ଭାରତ-ଅଷ୍ଟ୍ରେଲିଆ ଅନ୍ତିମ ଟେଷ୍ଟ୍ ! ସିଡନୀରେ ମୟଙ୍କଙ୍କ ଅର୍ଦ୍ଧଶତକ, ଭାରତ-୧୩୩/୨ ।

123

ସିଡନୀରେ ୨୦୧୯ର ପ୍ରଥମ କ୍ରିକେଟ୍ ମ୍ୟାଚ । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ୍ ଆରମ୍ଭ ହୋଇଯାଇଛି । ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଆଜିଠାରୁ ଆରମ୍ଭ ହୋଇଛି ଭାରତ- ଅଷ୍ଟ୍ରେଲିଆ ଚତୁର୍ଥ ଓ ଅନ୍ତିମ ଟେଷ୍ଟ । ଆଡିଲେଡ୍ ଓ ମେଲବୋର୍ଣ୍ଣ ଟେଷ୍ଟ ଜିତିବା ସହିତ ୨-୧ରେ ଆଗୁଆ ଥିବା ଭାରତୀୟ ଦଳ ମନସ୍ତାତ୍ୱିକ ଦୃଷ୍ଟିକୋଣରୁ ଭଲ ସ୍ଥିତିରେ ରହିଛି। ସିଡନୀ ଗ୍ରାଉଣ୍ଡରେ ଟସ୍ ଜିଣି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଛି।

ମୟଙ୍କ ଅଗ୍ରଓ୍ଵାଲଙ୍କ ସହିତ ଲୋକେଶ ରାହୁଲ ଭାରତୀୟ ପାଳି ଓପନ କରିଥିଲେ ମଧ୍ୟ ପୁଣି ଥରେ ଲୋକେଶ ରାହୁଲ ବିଫଳ ହୋଇଛନ୍ତି। ରାହୁଲ ମାତ୍ର ୯ ରନ୍ କରି ପାଭିଲିୟନ ଫେରିବା ବେଳକୁ ଭାରତର ସ୍କୋର ଥିଲା ୧୦ ରନ୍। ୧୦ରନରେ ପ୍ରଥମ ଝଟକା ଖାଇଥିବା ଭାରତୀୟ ଦଳର ସ୍ଥିତି ସମ୍ଭାଳିଥିଲେ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ଗ୍ରାଉଣ୍ଡରେ ଟେଷ୍ଟ ଜୀବନ ଆରମ୍ଭ କରିଥିବା ମୟଙ୍କ ଅଗ୍ରଓ୍ଵାଲ ।

ମୟଙ୍କ ଅଗ୍ରଓ୍ଵାଲଙ୍କ ସହିତ ଚେତେଶ୍ୱର ପୂଜାର ପାଳି ସମ୍ଭାଳିବା ସହିତ ଶତକୀୟ ଭାଗିଦାରୀ କରିଛନ୍ତି। । ପୂଜାରା ଓ ମୟଙ୍କ ଯୋଡ଼ି ଦୃଢ଼ ବ୍ୟାଟିଂ କରି ୧୦୯ ରନର ପାର୍ଟନରସିପ୍ କରିଛନ୍ତି। ମୟଙ୍କ ଅଗ୍ରଓ୍ଵାଲ ୭୭ରନ୍ କରି ଆଉଟ୍ ହୋଇଥିବା ବେଳେ ଚେତେଶ୍ୱର ପୂଜାରା ୩୨ ରନ୍ କରି ବ୍ୟାଟିଂ କରୁଛନ୍ତି। ଭାରତ ୩୫ଓଭର ସୁଦ୍ଧା ଦୁଇ ଓ୍ଵିକେଟ ହରାଇ ସଂଗ୍ରହ କରିଛି ୧୨୬ରନ୍।