ଚିନାସ୍ୱାମୀରେ ଟିମ୍ ଇଣ୍ଡିଆର ବ୍ୟାଟିଂ ଚମକ ! ଅଷ୍ଟ୍ରେଲିଆ ଆଗରେ ୧୯୧ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କଲା ବିରାଟ ବାହିନୀ ।

92

କନକ ବ୍ୟୁରୋ : ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ଜବରଦସ୍ତ ବ୍ୟାଟିଂ ପ୍ରଦର୍ଶନ କରିଛି ଭାରତ । ଅଧିନାୟକ ବିରାଟ କୋହଲିଙ୍କ ଜବରଦସ୍ତ ଅର୍ଦ୍ଧଶତକ ଏବଂ ଲୋକେଶ ରାହୁଲଙ୍କ ଜବରଦସ୍ତ ବ୍ୟାଟିଂ ବଳରେ ଭାରତ ଅଷ୍ଟ୍ରେଲିଆ ଆଗରେ ୧୯୧ ରନର ବିଶାଳ ଟାର୍ଗେଟ୍ ସେଟ୍ କରିଛି ବିରାଟ ବାହିନୀ । ବାଙ୍ଗାଲୋରର ଏମ୍. ଚିନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ।

ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ପ୍ରାରମ୍ଭରୁ ଭଲ ବ୍ୟାଟିଂ ପ୍ରଦର୍ଶନ କରିଥିଲା । ଲୋକେଶ ରାହୁଲ ପୂର୍ବ ମ୍ୟାଚ ଭଲ ଫର୍ମରେ ନଜର ଆସିଥିଲେ । କିନ୍ତୁ ଅର୍ଦ୍ଧଶତକ ପୂରଣ କରିବା ପୂର୍ବରୁ ୪୭ ରନରେ ଫ୍ୟାଭିଲିୟନ୍ ଫେରିଯାଇଥିଲେ ରାହୁଲ । ପ୍ରଥମ ମ୍ୟାଚରେ ବିଶ୍ରାମ ପାଇଥିବା ଶିଖର ଧୱନ ଆଜିର ମ୍ୟାଚରେ ଭଲ ପ୍ରଦର୍ଶନ କରିପାରିନଥିଲେ । ସେହିପରି ପ୍ରଥମ ମ୍ୟାଚରେ ବିଫଳ ହୋଇଥିବା ଋଷଭ ପନ୍ଥ, ଆଜି ମ୍ୟାଚରେ ମଧ୍ୟ ବିଫଳ ହୋଇଛନ୍ତି । କିନ୍ତୁ ଅଧିନାୟକ ବିରାଟ କୋହଲି ଏବଂ ମହେନ୍ଦ୍ର ସିଂହ ଧୋନୀ ଜବରଦସ୍ତ ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି । କୋହଲି ଦମଦାର ଅର୍ଦ୍ଧଶତକ ପାଳି ଖେଳିବା ସହ ୭୨ ରନ(୩୮ ବଲ୍‌, ୨ ଚୌକା ଓ ୬ ଛକା)  ସଂଗ୍ରହ କରିଛନ୍ତି ।