ମଝି ରାସ୍ତାରେ ୧୫ ମିନିଟ ଅଟକିଗଲେ ଟିମ ଇଣ୍ଡିଆର ଖେଳାଳି ! ପ୍ରିୟ ଖେଳାଳିଙ୍କ ଝଲକ ପାଇବା ପାଇଁ ହୋଇଗଲା ରାସ୍ତା ଜାମ

39

କନକ ବ୍ୟୁରୋ : ମଝି ରାସ୍ତାରେ ଅଟକିଲେ ଖେଳାଳି । ୧୫ ମିନିଟ୍ ଧରି ରାସ୍ତାରେ ଅଟକି ରହିଲା ଟିମ୍ ଇଣ୍ଡିଆ ଖେଳାଳିଙ୍କ ବସ୍ । ତେବେ ୧୫ ମିନିଟ ପରେ ବାରବାଟୀ ଅଭି ମୁଖେ ଗଡିଥିଲା ଖେଳାଳିଙ୍କ ବସ୍ । ପ୍ରଥମେ କେହି କିଛି ବୁଝିପାରିଲେ ନାହିଁ, କାହିଁକି ଅଟକିଲା ବସ୍ । ଟିମ୍ ଇଣ୍ଡିଆର ବସ୍କୁ ଦେଖି ଲୋକଙ୍କ ଭିଡ ବି ଜମିଲା । ସୁରକ୍ଷା କର୍ମୀ ମଧ୍ୟ ବସ ଚାରିପଟେ ଘେରିଗଲେ । ତେବେ ୧୫ ମିନିଟ ପରେ ବସ୍ ଛାଡିଲା ଏବଂ ପରିସ୍ଥିତି ସ୍ୱାଭାବିକ ହେଲା । ପରେ ଜଣାପଡିଲା ଟ୍ରାଫିକ କାରଣରୁ ପୋଲିସ ୧୫ ମିନିଟ୍ ବସକୁ ଅଟକାଇଦେଇଥିଲା ।

6ଭାରତ- ଶ୍ରୀଲଙ୍କା ଟି-୨୦ ମ୍ୟାଚ ପାଇଁ ଭୁବନେଶ୍ୱରରୁ କଟକ ବାରବାଟୀ ଷ୍ଟାଡିୟମ ଅଭିମୁଖେ ବାହାରିଥିଲା ଉଭୟ ଦଳର ବସ୍ । ତେବେ ଓଭରବ୍ରିଜରେ କିଛି ବାଟ ଯିବା ପରେ ବାରବାଟୀରେ ପହଞ୍ଚିବା ପୂର୍ବରୁ ତେଲେଙ୍ଗାପେଣ୍ଠ ଓଭରବ୍ରିଜରେ ଅଟକିଯାଇଥିଲା ଭାରତୀୟ ଟିମର ବସ୍ । ତେବେ ଭାରତୀୟ ଖେଳାଳିଙ୍କ ବସ ଅଟକିବା ଖବର ଜଣାପଡିବା ପରେ ରାସ୍ତା ଉପରେ ଖେଳାଳିଙ୍କୁ ଦେଖିବା ପାଇଁ ବହୁ ସଂଖ୍ୟାରେ ରୁଣ୍ଡ ହୋଇଗଲେ । କିନ୍ତୁ ବସ ନିକଟରେ ସାଧାରଣ ଲୋକ ପହଞ୍ଚିବା ପୂର୍ବରୁ ତୁରନ୍ତ ବସଟିକୁ ଘେରିଗଲେ ସୁରକ୍ଷାକର୍ମୀ । ହାତରେ ବନ୍ଧୁକ ଧରି ଖେଳାଳିଙ୍କ ସୁରକ୍ଷା ପାଇଁ ତୟାର ହୋଇଗଲେ ।

କିନ୍ତୁ ରାସ୍ତା ମଝିରେ କଣ ପାଇଁ ବସ ଅଟଳିଲା ତାହା କେହି ବୁଝି ପାରୁନଥିଲେ । ବେଶ କିଛି ସମୟ ଧରି ରାସ୍ତାରେ ଅଟକି ରହିଥିଲା ଟିମ ଇଣ୍ଡିଆର ବସ୍ । ତେବେ ନିଜ ପ୍ରିୟ ଖେଳାଳିଙ୍କ ଗୋଟିଏ ଝଲକ ପାଇବା ପାଇଁ ଲୋକେ ଚାତକ ପରି ଚାହିଁ ରହିଥିଲେ ଓ ଜୋରରେ ଖେଳାଳୀଙ୍କ ନାଁ ନେଇ ଡାକୁଥିଲେ । ତେବେ ୧୫ ମିନିଟ ରାସ୍ତା ଉପରେ ବସଟି ଅଟକିବା ପରେ ସବୁ କିଛି ଠିକ୍ ହୋଇଥିଲା । ଆଉ ବାରବାଟୀ ଅଭିମୁଖେ ବାହାରି ଯାଇଥିଲା ଟିମ୍ ଇଣ୍ଡିଆ । କୁହାଯାଉଛି ଯେ, ଟ୍ରାଫିକ ସମସ୍ୟା ପାଇଁ ବସଟି ରାସ୍ତା ମଝିରେ ଅଟକି ରହିଥିଲା । ତେବେ ପ୍ରଶ୍ନ ଉଠୁଛି ଏତେ ପ୍ରସ୍ତୁତି ପରେ ଟ୍ରାଫିକ ସମସ୍ୟା କିପରି ଦେଖାଦେଲା । ଟ୍ରାଫିକ ସମସ୍ୟା ଯେପରି ନ ଉପୁଜେ ସେଥିପାଇଁ ପୋଲିସ ମ୍ୟାଚ ପୂର୍ବରୁ ବାରମ୍ବାର ଅଭ୍ୟାସ କରିଥାଏ । କିନ୍ତୁ ଏହି ଘଟଣା ସାମ୍ନାକୁ ଆସିବା ପରେ ଖେଳାଳିଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।