୪ର୍ଥ ଦିନିକିଆରେ ଚମକିଲେ ଧୱନ ! ବ୍ରଜପାତ ଯୋଗୁଁ ମଝିରୁ ଅଟକିଲା ମ୍ୟାଚ, ସିରିଜ ବିଜୟ ପାଇଁ ବଡ ସୁଯୋଗ

20

କନକ ବ୍ୟୁରୋ : ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ୩ଟି ଦିନିକିଆରେ ଅଦ୍ଭୁତପୂର୍ଣ୍ଣ ବିଜୟ ହାସଲ କରିବା ପରେ ଟିମ୍ ଇଣ୍ଡିଆର ଅଧିନାୟକ କୋହଲିଙ୍କ ବିରାଟ ବାହିନୀ ୬ଟି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ନିଜର ନାମରେ କରିବାକୁ ଲକ୍ଷ୍ୟ ରଖିଛି। ଜୋହାନସବର୍ଗରେ ୪ର୍ଥ ଦିନିକିଆରେ ଟସ୍ ଜିଣି ଭାରତ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ ବିନିମୟରେ ୨୮୯ ରନ କରିଛି । ଶିଖର ଧୱନଙ୍କ ଶତକୀୟ ଇନିଂସ ବଳରେ ଭାରତ ଦକ୍ଷିଣ ଆଫ୍ରିକା ଆଗରେ ୨୯୦ ରନର ଟାଗେର୍ଟ ରଖିଛି । ତେବେ ଭାରତୀୟ ଇନିଂସ ମଝିରେ କିଛି ସମୟ ପାଇଁ ଖେଳ ବନ୍ଦ ରହିଥିଲା । ବଜ୍ରପାତ ଯୋଗୁଁ ଖେଳ କିଛି ସମୟ ଅଟକିଥିଲା ବୋଲି ଜଣାପଡିଛି ।

ଜୋହାନସବର୍ଗର ଓ୍ଵାଣ୍ଡର୍ସ ଷ୍ଟାଡିୟମରେ ଶନିବାର ଦକ୍ଷିଣ ଆଫ୍ରିକାର ପ୍ରଥମ ଶିକାର ହୋଇଥିଲେ ରୋହିତ ଶର୍ମା(୫)। ସେ ରାବାଡ଼ାଙ୍କ ଦ୍ୱାରା ବଲରେ କ୍ୟାଚ୍ ହୋଇଥିଲେ। ସେତେବେଳକୁ ଦଳର ସ୍କୋର ୩.୬ଓଭରରେ ମାତ୍ର ୨୦ ରନ୍ ଥିଲା। ଭାତର ୨ୟ ଓ୍ଵିକେଟ ଭାବରେ ବିରାଟ କୋହଲିଙ୍କୁ ହରାଇଥିଲା। ଦଳୀୟ ସ୍କୋର ୩୧.୧ଓଭରେ ୧୭୮ରନ୍ ଥିବା ବେଳେ ବିରାଟ କୋହଲି(୭୫) କ୍ରିସ ମୋରିସଙ୍କ ବଲ ଡାଭିଡ ମିଲରଙ୍କୁ କ୍ୟାଚ ଦେଇଥିଲେ। ଧୱନ ଆକର୍ଷଣୀୟ ବ୍ୟାଟିଂ କରି ଶତକ ହାସଲ କରିଥିଲେ । ବ୍ୟକ୍ତିଗତ ଭାବେ ୧୦୯ ରନ କରିଥିବା ବେଳେ ଲୁଙ୍ଗି ନେଗିଡିଙ୍କ ବଲରେ ରବାଡାଙ୍କ ହାତରେ କ୍ୟାଚ ହୋଇ ପ୍ୟାଭିଲିୟନ ଫେରିଥିଲେ । ଶେଷ ଆଡକୁ ମହେନ୍ଦ୍ର ସିଂ ଧୋନି ୪୨ ରନର ଇନିଂସ ଖେଳି ଦଳକୁ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ରବାଡା ଓ ଲୁଙ୍ଗି ନେଗଡି ୨ଟି ଲେଖାଏଁ ୱିକେଟ ହାସଲ କରି୍ଥିବା ବେଳେ ମର୍କେଲ ଗୋଟିଏ ୱିକେଟ ପାଇଥିଲେ ।