ଅନ୍ତରୀକ୍ଷ ଯିବ ମନୁଷ୍ୟ ! ଋଷିଆ ସହାୟତାରେ ମହାକାଶକୁ ମଣିଷ ପଠାଇବ ଭାରତ ।

85

ଭାରତ ଆସନ୍ତା ୨୦୨୨ରେ ନିଜର ଗଗନଯାନ ମହାକାଶ ଅଭିଯାନ ମାଧ୍ୟମରେ ମହାକାଶକୁ ମନୁଷ୍ୟ ପଠାଇବାକୁ ଯୋଜନା କରୁଥିବାବେଳେ ଏ କ୍ଷେତ୍ରରେ ଋଷିଆ ସହାୟତାର ହାତ ବଢାଇଛି । ନିକଟରେ ଭାରତ ଗ୍ରସ୍ତରେ ଆସିଥିବା ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଏ ନେଇ ଆଲୋଚନା ହୋଇଥିଲା । ଏହା ପରେ ମହାକାଶ ଗବେଷଣା କ୍ଷେତ୍ରରେ ସହଯୋଗ ପାଇଁ ଉଭୟ ଦେଶ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି ।

ଏହି ଚୁକ୍ତି ଅନୁସାରେ ମନୁଷ୍ୟ ମିଶନ ପାଇଁ ଭାରତର ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଓ ଋଷିଆର ରସକସମସ ମିଳିତଭାବରେ କାମ କରିବେ । ଭାରତର ଜଣେ ମହାକାଶଚାରୀଙ୍କୁ ଋଷିଆ ନିଜର ସୋୟୁଜ ମହକାଶଯାନ ମାଧ୍ୟମରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ କିଛି ସମୟପାଇଁ ପଠାଇବାକୁ ପ୍ରସ୍ତାବ ଦେଇଛି । ଏହା ପୂର୍ବରୁ ଋଷିଆ ଭାରତର ମହାକାଶଚାରୀମାନଙ୍କୁ ତାଲିମ ଦେବ । ପୂର୍ବରୁ ମଧ୍ୟ ୧୯୮୨ରେ ଋଷିଆ ସହାୟତାରେ ଭାରତ କ୍ୟାପ୍ଟଟେନ ରାକେଶ ଶର୍ମାଙ୍କୁ ମହାକାଶକୁ ପଠାଇଥିଲା ।