ଦୁନିଆ ଦେଖିଲା ଭାରତର ଦମ୍ ! ରାଜପଥରେ ଦମ୍ଭ ଦେଖାଇଲା ସେନା

58

କନକ ବ୍ୟୁରୋ : ଦୁନିଆ ଦେଖିଲା ଭାରତର ଦମ୍ । ଦିଲ୍ଲୀ ରାଜପଥରେ ଦେଖିବାକୁ ମିଳିଲା ସାମରିକ ଶକ୍ତି । ଦଶଟି ଏସିୟ ଦେଶର ମୁଖ୍ୟଙ୍କ ଆଗରେ ଆଜି ଭାରତ ତାର ସାମରିକ ଶକ୍ତି ପ୍ରଦର୍ଶନ କରିଛି । ୬୯ତମ ଗଣତନ୍ତ୍ର ଦିବସ ପରେଡରେ ଭାରତର ମିଜାଇଲ୍ ଶକ୍ତି, ସୈନିକଙ୍କ ଡେୟାର ଡେଭିଲ ସୋ । ଅସାଧାରଣ ବୀରତା ଓ ପରାକ୍ରମର ଶିଖରରେ ଭାରତୀୟ ସେନା । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧାସ୍ତ୍ର, ଟ୍ୟାଙ୍କ, ମିସାଇଲ, ଯୁଦ୍ଧାସ୍ତ୍ର ଖୋଜୁଥିବା ରାଡାର୍ ଏବଂ ତାକୁ ପରିଚାଳିତ କରୁଥିବା ବୀର ଯବାନ ।

ଆଉ ଏସବୁ ଭିତରେ ପରେଡରେ ଆକର୍ଷଣ ପାଲଟିଥିଲା, ଭାରତୀୟ ସାମରିକ ଶକ୍ତିର ବ୍ରହ୍ମାସ୍ତ୍ର କୁହାଯାଉଥିବା-ସୁପର ସୋନିକ୍ କ୍ରୁଜ୍ ମିଜାଇଲ୍ ବ୍ରହ୍ମୋସ୍ । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ମିଜାଇଲ୍-ଯାହା ଶତ୍ରୁ ଶିବିରର ନିଦ ହଜାଇ ଦିଏ । ଆଉ ତା’ସହ ଦେଖିବାକୁ ମିଳିଥିଲା ଆକାଶ୍ ୱେପନ୍ ସିଷ୍ଟମର ଝଲକ । ‘ଯୁଦ୍ଧର ଆଗରେ’ ଏହି ବାର୍ତ୍ତା ନେଇ ପରେଡ୍ ପଡିଆକୁ ଓହ୍ଲାଇଥିଲା- ସେନାର ଟ୍ୟାଙ୍କ ଟି-୯୦ । ଯାହା ଭିଷ୍ମ ନାମରେ ପରିଚିତ । ଟି-୭୨ ଟ୍ୟାଙ୍କର ଝଲକ ଉପସ୍ଥିତି ଅତିଥି ଏବଂ ଦର୍ଶକଙ୍କୁ ସୂଚାଇ ଦେଇଥିଲା ସେନାର ସୌର୍ଯ୍ୟ ଓ ଶକ୍ତିର ପରାକ୍ରମ । ଯାହାକୁ ବ୍ରିଜ୍ ଲାଇଙ୍ଗ୍ ଟ୍ୟାଙ୍କ କୁହାଯାଏ ।

ଅଶ୍ୱଶକ୍ତି, ଯେଉଁଠି ଗମନାଗମନର ସୁବିଧା ନାହିଁ ସେଠି ବିି ନିଜର ପରାକ୍ରମ ଦେଖାଇଥାନ୍ତି ଆମ ଯବାନ । ଆଉ ମରୁଭୂମିରେ, ଓଠ ପିଠିରେ ବସି ସୀମାର ସୁରକ୍ଷା କରୁଥିବା ଯବାନଙ୍କ ଚିତ୍ର ମଧ୍ୟ ଦେଖିବାକୁ ମିଳିଛି । ଆଉ ସବା ଶେଷରେ ଦେଖିବାକୁ ମିଳିଥିଲା-ଭାରତୀୟ ବାୟୁ ସେନାର ଦୁଃସାହାସିକ ପ୍ରଦର୍ଶନ । ଆକାଶକୁ ଚିରି ପରିକ୍ରମ ଦେଖାଇଥିଲେ ବୟୁ ସେନାର ଯବାନ ।

ସେନାର ଏହି ଶକ୍ତି ପ୍ରଦର୍ଶନ ଭିତରେ ରାଜପଥରେ ଦେଖିବାକୁ ମିଳିଥିଲା ଏକ ଭାବବିହ୍ୱଳ ଦୃଶ୍ୟ । ଯେତେବେଳେ କମାଣ୍ଡୋ ଜେପି ନିରାଲାଙ୍କୁ ମରୋଣୋତର ଆଶୋକଚକ୍ର ସମ୍ମାନ ପ୍ରଦାନ କରାଯାଉଥିଲା । ରାଷ୍ଟ୍ରପତିଙ୍କ ଆଖିରୁ ଝରି ଆସିଥିଲା ଲୁହ । ଯାହା ସେନା ପ୍ରତି ଥିଲା ଭଲ ପାଇବା ଏବଂ ସେନାର ବଳିଦାନକୁ ସମ୍ମାନର ପ୍ରମାଣ ଦେଉଛି ।