ୟୁପିର ୫୨% ଜନତା ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ ରୂପେ ଦେଖିବାକୁ ଚାହାଁନ୍ତି । ରାହୁଲଙ୍କ ଲୋକପ୍ରିୟତା ବଢ଼ିଛି, ମାୟାବତୀଙ୍କ ଖସିଛି : ସର୍ଭେ ରିପୋର୍ଟ

157

ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଦଳ ନିଜ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ସେଇଠି ବିଭିନ୍ନ ସଂସ୍ଥା ଦ୍ୱାରା ଜନତାଙ୍କ ମିଜାଜ ଜାଣିବା ପାଇଁ ସର୍ଭେ ବି କରାଯାଉଛି । ସର୍ଭେ ମାଧ୍ୟମରେ ଏହା ଜାଣିବାକୁ ଚେଷ୍ଟା କରାଯାଉଛି କି, ଜନତା ଗତ ସରକାରକୁ ପୁଣି ଥରେ ଦେଖିବାକୁ ଚାହୁଁଛି ନା ପରିବର୍ତ୍ତନ ଚାହୁଁଛି ? ଏମିତି ଏକ ସର୍ଭେ ଇଣ୍ଡିଆ ଟୁଡେ ଓ ଏକ୍ସିସ ମାଇ ଇଣ୍ଡିଆ ଦ୍ୱାରା ସବୁଠାରୁ ଅଧିକ ଲୋକସଭା ସିଟ୍ ଥିବା ରାଜ୍ୟ ଉତ୍ତର ପ୍ରଦେଶରେ କରାଯାଇଛି । ସର୍ଭେର ପରିଣାମ ଜଣାଉଛି କି, ୟୁପିର ୫୨% ଜନତା ନରେନ୍ଦ୍ର ମୋଦିଙ୍କୁ ହିଁ ପୁଣି ଥରେ ପ୍ରଧାନମନ୍ତ୍ରୀ ରୂପେ ଦେଖିବାକୁ ଚାହାଁନ୍ତି । ଆଉ ଗୋଟିଏ କଥା ସାମନାକୁ ଆସିଛି ଯେ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା ବଢ଼ିଛି, ସେଇଠି ଅନ୍ୟପଟେ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ବହୁଜନ ସମାଜ ପାର୍ଟିର ସୁପ୍ରିମୋ ମାୟାବତୀଙ୍କ ଗ୍ରାଫ୍ କମିଛି ।

ଏହି ସର୍ଭେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବିଷୟରେ ପ୍ରଶ୍ନ କରାଯାଇଛି । ଯାହାର ଫଳାଫଳ ଆସିଛି କି, ଡିସେମ୍ବର ୨୦୧୮ରେ ଯେଉଁଠି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୧% ଲୋକଙ୍କ ପସନ୍ଦ ଥିଲେ, ଯାହା ଫେବୃୟାରୀ ୨୦୧୯ରେ ବଢ଼ି ୫୨% ହୋଇଯାଇଛି । ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା ଡିସେମ୍ବର ୨୦୧୮ରେ ୨୬% ଥିଲା । ଯାହା ଫେବୃୟାରୀ ୨୦୧୯ରେ ବଢ଼ି ୩୧% ହୋଇଯାଇଛି । ବିଏସପି ସୁପ୍ରିମୋ ମାୟାବତୀଙ୍କ ଲୋକପ୍ର୍ରିୟତା ଗ୍ରାଫ୍ ତଳକୁ ଖସିଯାଇଛି । ଡିସେମ୍ବର ୨୦୧୮ରେ ତାଙ୍କ ଲୋକପ୍ର୍ରିୟତା ୧୧% ଥିଲା । ତାହା ଫେବୃୟାରୀ ୨୦୧୯ରେ ହ୍ରାସ ପାଇଁ ୮%କୁ ପହଂଚିଯାଇଛି ।