ଭାରତ ଓ ଆମେରିକା ମଧ୍ୟରେ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ : ଟୁ ପ୍ଲସ ଟୁ ଆଲୋଚନା ଉପରେ ସମସ୍ତଙ୍କ ନଜର

46

କନକ ବ୍ୟୁରୋ : ଭାରତ ପହଂଚିଛନ୍ତି ଆମେରିକାରର ପ୍ରତିରକ୍ଷା ସଚିବ ଜିମ୍ ମାଟିସ୍ ଓ ସଚିବ ମାଇକ୍ ପମ୍ପେଓ । ତାଙ୍କୁ ବିମାନ ବନ୍ଦରରେ ସ୍ୱାଗତ କରିଛନ୍ତି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ । ଏହି ଗସ୍ତ ଅବସରରେ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ଟୁ ପ୍ଲସ୍ ଟୁ କଥାବାର୍ତା କରିବେ । ତେବେ ଏହି ଗସ୍ତ ସମୟରେ କେଉଁ ମୁଖ୍ୟ ପ୍ରସଙ୍ଗ ଉପରେ ଉଭୟ ଆଲୋଚନା କରିବେ ସେ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତର ରଖିଛନ୍ତି ପମ୍ପେଓ ।

ସେ କହିଛନ୍ତି ଭାରତ ଋଷରୁ ମିସାଇଲ ଡିଫେନ୍ସ ସିଷ୍ଟମ କିଣିବା ଓ ଇରାନରୁ ତୈଳ କ୍ରୟ କରିବା ଟୁ ପ୍ଲସ୍ ଟୁ ଟକ-ର ଅଂଶ ବିଶେଷ, କିନ୍ତୁ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ନୁହେଁ । ଦୁଇ ଦେଶ ମଧ୍ୟରେ ଆଲୋଚନା କରିବା ପାଇଁ ଅନେକ ପ୍ରସଙ୍ଗ ରହିଛି । କେବଳ କୂଟନୈତିକ ନୁହେଁ ବରଂ ପ୍ରତିରକ୍ଷା ଓ ବାଣିଜ୍ୟ ସମ୍ପର୍କ ବୃଦ୍ଧି କରିବା ନେଇ ଆଲୋଚନା ହେବ ବୋଲି ପମ୍ପେଓ ସୂଚନା ଦେଇଛନ୍ତି । ଏସବୁ ପ୍ରସଙ୍ଗରେ ଆଲୋଚନା କରି ଦୁଇ ଦେଶ ମଧ୍ୟରେ କିଭଳି ସମ୍ପର୍କ ବୃଦ୍ଧି ପାଇବ ଓ ମଜବୁତ୍ ହୋଇପାରିବ ତାଉପରେ ଗୁରୁତ୍ୱ ଦିଆଯିବ । ଏବଂ ଏହା ସଫଳ ହେବ ବୋଲି ସେ ଆଶା ରଖିଛନ୍ତି । ପୂର୍ବରୁ ଦୁଇ ଦୁଇ ଥର ଏହି ଆଲୋଚନାକୁ ସ୍ଥଗିତ ରଖା ଯାଇଥିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି । ମଙ୍ଗଳବାର ଦିନ ପାକିସ୍ତାନ ଗସ୍ତ ସମୟରେ ଗଣମାଧ୍ୟମକୁ ଏହି ପ୍ରତିକ୍ରିୟା ଦେଇଥିଲେ ପମ୍ପେଓ ।