ଭାରତରେ ବଢ଼ିଚାଲିଛି ଟ୍ୟୁସନ ଟ୍ରେଣ୍ଡ । ଟ୍ୟୁସନ ଉପରେ ଅଧିକ ଭରଷା କରୁଛନ୍ତି ଛାତ୍ରଛାତ୍ରୀ

ଭାରତରେ ବଢ଼ିଚାଲିଛି ଟ୍ୟୁସନ ଟ୍ରେଣ୍ଡ

132

କନକ ବ୍ୟୁରୋ : ଭାରତରେ ବଢ଼ିଚାଲିଛି ଟ୍ୟୁସନ ଟ୍ରେଣ୍ଡ । ସ୍କୁଲ ନୁହେଁ ଟ୍ୟୁସନ ଉପରେ ଅଧିକ ଭରଷା କରୁଛନ୍ତି ଭାରତର ଛାତ୍ରଛାତ୍ରୀ । ଆନ୍ତର୍ଜାତୀୟ ସର୍ଭେରେ ବିଶ୍ୱରେ ଭାରତ ଏହି କ୍ଷେତ୍ରରେ ନଂ-୧ ବୋଲି ଜଣାପଡିଛି । ଗଚ୍ଚିତରେ ସବୁଠାରୁ ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ଟ୍ୟୁସନ ଯାଆନ୍ତି । କେମ୍ବ୍ରିଜ୍ ଇଂଟରନ୍ୟାସନାଲ ଗ୍ଲୋବାଲ ଏଜୁକେସନ ସେନସେନ୍ସ ରିପୋର୍ଟ ଏହି ତଥ୍ୟ ପ୍ରଦାନ କରିଛି । ଭାରତ ସମେତ ୧୦ଟି ଦେଶରେ ଏହି ସର୍ଭେ କରାଯାଇଛି । ଆମେରିକା ପାକିସ୍ତାନ, ମାଲେସିଆ, ସାଉଥ-ଆଫ୍ରିକା ଆଦି ଦେଶରେ ଏହି ସର୍ଭେ କରାଯାଇଥିଲା । ରୋଚକ କଥା ହେଉଛି ଭାରତରେ ସବୁଠାରୁ ଅଧିକ ସଂଖ୍ୟକ ୮ପ୍ରତିଶତ ଛାତ୍ରଛାତ୍ରୀ ବୈଜ୍ଞାନିକ ହେବା ପାଇଁ ଲକ୍ଷ୍ୟ ରଖନ୍ତି ।

 

୧୬ ପ୍ରତିଶତ ଛାତ୍ରଛାତ୍ରୀ ପ୍ରଯୁକ୍ତି ବିଦ୍ୟାରେ କ୍ୟାରିୟର କରିବା ପାଇଁ ଲକ୍ଷ୍ୟ ରଖନ୍ତି । ଏହା ମଧ୍ୟ ୧୦ଟି ଦେଶ ମଧ୍ୟରେ ସର୍ବୋଚ୍ଚ । ଏହି ସର୍ଭେରେ ଆଉ ଏକ ରୋଚକ କଥା ହେଉଛି ୩୨ ପ୍ରତିଶତ ଛାତ୍ରଛାତ୍ରୀ ପାଠପଢ଼ା ସହ ଅନଲାଇନ କୋର୍ସ ମଧ୍ୟ କରିଥାନ୍ତି । ପରୀକ୍ଷା ପୂର୍ବରୁ ୩୩ପ୍ରତିଶତ ଛାତ୍ରଛାତ୍ରୀ ମକ୍ ଟେଷ୍ଟ ଦେବାକୁ ଇଛା ପ୍ରକାଶ କରିଥାନ୍ତି । ସର୍ଭେ ରିପୋର୍ଟରେ ପ୍ରକାଶ ପାଇଥିବା ତଥ୍ୟ ଅନୁସାରେ ୩୦ ପ୍ରତିଶତ ଅଭିଭାବକ ପିଲାଙ୍କ ହୋକଟ୍ୟାକ୍ସରେ ସହାୟତା କରନ୍ତି । ୬୦ ପ୍ରତିଶତ ଶିକ୍ଷକ ଚିନ୍ତା କରନ୍ତି ପରୀକ୍ଷା ହେଉଛି ଦକ୍ଷତା ବିକାଶ ମାପିବାର ବଡ ମାପକାଠ।