କେରଳ ପୀଡିତଙ୍କୁ ଅମ୍ବାନୀ ପରିବାର ସାହାଯ୍ୟ କଲେ ୭୧ କୋଟି, ଦେଶର ଅନେକ ସ୍ଥାନରୁ କେରଳରେ ପହଞ୍ଚୁଛି ସହାୟତା

24

କନକ ବ୍ୟୁରୋ : ବନ୍ୟାରେ ନଷ୍ଟ ଭ୍ରଷ୍ଟ ହୋଇ ଯାଇଥିବା କେରଳକୁ ସାହାଯ୍ୟ କରିବା ପାଇଁ ସାରା ଦେଶରୁ ଲୋକ ଆଗକୁ ଆସିଛନ୍ତି, ଏହା ସହିତ ପ୍ରତ୍ୟେକ ରାଜ୍ୟ ସରକାର ମଧ୍ୟ । ଏହା ବ୍ୟତୀତ ଏବେ ଅମ୍ବାନୀ ପରିବାର ରିଲାଏନ୍ସ ଫାଉଣ୍ଡେସନ ବନ୍ୟା ପ୍ରପୀଡିତଙ୍କୁ ସାହାଯ୍ୟ କରିବା ପାଇଁ କେରଳ ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟ ରାଜକୋଷକୁ ୨୧ କୋଟିର ଆର୍ଥିକ ସହାୟତା କରିବା ପାଇଁ ଘୋଷଣା କରିଛନ୍ତି । ଏହା ସହିତ ରିଲାଏନ୍ସ ଫାଉଣ୍ଡେସନ ୫୧ କୋଟି ଟଙ୍କା ସାମଗ୍ରୀ ମଧ୍ୟ ପଠାଇବେ । ଗଣମାଧ୍ୟମ ରିପୋର୍ଟ ଅନୁସାରେ କୌଣସି ଭାରତୀୟ କମ୍ପାନୀ ଅପେକ୍ଷା ରିଲାଏନ୍ସ କମ୍ପାନୀର ସହାୟତା ନିହାତି ଭାବରେ ସବୁଠାରୁ ଅଧିକ । ଏହା ସହିତ କେତେକ ରାଜ୍ୟ ମାନଙ୍କ ଦ୍ୱାରା ଦିଆ ଯାଇଥିବା ସହାୟତା ଠାରୁ ମଧ୍ୟ ଯଥେଷ୍ଟ ଅଧିକ ।

 

ଏହି ମଧ୍ୟରେ ରିଲାଏନ୍ସ ଫାଉଣ୍ଡେସନର ଚେୟାରପର୍ସନ ନୀତା ଅମ୍ବାନୀ କହିଛନ୍ତି ଯେ କେରଳର ଲୋକ ଏବେ ଖୁବ ସମସ୍ୟାର ସାମ୍ନା କରୁଛନ୍ତି ଏବଂ ଫାଉଣ୍ଡେସନ ଟିମ ସେଠାରେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଅଛନ୍ତି । ଏଥିପାଇଁ ଆମେ ମୁଖ୍ୟମନ୍ତ୍ରୀଙ୍କ ରାଜକୋଷକୁ ୨୧ କୋଟିର ସହାୟତା କରିଛୁ । ଏହା ସହିତ ରିଲାଏନ୍ସ ଫାଉଣ୍ଡେସନ କେରଳ ବନ୍ୟାରେ ନଷ୍ଟ ହୋଇଥିବା ଇନଫ୍ରାଷ୍ଟ୍ରକଚରକୁ ଠିକ କରିବ, ରିଲିଫ କ୍ୟାମ୍ପ ଲଗାଇବ ସହ ସ୍କୁଲ ଏବଂ ହସ୍ପିଟାଲର ମରାମତି କରିବା ପାଇଁ ମଧ୍ୟ ଘୋଷଣା କରିଛନ୍ତି । କେନ୍ଦ୍ର ସରକାରଙ୍କ କଥା ଆଲୋଚନା କରିବା ତେବେ ପ୍ରଧାନମନ୍ତ୍ରୀ ମୋଦି କେରଳକୁ ୫୦୦ କୋଟିର ସହାୟତା ପାଇଁ ଘୋଷଣା କରିଛନ୍ତି । ଏହା ପୂର୍ବରୁ ଗୃହମନ୍ତ୍ରୀ ରାଜନାଥ ସିଂ ୧୦୦ କୋଟିର ସହାୟତା ରାଶି ଦେଇ ସାରିଛନ୍ତି । କେବଳ ସେତିକି ନୁହେଁ ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟ ସରକାରଙ୍କୁ ଆତ୍ମବିଶ୍ୱାସ ଦେଇଛନ୍ତିଯେ ଅନୁରୋଧ ଅନୁସାରେ ଖାଦ୍ୟ ଓ ଔଷଧ ସହିତ ରିଲିଫ ପ୍ରଦାନ କରାଯିବ ।