ଶତ୍ରୁଦେଶକୁ ଭାରତର ଚେତାବନୀ, ବିନା ସର୍ତ୍ତରେ ଭାରତୀୟ ପାଇଲଟକୁ ଛାଡ଼ : ସୂତ୍ର 

291

କନକ ବ୍ୟୁରୋ : ପାକିସ୍ତାନ କବଜାରେ ଥିବା ଭାରତୀୟ ପାଇଲଟକୁ ତୁରନ୍ତ ଛାଡ଼ିବା ପାଇଁ କହିଲା ଭାରତ । ଭାରତ ସରକାର କୌଣସି ସର୍ତ୍ତ ପୂରଣ କରିବୁ ନାହିଁ କରିବୁ ନାହିଁ ବୋଲି ମନା କରିଦେଇଛନ୍ତି । ଆମେ ପାକିସ୍ତାନକୁ ଅନେକ ପ୍ରମଣା ଦେଇଛୁ, କୌଣସି ବି ସ୍ଥିତିରେ ସର୍ତ୍ତ ପୂରଣ ହେବନାହିଁ । ତୁରନ୍ତ ଆମ ପାଇଲଟକୁ ଛାଡ଼ ବୋଲି କହିଛି ଭାରତ । ଇମ୍ରାନ୍ ଖାନ୍ କଥା ହେବାକୁ ଚାହୁଁଛନ୍ତି, ହେଲେ ସେଥପାଇଁ ଭରସାଯୋଗ୍ୟ ମାହୋଲ ଦରକାର । ତିନି ସେନା ପ୍ରମୁଖଙ୍କ ଉପସ୍ଥିତିରେ ବସିଥିବା ବୈଠକ ପରେ ଭାରତ ଏପରି ବୟାନ ଦେଇଛି ।

ସେପଟେ ପାକିସ୍ତାନ କବଜାରେ ଥିବା ପାଇଲଟଙ୍କୁ ସୁରକ୍ଷିତ ଫେରାଇ ଦେବାକୁ ଦାବି କରିଛି ଭାରତ ।  ପାକିସ୍ତାନ କବଜାରେ ଥିବା ଭାରତୀୟ ପାଇଲଟଙ୍କୁ ଯେଭଳି କିଛି କ୍ଷତି ନପହଞ୍ଚିବ ସେଥିପାଇଁ ପାକିସ୍ତାନ ଡେପୁଟି ହାଇକମିସନଙ୍କୁ ରୋକଠୋକ ଶୁଣାଇଛି ଭାରତୀ ବୈଦେଶିକ ମନ୍ତ୍ରାଳୟ । ଆହତ ପାଇଲଟଙ୍କ ଭିଡିଓ ଭାଇରାଲ କରି ପାକିସ୍ତାନ ଅନ୍ତଜାର୍ତୀୟ ମାନବିକ ଆଇନ ଓ ଜେନେଭା କନ୍ଭେନ୍ସନ୍କୁ ଖୋଲାଖୋଲି ଉଲଂଘନ କରିଥିବା ଭାରତ କହିଛି । ତୁରନ୍ତ ପାକ କବଜାରେ ଥିବା ୱିଙ୍ଗ କମାଣ୍ଡରଙ୍କୁ ଫେରାଇ ଦେବାକୁ କହିଛି ବିଦେଶ ମନ୍ତ୍ରାଳୟ । ଏହା ସହିତ ଅସ୍ତ୍ରବିରତି ଉଲଂଘନ କରିବା ନେଇ ଜବାବ ତଲବ କରିଛି ବୈଦେଶିକ ମନ୍ତ୍ରାଳୟ ।

ଗତକାଲି ଭାରତୀୟ ବାୟୁସୀମାକୁ ପଶି ଆସିଥିବା ପାକିସ୍ତାନ ଯୁଦ୍ଧ ବିମାନକୁ ଘଉଡାଇ ଦେଇଥିଲା ଭାରତ । ହେଲେ ଏହି ଅପରେସନ୍ରେ ଭାରତୀୟ ବାୟୁସେନାର ଗୋଟିଏ ମିଗ୍-୨୧ ବିମାନ ନଷ୍ଟ ହୋଇ ପାକିସ୍ତାନ ଅଧିକୃତ କଶ୍ମୀରରେ ପଡିଥିଲା  । ଆଉ ପାକିସ୍ତାନ କବ୍ଜାରେ ପଡ଼ିଯାଇଥିଲେ ଭାରତୀୟ ପାଇଲଟ୍ । ସୋସିଆଲ ମିଡ଼ିଆରେ ଭାରତୀୟ ବାୟୁସେନା ଯବାନଙ୍କ ଭିଡିଓ ଭାଇରାଲ ହେବା ପରେ ଇସଲାମାବାଦକୁ କଡ଼ା ଚେତାବନୀ ଦେଇଛି ନୂଆଦିଲ୍ଲୀ । ଦିଲ୍ଲୀ ସ୍ଥିତ ପାକିସ୍ତାନ ଡେପୁଟୀ ହାଇକମିଶନରଙ୍କୁ ତଲବ୍ କରି ପାଇଲଟଙ୍କୁ ତୁରନ୍ତ ସୁରକ୍ଷିତ ଫେରାଇ ଦେବାକୁ ଦାବି କରିଛି ଭାରତ । ଏବେ ପାକିସ୍ତାନ ଉପରେ ସମସ୍ତଙ୍କ ନଜର ରହିଛି ।