ଭାରତ-ଶ୍ରୀଲଙ୍କା ତୃତୀୟ ଦିନିକିଆ ! ଲଙ୍କାକୁ ମାତ୍ ଦେଇ ସିରିଜ ହାତେଇବା ଲକ୍ଷ୍ୟରେ ବିରାଟ ବାହିନୀ

24

କନକ ବ୍ୟୁରୋ : ଆଜି ପାଲିକଲରେ ଭାରତ-ଶ୍ରୀଲଙ୍କା ତୃତୀୟ ଦିନିକିଆ ! ଲଙ୍କାକୁ ମାତ୍ ଦେଇ ସିରିଜ ହାତେଇବା ଲକ୍ଷ୍ୟରେ ବିରାଟ ବାହିନୀ ଖେଳାଯିବ ଭାରତ- ଶ୍ରୀଲଙ୍କା ତୃତୀୟ ଦିନିକିଆ ମ୍ୟାଚ୍ । ଏହି ମ୍ୟାଚ୍ ଜିତି ସିରିଜ କବଜା କରିବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ୫ ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ପ୍ରଥମ ଦୁଇଟି ମ୍ୟାଚରେ ଭାରତ ବିଜୟୀ ହୋଇଛି । ପ୍ରଥମ ମ୍ୟାଚରେ ଶିଖର ଧୱନଙ୍କ ଧୂଆଁଧାର ବ୍ୟାଟିଂ ବଳରେ ୯ ୱିକେଟରେ ଶ୍ରୀଲଙ୍କାକୁ ମାତ୍ ଦେଇଥିଲା ଭାରତ । ସେହିପରି ଦ୍ୱିତୀୟ ଦିନିକିଆରେ ଭୁବନେଶ୍ୱର କୁମାରଙ୍କ ଲଢୁଆ ଅର୍ଦ୍ଧଶତକ ଓ ଧୋନିଙ୍କ ବ୍ୟାଟିଂ ବଳରେ ବିଜୟ ଆଡକୁ ଅଗ୍ରସର ହେଉଥିବା ଶ୍ରୀଲଙ୍କା ହାତରୁ ମ୍ୟାଚ ଛଡାଇ ଆଣିଥିଲା ଭାରତ । ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚକୁ ୩ ୱିକେଟରେ ଜିତିଥିଲା ଟିମ ଇଣ୍ଡିଆ ।

ସେପଟେ ଦୁଇଟି ମ୍ୟାଚରେ ପରାଜୟ ପରେ ଟିମ୍ ଶ୍ରୀଲଙ୍କା ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଛି । ତା ସହିତ ସ୍ଲୋ ଓଭର ପାଇଁ ଶ୍ରୀଲଙ୍କା ଅଧିନାୟକ ଉପୁଲ ତରଙ୍ଗା ଦୁଇଟି ମ୍ୟାଚରୁ ବହିଷ୍କୃତ ହୋଇଛନ୍ତି । ତେଣୁ ଆଜିର ମ୍ୟାଚରେ ଯେମିତି ହେଲେ ବିଜୟୀ ହୋଇ ଶୃଙ୍ଖଳା ବଞ୍ଚାଇବାକୁ ପ୍ରୟାସ କରିବ ଶ୍ରୀଲଙ୍କା ଦଳ ।