ଅଗ୍ନି-୨ କ୍ଷେପଣାସ୍ତ୍ରର ପରୀକ୍ଷଣ ! କଲାମ ଦ୍ୱୀପର ୪ନମ୍ବର ଲଂଚ ପ୍ୟାଡରୁ ଛଡାଗଲା ମିଶାଇଲ

44

କନକ ବ୍ୟୁରୋ: ଭଦ୍ରକ ଧାମରା ସ୍ଥିତ କଲାମ ଦ୍ୱୀପରୁ ଆଜି ଅଗ୍ନୀ-୨ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଛି । ଏଥିପାଇଁ ୪ ନମ୍ବର ଲଂଚ ପ୍ୟାଡରେ ପ୍ରସ୍ତୁତି କରାଯାଇଥିଲା । ଆଜି ସକାଳ ୮ଟା ୩୮ରେ ପରୀକ୍ଷଣ କରାଯାଇଛି ।

ଅଗ୍ନି-୨ କ୍ଷେପଣାସ୍ତ୍ର ପରୀକ୍ଷଣ ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଥିଲା । ତେବେ ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ମିଡିୟମ ରେଂଜ ବାଲାଷ୍ଟିକ ମିଶାଇଲର ଯୁଦ୍ଧାସ୍ତ୍ର ବହନ କ୍ଷମତା ୧୫ଶହରୁ ୨୫ଶହ କିଲୋଗ୍ରାମ । ସେକେଣ୍ଡ ପ୍ରତି ଏହାର ବେଗ ୩.୯ କିଲୋମିଟର। ଏହି କ୍ଷେପଣାସ୍ତ୍ର ଯେକୌଣସି ରେଲ୍ ମୋବଇଲ ଲଂଚରରୁ ପରୀକ୍ଷା କରାଯାଇପାରିବ।