ଭାରତୀୟ ରାଜଦୂତଙ୍କୁ ପାକିସ୍ଥାନ ଗୁରୁଦ୍ୱାର ମନା ! ଏପରି ହୀନ ମନୋବୃତ୍ତିକୁ ତୀବ୍ର ପ୍ରତିକ୍ରିୟା ଜଣାଇଲା ଭାରତ ।

35

କନକବ୍ୟୁରୋ: ପାକିସ୍ଥାନରେ ଅବସ୍ଥାପିତ ଭାରତୀୟ ଦୂତବାସଙ୍କୁ ପାକିସ୍ଥାନ ନିଜ ଦେଶର ଗୁରୁଦ୍ୱାର ଯିବା ଉପରେ ରୋକ ଲଗାଇଛି । ଯାହାକୁ ନେଇ ରାଜନୀତି ସରଗରମ ହୋଇଛି । ବିଦେଶ ମନ୍ତ୍ରାଳୟ କହିଛି କି ଆମ ଦେଶର ଦୂତବାସ ସେଠାରେ ବିଦେଶ ମନ୍ତ୍ରାଳୟର ଅନୁମତି ନେଇଥିବା ସତ୍ତେ୍ୱ ତାଙ୍କୁ ଗୁରୁଦ୍ୱାରକୁ ପ୍ରବେଶ କରାଇ ନ ଦେବା ଏକ ହୀନ ଚକ୍ରାନ୍ତ । ଏଥିରୁ ସ୍ପଷ୍ଟ ଭାବରେ ଜଣାପଡୁଛି କି ତାଙ୍କର କଥାରେ ଯାହା କରନ୍ତି କାମରେ ତାହାର ଠିକ ଓଲଟା କରନ୍ତି ।

ଆଇଏନଏସରେ ଖବର ପ୍ରସାରଣ ଅନୁଯାୟୀ, ଯେତେବେଳେ ଇସଲାମବାଦରେ ଭାରତୀୟ ଦୂତବାସ ସେଠାକାର ଗୁରୁଦ୍ୱାରକୁ ପ୍ରବେଶର ଅନୁମତି ପାଇନଥିଲେ ତତକ୍ଷଣାତ ସେଠାରେ ସେ ଏହାକୁ ବିରୋଧ କରିବା ସହ ଅନୁମତି ଥିବା ବେଳେ କାହିଁକି ସେ ପ୍ରବେଶ କରିପାରିବେ ନାହିଁ ବୋଲି ପ୍ରଶ୍ନ କରିଥିଲେ । ଆଗରୁ ମଧ୍ୟ ଏପରି ଭାବରେ ଭାରତୀୟ କମିଶନଙ୍କୁ ସେଠାରେ ହଇରାଣ କରାଯାଇଥିଲା ।

ଏହି ଘଟଣାରେ ଦୂତବାସ କହିଛନ୍ତି ଯେ, ସେମାନଙ୍କୁ ପ୍ରୋଟକଲ କ’ଣ ଜଣାନାହିଁ । କିମ୍ବା ସେମାନେ ସବୁ ଜାଣିଶୁଣି ଏପରି ହୀନ ମନୋବୃତ୍ତି କରୁଛନ୍ତି ତାହା ମତେ ଜଣାନାହିଁ । କିନ୍ତୁ ଏହା କରିବା ଦ୍ୱାରା ଉଭୟ ଦେଶଙ୍କ ମଧ୍ୟରେ ଶାନ୍ତି ପ୍ରତିଷ୍ଠାର ସମ୍ଭାବନା କମ୍ ବୋଲି ସେ କହିଛନ୍ତି ।

ଏହି ଘଟଣା ଜଣାପଡିବା ପରେ ସେଠାକାର ଗୁୁରୁଦ୍ୱାର କମିଟି ଏହାକୁ ନିନ୍ଦା କରିବା ସହ ୧୯୬୧ ରେ ହୋଇଥିବା ଚୁକ୍ତିକୁ ଏହା ମାନୁନାହିଁ । ଏହି ଘଟଣା ଆଗକୁ ନ ଘଟିବ ତାହା ଉପରେ ସରକାର ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି କମିଟି ପକ୍ଷରୁ ଏହା କୁହାଯାଇଛି ।