ଚତୁର୍ଥ ଦିନିକିଆରେ ଚମକିଲା ବିରାଟ ବାହିନୀ । ୱେଷ୍ଟଇଣ୍ଡିଜ ସମ୍ମୁଖରେ ୩୭୮ ରନର ବିଜୟଲକ୍ଷ୍ୟ

ଦ୍ୱିଶତକ ମୁଡରେ ଥିଲେ ରୋହିତ୍, ହେଲେ କରିବସିଲେ ଭୁଲ ।

132

କନକ ବ୍ୟୁରୋ : ଚତୁର୍ଥ ଦିନିକିଆରେ ଚମକିଲା ଟିମ୍ ଇଣ୍ଡିଆ । ୱେଷ୍ଟଇଣ୍ଡିଜ ବିପକ୍ଷରେ ମୁମ୍ବାଇରେ ଖେଳା ଯାଇଥିବା ଚତୁର୍ଥ ଦିନିକିଆରେ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରି ୩୭୭ ରନର ଏକ ବିଶାଳ ସ୍କୋର ଛିଡା କରିଛି । ରୋହିତ ଓ ରାୟଡୁଙ୍କ ଦମଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ସାମ୍ନାରେ ୩୭୮ ରନର ବିଶାଳ ଟାର୍ଗେଟ ରଖିଛି ବିରାଟ ବାହିନୀ ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ ପ୍ରଥମରୁ ଦ୍୍ରୁତ ରନ ସଂଗ୍ରହ କରିଥିଲା । ରୋହିତ ଓ ଧୱନଙ୍କ ଯୋଡି ଧୂଆଁଧାର ବ୍ୟାଟିଂ କରିବା ସହ ଭାରତର ସ୍କୋର ଆଗକୁ ବଢାଇଥିଲେ । ତେବେ ଶିଖର ଧୱନ ଆଉଟ ହେବା ପରେ କ୍ରିଜକୁ ଆସିଥିଲେ କ୍ୟାପଟେନ କୋହଲି ।  କିନ୍ତୁ ପୂର୍ବ ମ୍ୟାଚ ଗୁଡିକ ପରି କ୍ରିଜରେ ଅଧିକ ସମୟ ତିଷ୍ଠି ପାରିନଥିଲେ କୋହଲି । ୧୬ ରନ କରି ପ୍ୟାଭିଲିୟନ ଫେରିବା ପରେ ଆରମ୍ଭ ହୋଇଥିଲା ରୋହିତ-ରାୟଡୁ ସୋ’ ।


ୱେଷ୍ଟଇଣ୍ଡିଜ ବୋଲରଙ୍କୁ ନିର୍ଦ୍ଧୁମ ପିଟିବା ସହ ଦୁହେଁ ଶତକ ହାସଲ କରିଥିଲେ । ରୋହିତ ଦ୍ୱିଶତକ  ଆଡକୁ ବଢୁଥିବା ବେଳେ ୧୬୨ ରନରେ ନିଜର ୱିକେଟ ହରାଇଥିଲେ । ତେବେ ଶେଷ ଆଡକୁ ଧୋନି ଓ କେଦାର ଦ୍୍ରୁତ ରନ ବଳରେ ଭାରତ ୫ ୱିକେଟ ହରାଇ ୩୭୭ ରନ କରିବାକୁ ସକ୍ଷମ ହୋଇଥିଲା । ୱେଷ୍ଟଇଣ୍ଡିଜ ପକ୍ଷରୁ କେମର ରୋଚ ସର୍ବାଧିକ ୨ଟି ୱିକେଟ ନେଇଥିବା ବେଳେ ଆସଲେ ନର୍ସ ଓ କିମୋ ପଲ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ ।