ଆଜି କଲମ୍ବୋରେ ପୁଣି ମୁହାଁମୁହିଁ ହେବେ ଭାରତ ଓ ଶ୍ରୀଲଙ୍କା : ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆର ବିଜୟ ପରେ ଚାପରେ ରହିଛି ସିଂହଳି ଦଳ

37

କନକ ବ୍ୟୁରୋ : ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ କଲମ୍ବୋରେ ଅନୁଷ୍ଠିତ ହେବ ଦ୍ୱିତୀୟ ଟେଷ୍ଟ ମ୍ୟାଚ । କ୍ୟାପଟେନ୍ କୋହଲି ଏକାଧିକ ଓପନର ବ୍ୟାଟ୍ସମ୍ୟାନ ଯୋଡ଼ିକୁ ନେଇ ଚିନ୍ତାରେ ଅଛନ୍ତି । କଲମ୍ବୋ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳ ଯୋରଦାର୍ ପ୍ରସ୍ତୁତି କରିଛି । ଏଥିପାଇଁ ଦୁଇଦିନ ଅଭ୍ୟାସ କରିଛି ଭାରତୀୟ କ୍ରିକେଟ ଟିମ୍ ।

ଆଜି ଭାରତୀୟ ସମୟ ଅନୁସାରେ ଦିନ ୧୦ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ । ପ୍ରଥମ ମ୍ୟାଚରେ ଓପନର ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲଙ୍କୁ ଭାଇରାଲ ଫିଭର ହୋଇଥବାରୁ ସେ ଖେଳି ପାରିନଥିଲେ । ଏବେ ସେ ସଂପୂର୍ଣ୍ଣ ସୁସ୍ଥ ଥିବାରୁ ଦ୍ୱିତୀୟ ମ୍ୟାଚ୍ ଖେଳିବେ । ସେହିପରି ଶ୍ରୀଲଙ୍କା ଅଧିନାୟକ ଦିନେଶ ଚାନ୍ଦିମାଲ ନିମୋନିଆ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ସେ ଏବେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି । ତାଙ୍କୁ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଦେଖିବାକୁ ମିଳିବ । ଦମଦାର୍ ବ୍ୟାଟ୍ସମ୍ୟାନ ଦିନେଶ ଚାନ୍ଦିମାଲ ୨୦୧୫ ଗାଲେ ଇଂଟରନ୍ୟାସନାଲ୍ ଷ୍ଟାଡ଼ିୟମରେ ୧୬୯ ବଲରେ ୧୬୨ ରନ୍ ବର୍ଷା କରିଥିଲେ । ପୂର୍ବଭଳି ଶ୍ରୀଲଙ୍କା ଟିମ୍ ମଧ୍ୟ ତାଙ୍କଠାରୁ ଏହି ଆଶା କରୁଛି ।