ପାଖଉଛି ବିଶ୍ୱକପ, ବଢୁଛି ଉତ୍କଣ୍ଠା ! ଆସନ୍ତା ୧୫ ତାରିଖରେ ହେବ ଭାରତୀୟ ଦଳ ଘୋଷଣା ।
କନକ ବ୍ୟୁରୋ : ୨୦୧୯ କ୍ରିକେଟ୍ ବିଶ୍ୱକପକୁ ନେଇ କ୍ରୀଡାପ୍ରେମୀଙ୍କ ମନରେ ରହିଛି ଅନେକ ଉତ୍କଣ୍ଠା । ଆଉ ଏହାରି ଭିତରେ ଆସିଛି ବଡ ଖବର । ଆସନ୍ତା ୧୫ ତାରିଖରେ ବିଶ୍ବକପ ପାଇଁ ଭାରତୀୟଦଳ ଘୋଷଣା ହେବ । ଏମଏସକେ ପ୍ରସାଦଙ୍କ ଅଧ୍ୟକ୍ଷତାରେ ଥିବା ଚୟନ କମିଟି ବିଶ୍ବକପ ପାଇଁ ୧୫ ଜଣିଆ ଦଳ ଚୟନ କରିବ । ଏ ସଂପର୍କରେ ଆଜି ବିସିସିଆଇର ପ୍ରଶାସନିକ କମିଟି (ସିଓଏ) ଘୋଷଣା କରିଛି । ଆଜି ବସିଥିବା ସିଓଏ ବୈଠକରେ ସିକେ ଖାନ୍ନା, ଅମିତାଭ ଚୌଧୁରୀ, ଅନିରୁଦ୍ଧ ଚୌଧୁରୀ ପ୍ରମୁଖ ଯୋଗ ଦେଇଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଆଇସିସି ବିଶ୍ବକପ କ୍ରିକେଟ ଆସନ୍ତା ମେ ମାସ ୩୦ ତାରିଖରୁ ଆରମ୍ଭ ହେଉଥିବା ବେଳେ ଏପ୍ରିଲ ୨୩ ସୁଦ୍ଧା ସବୁ ଟିମଙ୍କୁ ନିଜର ୧୫ ଜଣିଆ ଦଳ ଘୋଷଣା କରିବାକୁ ଆଇସିସି କହିଛି । ଭାରତୀୟ ଚୟନ କମିଟି ଏବେ ଆଇପିଏଲରେ କେତେକ ଖେଳାଳୀଙ୍କ ପ୍ରଦର୍ଶନ ଉପରେ ନଜର ରଖିଛି । ବିଶେଷ କରି ୪ ନମ୍ବର ସ୍ଥାନରେ କିଏ ବ୍ୟାଟିଂ କରିବ ତାହା ଖୋଜା ଚାଲିଛି । ତେବେ ଜୁନ ୧୬ ତାରିଖରେ ମାଞ୍ଚେଷ୍ଟରଠାରେ ଖେଳା ଯିବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ ସଂପର୍କରେ କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି ବିସିସିଆଇ ସୁତ୍ରରୁ ଜଣାପଡିନାହିଁ । ଏସଂପର୍କରେ ବିସିସିଆଇ ଭାରତ ସରକାରଙ୍କ ଅନୁମତିକୁ ଅପେକ୍ଷା କରିବ ବୋଲି ଜଣାପଡିଛି ।