ବିଚାରପତି ଲାଂଚ ମାମଲାରେ ଆଜି ହୋଇପାରେ ଶୁଣାଣି ! ଏସଆଇଟି ତଦନ୍ତ ନେଇ ନିଷ୍ପତି ନେଇପାରନ୍ତି ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ

65

କନକ ବ୍ୟୁରୋ: ବିଚାରପତି ଲାଂଚ ମାମଲାର ଶୁଣାଣି ଆଜି । ପ୍ରସାଦ ମେଡିକାଲ କଲେଜରେ ନାମଲେଖା ଦୁର୍ନୀତି ମାମଲାର ଆଜି ହେବ ଶୁଣାଣି । ଆଜି ସୁପ୍ରିମକୋର୍ଟରେ ଏହି ହାଇପ୍ରୋଫାଇଲ ଦୁର୍ନୀତି ମାମଲାର ଶୁଣାଣି ହେବ । ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ କରିପାରନ୍ତି ସର୍ବୋଚ୍ଚ ଅଦାଲତ । ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ଜଣେ ବିଚାରପତିଙ୍କୁ ପକ୍ଷଭୁକ୍ତ କରାଯାଇଥିବାରୁ ଏହି ମାମଲା ଯଥେଷ୍ଟ ହୁରୁତ୍ୱ ବହନ କରୁଛି । ଏହି ମାମଲାରେ ଅଭିଯୁକ୍ତ ଅଛନ୍ତି ।

ଓଡିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଆଇଏମ କୁଦ୍ଦୁସି । ତେଣୁ ମାମଲାର ଶୁଣାଣି ପାଇଁ ୩ ଜଣ ବରିଷ୍ଠ ବିଚାରପତିଙ୍କୁ ନେଇ ସାମ୍ବିଧାନିକ ବେଂଚ୍ ଗଠିତ ହୋଇଛି । ଯେଉଁଥିରେ ଅଛନ୍ତି ଜଷ୍ଟିସ ଆର.କେ. ଅଗ୍ରୱାଲ, ଜଷ୍ଟିସ ଅରୁଣ ମିଶ୍ର ଓ ଜଷ୍ଟିସ ଏ.ଏମ. ଖନୱାଲିକର ।
ଏହି ମାମଲାରେ ଏସଆଇଟି ତଦନ୍ତ ହେବ କି ନାହିଁ, ସେ ସଂପର୍କରେ ଆଜି ସୁପ୍ରିମକୋର୍ଟର ଏହି ସାମ୍ବିଧାନିକ ବେଂଚ୍ ରାୟ ଶୁଣାଇବା ସମ୍ଭାବନା ରହିଛି । ପ୍ରସାଦ ମେଡିକାଲ କଲେଜରେ ନାମଲେଖା ପାଇଁ ଜଷ୍ଟିସ ଆଇଏମ କୁଦ୍ଦୁସି ଲାଂଚ ନେଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରିଥିଲା ସିବିଆଇ ।