ସିଡନୀ ଟେଷ୍ଟରେ ଟିମ ଇଣ୍ଡିଆର ବଡ ସ୍କୋର ! ୬୨୨ ରନରେ ଭାରତର ପାଳି ଘୋଷଣା

194

କନକ ବ୍ୟୁରୋ : ସିଡନୀ ଟେଷ୍ଟରେ ଦୃଢ଼ ସ୍ଥିତିରେ ରହିଛି ଭାରତ । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ସିଡନି ଟେଷ୍ଟରେ ଭାରତ ୬୨୨ ରନରେ ପ୍ରଥମ ପାଳି ଘୋଷଣା କରିଛି । ଚେତେଶ୍ୱର ପୂଜାରାଙ୍କ ୧୯୩ ରନ୍, ରିଷଭ୍ ପନ୍ଥଙ୍କ ଅପରାଜିତ ୧୫୯ ରନ ଓ ଜାଡ଼େଜାଙ୍କ ୮୧ ରନ୍କୁ ଆଧାର କରି ଭାରତ ୭ ୱିକେଟ୍ ହରାଇ ୬୨୨ ରନ୍ ସଂଗ୍ରହ କରିଛି । ପୂଜାରା ୩୭୩ ବଲରେ ୧୯୩ ରନ୍ କରିଥିବା ବେଳେ ୨୨ଟି ଦର୍ଶନୀୟ ଚଉକା ମାରିଛନ୍ତି । ସେହିପରି ପନ୍ଥ ୧୮୯ ବଲରେ ୧୫୯ ରନ୍ କରି ଅପରାଜିତ ରହିଥିଲେ ।

ନିଜର ବିଶାଳ ସ୍କୋର ମଧ୍ୟରେ ସେ ଗୋଟିଏ ଛକା ଓ ୧୫ଟି ଚଉକା ମାରିଥିଲେ । ଅନ୍ୟପଟେ ରବୀନ୍ଦ୍ର ଜାଡ଼େଜା ୧୧୪ ବଲରେ ୮୧ ରନର ଉପଯୋଗୀ ଇନିଂସ ଖେଳିଛନ୍ତି । ଜାଡ଼େଜା ଗୋଟିଏ ଛକା ଓ ୭ଟି ଚଉକା ମାରିଥିଲେ । ଅନ୍ୟପଟେ ଓପନିଂ ପାଇଁ ଆସିଥିବା ମୟଙ୍କ ଅଗ୍ରୱାଲ୍ ୧୧୨ ବଲରେ ୨ଟି ଛକା ଓ ୭ଟି ଚଉକା ସହ ୭୭ ରନ୍ର ଇନିଂସ ଖେଳିଥିଲେ । ଟିମ ଇଣ୍ଡିଆର ପାଳି ଘୋଷଣା କରେ କଙ୍ଗାରୁ ଦଳ ବ୍ୟାଟିଂ ଆରମ୍ଭ କରି ୧୦ ଓଭର ସୁଦ୍ଧା କୌଣସି ୱିକେଟ୍ ନହରାଇ ୨୪ ରନ୍ କରିଛି ।