ଆଜି ତ୍ରି-ରାଷ୍ଟ୍ରିୟ ଟି-୨୦ ଶୃଙ୍ଖଳାର ଚତୁର୍ଥ ମ୍ୟାଚ୍ । ଆୟୋଜକ ଶ୍ରୀଲଙ୍କାକୁ ଭେଟିବ ଭ୍ରମଣକାରୀ ଭାରତ । ପୂର୍ବ ତିନୋଟି ମ୍ୟାଚରେ ସମାନ ସ୍ଥିତିରେ ଅଛନ୍ତି ତିନି ଦଳ

30

କନକ ବ୍ୟୁରୋ : ଆଜି ନିଦାସ ଟ୍ରଫି ତ୍ରି-ରାଷ୍ଟ୍ରିୟ ଟି-୨୦ ଶୃଙ୍ଖଳାର ଚତୁର୍ଥ ମ୍ୟାଚ୍ । ଆୟୋଜକ ଶ୍ରୀଲଙ୍କାକୁ ଭେଟିବ ଭ୍ରମଣକାରୀ ଭାରତ । ପୂର୍ବ ତିନୋଟି ମ୍ୟାଚରେ ସମାନ ସ୍ଥିତିରେ ଅଛନ୍ତି ତିନି ଦଳ । ଫାଇନାଲ ପ୍ରବେଶ ଦୃଷ୍ଟିରୁ ଏହି ମ୍ୟାଚ ଭାରତ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ହେବ । ହେଲେ ଅଧିନାୟକ ରୋହିତ ଶର୍ମାଙ୍କ ବିଫଳତା ହି ଭାରତ ପାଇଁ ସବୁଠାରୁ ବଡ ଚିନ୍ତାର କାରଣ ହୋଇଛି । ରୋହିତ ତାଙ୍କ ଶେଷ ପାଂଚଟି ଟି-୨୦ ମ୍ୟାଚରେ ଭଲ ପ୍ରଦର୍ଶନ କରିପାରିନାହାଁନ୍ତି ।

ଅନ୍ୟପଟେ ତିନିଟି ଯାକ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିତି ସମାନ ପଏଂଟ ପାଇ ସମାନ ସ୍ଥିତିରେ ରହିଛନ୍ତି । ହେଲେ ଗୋଟିଏ ବିଜୟରେ ସବୁ କିଛି ଓଲଟ ପାଲଟ ହୋଇ ଯାଇପାରେ । ଭାରତ ଶୀର୍ଷ ସ୍ଥାନକୁ ଚାଲି ଯାଇପାରେ । ତେବେ ଦକ୍ଷିଣ ଆଫ୍ରିକା ଭଳି ଶ୍ରୀଲଙ୍କାରେ ମଧ୍ୟ ଧୱନ ଧମାକା ଦେଖାଉଛନ୍ତି । ବାମହାତୀ ବୋଲର ଜୟଦେବ ଉନାଦକଟ ଏବଂ ଅଲରାଉଣ୍ଡର ବିଜୟ ଶଙ୍କର ବି ଭଲ ଖେଳ ଜାରି ରଖିଛନ୍ତି । ତେଣୁ ଆଜିର ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିଛି ।