ବିଶ୍ୱକପ ଲଢେଇ ପାଇଁ ଭାରତୀୟ ଯୋଦ୍ଧାଙ୍କ ନାଁ ଘୋଷଣା । ଜାଣନ୍ତୁ କିଏ ପାଇଲେ ସୁଯୋଗ, କିଏ ପଡିଲେ ବାଦ୍ ।

3,376

କନକ ବ୍ୟୁରୋ : ବିଶ୍ୱବିଜେତା ହେବା ପାଇଁ ଘୋଷଣା ହେଲା ଭାରତୀୟ ଟିମ୍ । ଇଂଲଣ୍ଡରେ ହେବାକୁ ଥିବା ବିଶ୍ୱକପ କ୍ରିକେଟ ପାଇଁ ଆଜି ଘୋଷଣା ହୋଇଛି ଭାରତୀୟ ଟିମ୍ । କ୍ରିକେଟର ମହାକୁମ୍ଭ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ମୋଟ ୧୫ ଜଣିଆ ଟିମର ଘୋଷଣା କରିଛି ବିସିସିଆଇ । ବିଶ୍ୱକପ ପାଇଁ ବିରାଟ କୋହଲିଙ୍କୁ ଅଧିନାୟକ ଦାୟିତ୍ୱ ଦେଇଛି ବିସିସିଆଇ । ସେହିଭଳି ରୋହିତଙ୍କୁ ଭାରତୀୟ ଦଳର ଉପ ଅଧିନାୟକ ନିଯୁକ୍ତ କରାଯାଇଛି ।


ଏହାଛଡା ମହେନ୍ଦ୍ର ସିଂହ ଧୋନି, ଶିଖର ଧୱନ, କେ ଏଲ ରାହୁଲ, ବିଜୟ ଶଙ୍କର, କେଦାର ଯାଦବ, ଦିନେଶ କାର୍ତ୍ତିକ, ୟୁଜବେନ୍ଦ୍ର ଚହଲ, କୁଳଦୀପ ଯାଦବ, ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମରାହା, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା ଓ ମହମ୍ମଦ ସାମିଙ୍କୁ ବିଶ୍ୱକପ ଲଢେଇ ପାଇଁ ମୈଦାନକୁ ଓହ୍ଲାଇଛି ବିସିସିଆଇ । ତେବେ ରିଷଭ ପନ୍ତଙ୍କୁ ବିଶ୍ୱକପ ଦଳରୁ ବାଦ ଦିଆଯାଇଛି । ସେହିଭଳି ଅଶ୍ୱିନୀଙ୍କୁ ମଧ୍ୟ ଟିମରେ ସାମିଲ କରାଯାଇନାହିଁ ।