ଦିନିକିଆ କ୍ରିକେଟ୍ ଇତିହାସରେ ପ୍ରଥମ ଦେଶ ଭାବେ ଭାରତ ରଚିବ ବିରଳ ରେକର୍ଡ ! ଜାଣିବାକୁ ପଢ଼ନ୍ତୁ ଏହି ରିପୋର୍ଟ..

70

କନକ ବ୍ୟୁରୋ: କ୍ରିକେଟ୍ ଜଗତରେ ଭାରତ ରଚିବାକୁ ଯାଉଛି ନୂଆ ଇତିହାସ । ବିଶ୍ୱର ପ୍ରଥମ କ୍ରିକେଟ ଦଳ ଭାବେ ଦିନିକିଆ ମ୍ୟାଚରେ ୯୫୦ ମ୍ୟାଚ ଖେଳିବାର ରେକର୍ଡ ସୃଷ୍ଟି କରିବ ଭାରତ । ତେବେ ବର୍ତ୍ତମାନ ଦିନିକିଆ କ୍ରିକେଟରେ ଭାରତ ୯୪୮ ଟି ମ୍ୟାଚ ଖେଳିଛି । ତେଣୁ ଭାରତକୁ ଆଉ ମାତ୍ର ୨ଟି ଦିନିକିଆ ମ୍ୟାଚ ଖେଳିବାର ଆବଶ୍ୟକତା ରହିଛି । ଯାହାକି ଦିନିକିଆ କ୍ରିକେଟ୍ ଇତିହାସରେ ଭାରତକୁ ଏକ ବିରଳ ରେକର୍ଡଧାରୀ କରାଇବ । ତେଣୁ ଭାରତୀୟ ଦଳର ଏହି ଇତିହାସ ଖୁବଶୀଘ୍ର ପୂରଣ ହେବ । କାରଣ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ୫ଟି ଦିନିକିଆ ସିରିଜ ରବିବାର ଠାରୁ ଆରମ୍ଭ ହେଉଛି । ଆଉ ସିରିଜର ପ୍ରଥମ ମୁକାବିଲା ଆସାମର ଗୌହାଟୀ ଷ୍ଟାଡିୟମରେ ଖେଳାଯିବ । ଏବଂ ଏହାପରବର୍ତ୍ତୀ ବା  ସିରିଜର ଦ୍ୱିତୀୟ ଦିନିକିଆ ମ୍ୟାଚ ଖେଳି ଭାରତ ଦିନିକିଆ କ୍ରିକେଟ ଜଗତରେ ମାଇଲଷ୍ଟୋନ୍ ୯୫୦ ମ୍ୟାଚ ପୂରଣ କରି  ଇତିହାସ ରଚିବ ।

ଭାରତ ଏପର୍ଯ୍ୟନ୍ତ ବିଶ୍ୱରେ ସର୍ବାଧିକ ୯୪୮ଟି ମ୍ୟାଚ ଖେଳିଛି । ୱେଷ୍ଟଇଣ୍ଡିଜ ବିପକ୍ଷରେ ଅକ୍ଟୋବର ୨୧ରେ ପ୍ରଥମ ଦିନିକିଆ, ୨୪ରେ ୨ୟ ଦିନିକିଆ ଖେଳିବା ସହିତ ୯୫୦ ଦିନିକିଆ ପୂରଣ କରିବ ଭାରତ । ଏହି ତାଲିକାରେ ଅଷ୍ଟ୍ରେଲିଆ ୯୧୬ ଦିନିକିଆ ମ୍ୟାଚ ଖେଳି ୨ୟ ସ୍ଥାନରେ ଥିବା ବେଳେ ପାକିସ୍ତାନ ଚଳିତ ମାସରେ ୯୦୦ତମ ଦିନିକିଆ ମ୍ୟାଚ ଖେଳିବାକୁ ଯାଉଛି  । ତେବେ ଭାରତ ଅଧିକ ମ୍ୟାଚ ଖେଳିଛି କିନ୍ତୁ ଅଷ୍ଟ୍ରେଲିଆ ଅଧିକ ମ୍ୟାଚ ଜିତିଛି । ଅଷ୍ଟ୍ରେଲିଆ ୯୧୬ଟି ମ୍ୟାଚରୁ ୫୫୬ଟି ଜିତିଛି । ମ୍ୟାଚ ବିଜୟ ମାମଲାରେ ଭାରତ ୨ୟ ସ୍ଥାନରେ ଅଛି । ଭାରତ ୯୪୮ଟି ମ୍ୟାଚରୁ ୪୭୬ଟି ଜିତିଛି ଓ ଏହାର ସଫଳତା ହାର ହେଉଛି ୫୪.୪୮ ପ୍ରତିଶତ । ପାକିସ୍ତାନ ୫୪.୪୮ ହାରରେ ୪୭୬ ମ୍ୟାଚ ଜିତିଛି । ଏହି ୩ଟି ଦଳ ବ୍ୟତୀତ ଅନ୍ୟ କୌଣସି ଦଳ ୪୦୦ରୁ ଅଧିକ ଦିନିକିଆ ମ୍ୟାଚ ଜିତି ନାହାନ୍ତି ।

ତେବେ ଉଭୟ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଏପର୍ଯ୍ୟନ୍ତ ୧୯ଟି ଦ୍ୱିପାକ୍ଷୀକ ଶୃଙ୍ଖଳା ଖେଳାଯାଇଛି, ଯେଉଁଥିରେ ଭାରତ ୧୮ ଓ ୱେଷ୍ଟଇଣ୍ଡିଜ ୮ଟି ଜିତିଛି ।  ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଏପର୍ଯ୍ୟନ୍ତ ୧୨୧ଟି ଦିନିକିଆ ମ୍ୟାଚ ଖେଳାଯାଇଛି । ସେଥିରୁ ଭାରତ ୬୧ଟି ମ୍ୟାଚ ଜିତିଥିବା ବେଳେ ୫୬ ଥର ପରାସ୍ତ ହୋଇଛି । ଗୋଟିଏ ମ୍ୟାଚ ଟାଇ ଥିବାବେଳେ ୩ଟି ମ୍ୟାଚ ବାତିଲ ହୋଇଛି ।