ଅନ୍ତିମ ଦିନିକିଆରେ ପୁଣି ଫିକା ପଡିଲା ଭାରତର ବ୍ୟାଟିଂ ! ଇଂଲଣ୍ଡ ପାଇଁ ୨୫୭ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କଲା ଟିମ୍ ଇଣ୍ଡିଆ ।

35

ଆଦିଲ ରସିଦ କମ୍ ସମୟ ମଧ୍ୟରେ ୩ଟି ଓ୍ଵିକେଟ୍ ନେବା ପରେ ଭାରତ ବିଶାଳ ସ୍କୋର କରିପାରି ନାହିଁ । ରସିଦଙ୍କ ପ୍ରଭାବିତ ବୋଲିଂ ଯୋଗୁଁ ଭାରତ ୩୩ ରନ୍ ମଧ୍ୟରେ ଦିନେଶ କାର୍ତ୍ତିକ, ବିରାଟ କୋହଲି ଓ ସୁରେଶ ରାଇନାଙ୍କୁ ହରାଇଥିଲା । ସ୍କୋର ୧୨୫ ରନରେ କାର୍ତ୍ତିକ, ୧୫୬ ରନରେ କୋହଲି ଓ ୧୫୮ ରନରେ ରାଇନା ପାଭଲିଅନ୍ ଫେରିଥିଲେ । ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ଟି ଓ୍ଵିକେଟ୍ ହରାଇ ୨୫୬ ରନ୍ ସଂଗ୍ରହ କରିଛି । ଦ୍ୱିପାକ୍ଷୀକ ଶୃଙ୍ଖଳା ବିଜୟୀ ହେବାକୁ ଇଂଲଣ୍ଡକୁ ୨୫୭ ରନ୍ ଲକ୍ଷ ମିଳିଛି ।

ମହେନ୍ଦ୍ର ସିଂହ ଧୋନି ଅର୍ଦ୍ଧଶତକରୁ ବଂଚିତ ହୋଇଥିଲେ । ସେ ୬୬ ବଲ ଖେଳି ୪୨ ରନ୍ ଯୋଡ଼ିବା ପରେ ଡେଭିଡ଼ ଓ୍ଵିଲିଙ୍କ ବଲ ଜୋସ ବଟଲରଙ୍କୁ କ୍ୟାଚ ଦେଇ ୭ମ ଓ୍ଵିକେଟରେ ଆଉଟ ହୋଇଥିଲେ । ଭାରତ ୨୨୧ ରନରେ ଧୋନିଙ୍କୁ ହରାଇ ଥିଲା । ଇନିଂସର ଶେଷ ବଲରେ ଅଷ୍ଟମ ଓ୍ଵିକେଟର ଶିକାର ହୋଇଥିଲେ ଭୁବନେଶ୍ୱର କୁମାର(୨୧) । ସେ ଡେଭିଡ ଓ୍ଵିଲିଙ୍କ ବଲ ଜନି ବେୟାରଷ୍ଟୋଙ୍କୁ କ୍ୟାଚ ଦେଇଥିଲେ । ଶାର୍ଦ୍ଦୁଲ ଠାକୁର ଅପରାଜିତ ୨୨ ରନ୍ ଯୋଡ଼ିଥିଲେ ।

୩ ମ୍ୟାଚର ଶୃଙ୍ଖଳାର ଅନ୍ତିମ ମୁକାବିଲା ଉଭୟ ଦଳ ପାଇଁ କର ବା ମର ପରିସ୍ଥିତି ଦେଖାଯାଇଥିବା ବେଳେ ଭାରତ ୮୪ ରନରେ ଶିଖର ଧାଓ୍ଵନ(୪୪)ଙ୍କୁ ହରାଇଥିଲା । ବେନ୍ ଷ୍ଟୋକଙ୍କ ଦ୍ୱାରା ରନ୍ ଆଉଟ ହୋଇ ଧାଓ୍ଵନ ପାଭଲିଅନ ଫେରିଥିଲେ । ଇଂଲଣ୍ଡର ୩ୟ ଶିକାର ହୋଇଥିଲେ ଦିନେଶ କାର୍ତ୍ତିକ(୨୧) । ସ୍କୋର ୧୨୫ ଥିବା ବେଳେ ସେ ଆଦିଲ ରସିଦଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ । ଭାରତ ୧୫୬ ରନରେ ବିରାଟ କୋହଲିଙ୍କୁ ହରାଇଥିଲା । କୋହଲି(୭୧) ୭୨ଟି ବଲ ଖେଳି ୭ଟି ଚୌକା ମାରିଥିଲେ । ସେ ଆଦିଲ ରସିଦଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ । ସେହିପରି ରସିଦଙ୍କ ୩ୟ ଶିକାର ହୋଇଥିଲେ ସୁରେଶ ରାଇନା(୧) । ହାର୍ଦ୍ଦିକ ପାଣ୍ଡ୍ୟା ମାତ୍ର ୧ ରନ୍ କରି ମାର୍କ ଉଡ଼ଙ୍କ ବଲ ଜୋସ୍ ବଟଲରଙ୍କୁ କ୍ୟାଚ ଦେଇ ପାଭଲିଅନ୍ ଫେରିଥିଲେ ।

ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଦିନିକିଆ ଅନ୍ତର୍ଜାତୀୟରେ ମଙ୍ଗଳବାର ୪୮ତମ ଅର୍ଦ୍ଧଶତକ ହାସଲ କରିଛନ୍ତି । ଭାରତ ୧୩ ରନରେ ଉପ-ଅଧିନାୟକ ରୋହିତ ଶର୍ମାଙ୍କୁ ହରାଇବା ପରେ କୋହଲି କ୍ରିଜକୁ ପ୍ରବେଶ କରିଥିଲେ । ସେ ୨ୟ ଓ୍ଵିକେଟ ପାଇଁ ଶିଖର ଧାଓ୍ଵନଙ୍କ ସହିତ ୭୧ ରନ୍ ଭାଗିଦାରୀ ହୋଇ ପାରିଥିଲେ । ସେହିଭଳି ସେ ଦିନେଶ କାର୍ତ୍ତିକଙ୍କ ସହିତ ୫୪ ରନର ଭାଗିଦାରୀ ହୋଇଥିଲେ । ଲିଡସ୍ ଷ୍ଟାଡିୟମରେ ଇଂଲଣ୍ଡ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରିଥିଲା ।