ମେଲବର୍ଣ୍ଣ ଟେଷ୍ଟରେ ଐତିହାସିକ ବିଜୟ : ୧୩୭ ରନରେ ଭାରତ ବିଜୟୀ, ଅଷ୍ଟ୍ରେଲିଆ ୨୬୧ ରନରେ ଅଲଆଉଟ୍

୪ଟିକିଆ ଟେଷ୍ଟ ସିରିଜରେ ଟିମ୍ ଇଣ୍ଡିଆ ୨-୧ରେ ଆଗୁଆ

196

କନକ ବ୍ୟୁରୋ : ମେଲବର୍ଣ୍ଣ ଟେଷ୍ଟରେ ଭାରତର ଐତିହାସିକ ବିଜୟ । ୧୩୭ ରନରେ ଜିତିଲା ବିରାଟ ବାହିନୀ । ଏହା ସହ ଭାରତ ୧୫୦ତମ ଟେଷ୍ଟ ମ୍ୟାଚ ବିଜୟୀ ହୋଇଛି । ଅଷ୍ଟ୍ରେଲିଆ ସମ୍ମୁଖରେ ୩୯୯ ରନ୍ ବିଜୟ ଲକ୍ଷ୍ୟ ରହିଥିଲାବେଳେ ପଂଚମ ଦିନରେ ସମସ୍ତ ୱିକେଟ ହରାଇ ୨୬୧ ରନ କରିବାକୁ ସକ୍ଷମ ହୋଇଛି କଙ୍ଗାରୁ ଦଳ । ମେଲ୍‌ବର୍ଣ୍ଣରେ ବର୍ଷା ଲାଗିରହିବାରୁ ମ୍ୟାଚ୍‌ର ପ୍ରଥମ ପର୍ଯ୍ୟାୟ ଚାଲିପାରି ନ ଥିଲା, କିନ୍ତୁ ପ୍ରଥମ ଦୁଇ ଘଣ୍ଟା ପରେ ପାଗ ବଦଳିବାରୁ ଶେଷରେ ପୂର୍ବାହ୍ନ ୭: ୨୫ରେ ଖେଳ ଆରମ୍ଭ ହୋଇଥିଲା । ଏହି ମ୍ୟାଚରେ ଦମଦାର ବୋଲିଂ ପାଇଁ ଯଶପ୍ରୀତ୍ ବୁମରାଙ୍କୁ ମ୍ୟାଚ ଅଫ ଦ ମ୍ୟାଚ ଘୋଷଣା କରାଯାଇଛି । ବୁମରାଙ୍କୁ ଦୁଇଟି ମ୍ୟାଚରେ ୯ୱିକେଟ ମିଳିଥିଲା ।

ଏହି ବିଜୟ ସହ ୪ଟିକିଆ ମ୍ୟାଚ ବିଶିଷ୍ଟ ସିରିଜରେ ୨-୧ରେ ଆଗୁଆ ହୋଇଛି ଟିମ୍ ଇଣ୍ଡିଆ । ଏହି ବିଜୟ ସହ ଭାରତର ପଲା ଭାରି ରହିଛି । ଆସନ୍ତା ୩ତାରିଖରେ ସିଡନିରେ ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ଖେଳାଯିବ । ତେଣୁ ଯଦି ଶେଷ ମ୍ୟାଚରେ ଭାରତ ପରାଜିତ ହୁଏ ତଥାପିି ଆଉ ସିରିଜ ପରାଜୟ ହେବ ନାହିଁ । ଯଦି ଭାରତ ମ୍ୟାଚ ହାରିଯାଏ ତେବେ ସିରିଜ ଡ୍ର ହେବ । ବିଜୟୀ ହେଲେ ନୂଆ ରେକର୍ଡ କରିବ ବିରାଟ ବାହିନୀ ।