ବିମୁଦ୍ରାକରଣର ଦୁଇଟି ଚିତ୍ର ! ଭାରତ ଓ ଭେନିଜୁଏଲାରେ ବଢୁଛି ଲୋକଙ୍କ ଦୁର୍ଦ୍ଦଶା

40

ବିମୁଦ୍ରାକରଣର ଦୁଇଟି ଚିତ୍ର । ଦୁଇଟି ଯାକ ଚିତ୍ର ବୟାନ କରୁଛି ଲୋକଙ୍କ ଦୁର୍ଦ୍ଦଶା । ନଭେମ୍ବର ଆଠ ତାରିଖରେ ବଡ ନୋଟ ଅଚଳ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୁଇ ଦିନ ପରେ ବ୍ୟାଙ୍କ ଖୋଲିବା ପରେ ଲାଗିଲା ବ୍ୟାଙ୍କ ଆଗରେ ଲୋକଙ୍କ ଲମ୍ବା ଲାଇନ । ୪୦ ଦିନ ପରେ ବି ସ୍ଥିତି ସୁଧୁରୁନି । ଲୋକେ ନିରାଶ ହୋଇ ବ୍ୟାଙ୍କ ଉପରକୁ ଟେକା ପଥର ଫିଙ୍ଗିବା ଖବର ବି ଆସୁଛି ।

ପଶ୍ଚିମବଙ୍ଗ ମାଲଦାରେ ଏଭଳି ସ୍ଥିତି ଉପୁଜିଛି । ଏପଟେ ମୋଦିଙ୍କ ପଥ ଅନୁସରଣ କରି ଏକ ସପ୍ତାହ ତଳେ ଭେନେଜୁଆଲା ରାଷ୍ଟ୍ରପତି ନିକୋଲାସ ମଦୁରୋ ବଡ ନୋଟ ଅଚଳ ଘୋଷଣା କରିଥିଲେ । ଆର୍ଥିକ ସଂକଟ ଦେଇ ଗତି କରୁଥିବା ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ଭେନେଜୁଆଲା ତା’ର ସବୁଠୁ ବଡ ନୋଟ ଶହେ ବଲିଭାର ବନ୍ଦ କରିବା ପରେ ପରିସ୍ଥିତି ଭୟଙ୍କର ହୋଇଥିଲା ।

ଅବସ୍ଥା ଏପରି ହୋଇଥିଲା ଯେ ହୁ ହୁ ହୋଇ ବଢିଥିଲା ଅତ୍ୟାବଶ୍ୟକ ସାମଗ୍ରୀ ଦର । ଖାଦ୍ୟ ଦର ଆକାଶଛୁଆଁ । ସରକାରଙ୍କ ନିଷ୍ପତିକୁ ବିରୋଧ କରି ରାସ୍ତାରେ ପ୍ରତିବାଦ କରିଥିଲେ । ବିକ୍ଷୋଭ ଓ ପ୍ରତିବାଦ ହିଂସାତ୍ମକ ରୂପ ମଧ୍ୟ ନେଇଥିଲା । ଏହା ପରେ ଗତକାଲି ଭେନେଜୁଆଲା ସରକାର ଏହି ନିଷ୍ପତିକୁ ସ୍ଥଗିତ ରଖିବାକୁ ବାଧ୍ୟ ହୋଇଛନ୍ତି ।