ଆତଙ୍କବାଦ ଦ୍ୱାରା ସର୍ବାଧିକ ପ୍ରଭାବିତ ରାଷ୍ଟ୍ର ତାଲିକାର ୩ୟ ସ୍ଥାନରେ ଭାରତ ! ପ୍ରକାଶିତ ହେଲା ଆମେରିକା ବିଦେଶ ମନ୍ତ୍ରାଳୟ ସ୍ୱତନ୍ତ୍ର ସୂଚୀ, ପାକ୍ ଉପରକୁ ଆଙ୍ଗୁଳି ।
କନକ ବ୍ୟୁରୋ : ଏକାସଙ୍ଗେ ଆତଙ୍କବାଦ ଓ ଆଲୋଚନା ସମ୍ଭବ ନୁହଁ ଦର୍ଶାଇ ଭାରତ-ପାକ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବାର୍ତା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି ଭାରତ । ସେପଟେ ପ୍ରକାଶ ପାଇଛି ଆମେରିକାର ଆତଙ୍କ ପ୍ରଭାବିତ ଦେଶର ସୂଚୀ ଆଉ ଆତଙ୍କବାଦ ଦ୍ୱାରା ସର୍ବାଧିକ ପ୍ରଭାବିତ ହେଉଥିବା ଦେଶ ତାଲିକାର ୩ୟ ସ୍ଥାନରେ ଭାରତର ନାଁ ରହିଛି । ଏଥିରୁ ପୁଣି ପ୍ରମାଣିତ ହୋଇଛି ଆତଙ୍କବାଦକୁ ନେଇ ପାକିସ୍ତାନର ପ୍ରକୃତ ନୀତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଆତଙ୍କ ପ୍ରଭାବିତ ଦେଶ ତାଲିକାର ୩ୟ ସ୍ଥାନରେ ଭାରତ । ପାକିସ୍ତାନର ମୁଖା ଖୋଲିଲା ଆମେରିକାର ତଥ୍ୟ । ଏକାସଙ୍ଗେ ଆତଙ୍କବାଦ ଓ ଆଲୋଚନା ସମ୍ଭବ ନୁହଁ ଦର୍ଶାଇ ଭାରତ-ପାକ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବାର୍ତା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି ଭାରତ । ଆଉ ସେପଟେ ପ୍ରକାଶିତ ହୋଇଛି ଆମେରିକାର ଆତଙ୍କ ପ୍ରଭାବିତ ରାଷ୍ଟ୍ର ତାଲିକା । ସୂଚୀର ୩ୟ ସ୍ଥାନରେ ଭାରତ ରହିବା ପାକିସ୍ତାନ ଆଡ଼କୁ ଉଠାଇଛି ଆଙ୍ଗୁଳି । ସେହିପରି ଦେଶରେ ମାଓ ହିଂସା ବଢ଼ିଥିବା ନେଇ ବି ଆମେରିକା ବିଦେଶ ମନ୍ତ୍ରାଳୟ ଦେଇଛି ତଥ୍ୟ ।
ଦେଖନ୍ତୁ କ’ଣ କହୁଛି ଆମେରିକା ବିଦେଶ ମନ୍ତ୍ରାଳୟର ତଥ୍ୟ ?
୧. ଇରାକ୍ ଓ ଆଫଗାନିସ୍ଥାନ ପରେ ଭାରତ ହେଉଛି ୩ୟ ସର୍ବାଧିକ ଆତଙ୍କ ପ୍ରଭାବିତ ଦେଶ ।
୨. ୨୦୧୭ରେ ଜାମ୍ମୁ କାଶ୍ମୀରରେ ଆତଙ୍କବାଦ ଘଟଣାରେ ୨୪ ପ୍ରତିଶତ ବୃଦ୍ଧି ଘଟିଛି ।
୩. ୨୦୧୭ରେ ହୋଇଥିବା ୮୬୦ ଆତଙ୍କୀ ହମଲାର ୨୫ ପ୍ରତିଶତ କେବଳ କାଶ୍ମୀରରେ ଘଟିଛି ।
୪. ଭାରତରେ ଆତଙ୍କବାଦ ଜନିତ ମୃତ୍ୟୁ ସଂଖ୍ୟାରେ ୮୯ ପ୍ରତିଶତ ବୃଦ୍ଧି ଘଟିଛି ।
୫. ମାଓ ସଙ୍ଗଠନ ହେଉଛି ବିଶ୍ୱର ୪ର୍ଥ ସବୁଠୁ ବିପଜ୍ଜନକ ଆତଙ୍କବାଦୀ ସଙ୍ଗଠନ ।
୬. ଭାରତରେ ହେଉଥିବା ହିଂସାର ୫୩ ପ୍ରତିଶତ କେବଳ ମାଓ ସଙ୍ଗଠନ ଦ୍ୱାରା ହୋଇଥାଏ ।
୭. ୨୦୧୬ରୁ ୨୦୧୭ ମଧ୍ୟରେ ଭାରତରେ ମାଓ ହିଂସାରେ ହ୍ରାସ ଘଟିଛି ।
କାଶ୍ମୀର ଘାଟିରେ ବଢ଼ିଚାଲିଛି ଆତଙ୍କବାଦ ଆଉ ଏହାର ମୁହଁତୋଡ଼ ଜବାବ୍ ଦେଉଛି ଭାରତ । ଏହି କ୍ରମରେ କାଶ୍ମୀର ଘାଟିରେ ଅପରେସନ୍ ଅଲଆଉଟକୁ ଜୋରଦାର୍ କରାଯାଇଛି । କାଶ୍ମୀର ବାନ୍ଦିପୋରା ସେକ୍ଟରରେ ଶୁକ୍ରବାର ୫ଜଣ ଲସ୍କର୍ ଆତଙ୍କୀ ନିପାତ୍ ହୋଇଥିବା ବେଳେ ତଲାସି ଜାରି ରଖିଛି ସେନା । ଅଶାନ୍ତ କାଶ୍ମୀରରେ ରକ୍ତର ଖେଳ ଚାଲିଥିବା ବେଳେ ଭାରତ-ପାକିସ୍ତାନ ବୈଦେଶିକ ମନ୍ତ୍ରୀସ୍ତରୀୟ ବାର୍ତ୍ତା ସମ୍ଭବ ନୁହଁ ବୋଲି ଭାରତ ସ୍ପଷ୍ଟ ଜଣାଇଦେଇଛି । କାଶ୍ମୀରରେ ଆତଙ୍କବାଦ, ସୀମାରେ ଅସ୍ତ୍ରବିରତିର ବାରମ୍ବାର ଉଲ୍ଲଂଘନ ଓ ଅନୁପ୍ରବେଶ ଉଦ୍ୟମ ପାକିସ୍ତାନର ଅସଲ ଆଦର୍ଶକୁ ପଦାରେ ପକାଇଛି ।