ଏସିଏସଟି ଆଟ୍ରୋସିଟିଜ ଆକ୍ଟକୁ ବିରୋଧ କରି ଭାରତ ବନ୍ଦ ଡାକରା! ମଧ୍ୟପ୍ରଦେଶରେ ହାଇଆଲର୍ଟ,ଆଇନ ରଦ୍ଦ କରିବାକୁ ଉଚ୍ଚଜାତି ଓ ଓବିସି ସଂଗଠନର ଦାବି ।

42

କନକ ନ୍ୟୁଜ୍ : ସଂଶୋଧିତ ଏସ୍ସି ଏସଟି ଆଟ୍ରୋସିଟିଜ୍ ଆଇନରେ ବିରୋଧରେ ଆଜି ଭାରତ ବନ୍ଦ ଡାକରା ଦେଇଛନ୍ତି ବିଭିନ୍ନ ସବର୍ଣ୍ଣ ସଂଗଠନ । ଏହି ଆଇନକୁ ରଦ୍ଦ କରିବା ଦାବିରେ ଆନ୍ଦୋଳନ ଡାକରା ଦେଇଛନ୍ତି ବିଭିନ୍ନ ଉଚ୍ଚଜାତି ଓ ଓବିସି ସଂଗଠନ । ଏଥିପାଇଁ ମଧ୍ୟପ୍ରଦେଶରେ ହାଇ ଆଲର୍ଟ ଜାରି କରିଯାଇଛି । ଏପରିକି ୬ଟି ଜିଲ୍ଲାରେ ୧୪୪ଧାରା ଜାରି କରିଛି ମଧ୍ୟପ୍ରଦେଶ ପୋଲିସ୍ । ବିନ୍ଧ୍,ଶିବପୁରୀ, ମୋରେନା, ଗ୍ୱାଲିୟରରେ ୧୪୪ ଧାରା ଜାରି କରାଯାଇଛି । ଏସସିଏସଟି ଆଟ୍ରୋସିଟିଜ୍ ଆଇନ୍ ଉପରେ ମାର୍ଚ୍ଚ ମାସରେ ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ରୋକ୍ ଲଗାଇବା ପରେ ଏପ୍ରିଲରେ ତେଜିଥିଲା ବିରୋଧ ।

ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ଏପ୍ରିଲ ୨ତାରିଖରେ ଦେଶବ୍ୟାପି ଆନ୍ଦୋଳନକୁ ଓହ୍ଲାଇଥିଲେ ବିଭିନ୍ନ ଏସସିଏସଟି ସଂଗଠନ । ଏହି ଆନ୍ଦୋଳନ ସମୟରେ କେତେକ ସ୍ଥାନରେ ମୁହାଁମୁହିଁ ହୋଇଥିଲେ ଆନ୍ଦୋଳନକାରୀ ଓ ଉଚ୍ଚଜାତିର ଲୋକ । କେନ୍ଦ୍ର ସରକାରଙ୍କ ଉପରେ ଚାପ ପଡିବାରୁ ଜୁଲାଇ ମାସରେ ଏସସିଏସଟି ଆଟ୍ରୋସିଟିଜ୍ ଆଇନ୍ ପାରିତ କରିଥିଲେ । ଏସସିଏସଟି ଆଇନ୍ ଅନୁଯାୟୀ ଯାହା ବିରୋଧରେ ଅଭିଯୋଗ ଆସିବ ସେହି ଲୋକ ନାମରେ ପ୍ରଥମେ ଏକ ଏଫଆଇଆର ହେବ ଓ ଗିରଫ କରାଯିବ । ତଦନ୍ତ ପରେ ପରବର୍ତି ପଦକ୍ଷେପ ଗ୍ରହଣ କରାଯିବ । ଏହାଦ୍ୱାରା ମିଛ ମାମଲା ବଢ଼ିବ ଓ ଆଇନର ଅପବ୍ୟବହାର ହେବ ବୋଲି ଅଭିଯୋଗ କରିଛନ୍ତି ଉଚ୍ଚ ଜାତି ଓ ଓବିସି ସଂଗଠନ ।