲା । ତେବେ କାଲିର ମ୍ୟାଚ ଜିତିବାକୁ ହେଲେ ଉଭୟ ଦଳକୁ ଭଲ ପଦର୍ଶନ କରିବାକୁ ହେବ ।

ଭାରତୀୟ ଦଳ : ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧୱନ, ଅମ୍ବାତି ରାଇଡୁ, ଦିନେଶ କାର୍ତ୍ତିକ, କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନୀ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ରବିନ୍ଦ୍ର ଜାଡେଜା, ଭୁବନେଶ୍ୱର କୁମାର, ବିଜୟ ଶଙ୍କର, ଖଲିଲ ଅହମ୍ମଦ, ମହମ୍ମଦ ଶାମି ଏବଂ ମହମ୍ମଦ ସିରାଜ ।