ବିରାଟ ବାହିନୀର ବାଜିମାତ୍ ! ୨ୟ ଦିନିକିଆରେ ୫୦ରନରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତ

60

କନକ ବ୍ୟୁରୋ : ବିରାଟ ବାହିନୀର ବାଜିମାତ୍ ! ୨ୟ ଦିନିକିଆରେ ୫୦ରନରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତ । କୁଳଦୀପ ଯାଦବଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ବଳରେ ଭାରତ ୫୦ରନ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଅଷ୍ଟ୍ରେଲିଆ ୪୩.୧ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୨୦୨ ରନ୍‌ ସଂଗ୍ରହ କରିଛି । ଅଷ୍ଟ୍ରେଲିଆର ୧୪୮ ରନ୍‌ ଥିବା ବେଳେ, କୁଳଦୀପ ଯାଦବ ୩୩ ନମ୍ବର ଓଭର ବୋଲିଂ କରି ହ୍ୟାଟ୍ରିକ ଓ୍ଵିକେଟ ନେଇ ଭାରତର ବିଜୟକୁ ସହଜ କରିଥିଲେ। କୋଲକାତା ଦିନିକିଆରେ ବିଜୟୀ ହେବା ପରେ ବିରାଟ ବାହିନୀ ଶୃଙ୍ଖଳାର ୨-୦ ଆଗରେ ରହିଛି। କୋଲକାତାର ଇଡେନ ଗାର୍ଡେନରେ ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଥିବା ୫ଟି ଦିନିକିଆ ଶୃଙ୍ଖଳାର ୨ୟ ଦିବା-ରାତ୍ର ମ୍ୟାଚରେ ଗୁରୁବାର ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ବିରାଟ ବାହିନୀ। ୨୫୩ ରନ୍‌ ବିଜୟ ଲକ୍ଷ୍ୟ ନେଇ ୨ୟ ପାଳି ଆରମ୍ଭ କରିଥିବା ଅଷ୍ଟ୍ରେଲିଆ ମାତ୍ର ୨ ରନ୍‌ରେ ପ୍ରଥମ ଓ୍ଵିକେଟ ହରାଇଥିଲା। ସେହିଭଳି ଅଷ୍ଟ୍ରେଲିଆର ୨ୟ ଓ୍ଵିକେଟ ୯ ରନ୍‌ରେ ପଡ଼ିଥିଲା। ୩ୟ ଓ୍ଵିକେଟରେ ଅଧିନାୟକ ଷ୍ଟିଭେନ ସ୍ମିଥ ଓ ତ୍ରବିସ ହେଡ୍‌ଙ୍କ ଭାଗିଦାରୀ ବଳରେ ଦଳୀୟ ସ୍କୋର ୮୫ରେ ପହଞ୍ଚି ଥିଲା। ପରେ ଅନ୍ୟ ଖେଳାଳିମାନେ ଭଲ ପ୍ରଦର୍ଶନ କରିପାରି ନଥିଲେ।

ତ୍ରବିସ ହେଡ଼ ୩୯ଟି ବଲ ଖେଳି ୩୯ ରନ୍‌ ସଂଗ୍ରହ କରିବା ପରେ ୟୁଜବେନ୍ଦ୍ର ଚହଳଙ୍କ ବଲକୁ ମନୀଷ ପାଣ୍ଡେଙ୍କୁ ଦେଇ ପାଭଲିୟନ ଫେରିଯାଇଥିଲେ। ସେହିପରି ଚହଲଙ୍କ ବଲକୁ ମହେନ୍ଦ୍ର ସିଂହ ଧୋନିକୁ ଦେଇ ଆଉଟ ହୋଇଥିଲେ ଗ୍ଲେନ ମ୍ୟାକ୍ସେଓ୍ଵଲ(୧୪)। ପୂର୍ବରୁ ଓପନର ହିଲଟନ୍‌ ଓ ଡାଭିଡ଼ ଓ୍ଵାର୍ଣ୍ଣରକୁ ହରାଇଛି। ହିଲଟନ୍‌ କେଟରାଇଟ(୧) ୧୫ଟି ବଲ ଖେଳି ଭୁବନେଶ୍ୱର କୁମାରଙ୍କ ବଲ ଖେଲିବାକୁ ଯାଇ ଭୁବନେଶ୍ୱର କୁମାରଙ୍କ ଦ୍ୱାରା ବୋଲ୍ଡ ହୋଇଥିବା ବେଳେ, ୯ଟି ବଲ ଖେଳି ଓ୍ଵାର୍ଣ୍ଣର(୧) ଭୁବନେଶ୍ୱର କୁମାରଙ୍କ ବଲ ଆଜିଙ୍କ୍ୟ ରାହାଣେଙ୍କୁ ଦେଇଥିଲେ। ଅଷ୍ଟ୍ରେଲିଆର ୪ର୍ଥ ଓ୍ଵିକେଟ ୧୦୬ରେ ମ୍ୟାକ୍ସେଓ୍ଵଲ(୧୪), ୫ମ ଓ୍ଵିକେଟ ୧୩୮ ରନ୍‌ରେ ଷ୍ଟିଭେନ ସ୍ମିଥ(୫୯), ୬ଷ୍ଟ ଓ୍ଵିକେଟ ୧୪୮ ରନ୍‌ରେ ମ୍ୟାଥୁ ଓ୍ଵାଡେ(୨), ୭ମ ଓ୍ଵିକେଟରେ ୧୪୮ ରନ୍‌ରେ ଆଷ୍ଟନ ଅଗର(୧), ୮ମ ଓ୍ଵିକେଟରେ ୧୪୮ ରନ୍‌ରେ ପ୍ୟାଟ କୁମିନ (୧), ୯ମ ଓ୍ଵିକେଟ ୧୮୨ରେ କଲଟର ନାଇଲ(୮) ଓ ଶେଷରେ ଆଉଟ ହୋଇଥିଲେ।

ଭାରତର କୁଳଦୀପ ଯାଦବ ଓ ଭୁବନେଶ୍ୱର କୁମାର ୩ଟି ଲେଖାଏଁ ଓ୍ଵିକେଟ ନେଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଓ ଯୁଯବେନ୍ଦ୍ର ଚହଲଙ୍କୁ ୨ଟି ଲେଖାଏଁ ଓ୍ଵିକେଟ ମିଳିଛି।

ଭାରତର ପ୍ରଥମ ପାଳିରେ ଓପନର ଆଜିଙ୍କ୍ୟ ରାହାଣେ ଓ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ଶତକୀୟ ଭାଗିଦାରୀ(୧୦୨ ରନ୍‌) ବଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ଅଷ୍ଟ୍ରେଲିଆ ବିରୋଧରେ ସମସ୍ତ ଓ୍ଵିକେଟ ହରାଇ ୨୫୨ ରନ୍‌ ସଂଗ୍ରହ କରିଥିଲା। ଭୁବନେଶ୍ୱର କୁମାର (୨୦) କେନ ରିଚାର୍ଡସନଙ୍କ ବଲକୁ ଖେଳିବାକୁ ଯାଇ ମ୍ୟାକ୍ସେଓ୍ଵଲଙ୍କୁ କ୍ୟାଚ ଦେଇଥିଲେ। ଭାରତର ଅଷ୍ଟମ ଓ୍ଵିକେଟ ୨୩୯ରନ୍‌ରେ ପଡ଼ିଥିଲା। କୁଳଦୀପ ଯାଦବ(୦) ପେଟ୍‌ କୁମିନଙ୍କ ବଲ ଖେଳିବାକୁ ଯାଇ ଓ୍ଵିକେଟ କିପର ମ୍ୟାଥ୍ୟୁ ଓ୍ଵାଡେଙ୍କ ଦ୍ୱାରା କ୍ୟାଚ ଆଉଟ ହୋଇଥିଲେ। ଅଷ୍ଟ୍ରେଲିଆର ୯ମ ଶିକାର ହୋଇଛନ୍ତି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା(୨୦)। ସେ କେନ ରିଚାର୍ଡସନଙ୍କ ବଲ ଖେଳି ଡାଭିଡ ଓ୍ଵାର୍ଣ୍ଣରଙ୍କୁ କ୍ୟାଚ ଦେଇଥିଲେ। ସେହିଭଳି ମ୍ୟାଥୁ ଓ୍ଵାଡେଙ୍କ ଦ୍ୱାର ୟୁଜବେନ୍ଦ୍ର ଚହଲ (୧) ରନ୍‌ ଆଉଟ ହୋଇଥିଲେ।

କ୍ୟାପଟେନ କୁଲ ମହେନ୍ଦ୍ର ସିଂହ ଧୋନି(୫) ୧୦ଟି ବଲ ଖେଲି କେନ ରିଚାର୍ଡସନଙ୍କ ବଲକୁ ଅଷ୍ଟ୍ରେଲିଆର ଅଧିନାୟକକ ଷ୍ଟିଭେନ ସ୍ମିଥଙ୍କୁ ଦେଇଥିଲେ। ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି(୯୨) ଆଉଟ ହୋଇ ପାଭଲିୟନ ଫେରିଥିଲେ। ସେ ନାଥାନ କୁଲଟରଙ୍କ ବଲ ଖେଲିବାକୁ ଯାଇ କୋହଲି ବୋଲ୍ଡ ହୋଇଥିଲେ। ପୂର୍ବରୁ ଅଷ୍ଟ୍ରେଲିଆର ୪ର୍ଥ ଶିକାର ହୋଇଥିଲେ କେଦାର ଯାଧବ(୨୪)। ସେ ନାଥାନ କଲଟରଙ୍କ ବଲ ଖେଳିବାକୁ ଯାଇ ମ୍ୟାକ୍ସେଓ୍ଵଲଙ୍କୁ କ୍ୟାଚ ଦେଇଥିଲେ।

ଭାରତର ପ୍ରଥମ ଓ୍ଵିକେଟ ୧୯ରେ ପଡ଼ିଥିଲା। ନାଥାନ କଲଟରଙ୍କ ବଲ ଖେଳିବାକୁ ଯାଇ ରୋହିତ ଶର୍ମା (୭) କଲଟରଙ୍କୁ କ୍ୟାଚ ଦେଇଥିଲେ। ଅଷ୍ଟ୍ରେଲିଆର ୨ୟ ଶିକାର ହୋଇଥିଲେ ଆଜିଙ୍କ୍ୟ ରାହାଣେ(୫୫)। ସେ କ୍ୟାରିୟରର ୮୨ତମ ମ୍ୟାଚରେ ୬୨ଟି ବଲ ଖେଲି ୨୦ତମ ଅର୍ଦ୍ଧଶକତ ହାସଲ କରିବା ପରେ କ୍ୟାଟ ରାଇଓ ଓ ମ୍ୟାଥୁ ଓ୍ଵାଡେଙ୍କ ଦ୍ୱାରା ରନ ଆଉଟ ହୋଇଥିଲେ। ସେହିଭଳି ମନୀଷ ପାଣ୍ଡେ ୧୩ଟି ବଲ ଖେଳି ଅଷ୍ଟନ ଅଗରଙ୍କ ବଲ ଖେଳିବାକୁ ଯାଇ ବୋଲ୍ଡ ହୋଇ ଯାଇଛନ୍ତି।