ଏ ହେଉଛନ୍ତି ଭାରତର ସବୁଠାରୁ ଖତରନାକ ସ୍ପେଶାଲ୍ ଫୋର୍ସ ! ଯାହାଙ୍କ ଉପସ୍ଥିତିରେ ଭୟରେ କମ୍ପନ୍ତି ଶତ୍ରୁ ।

52

ଦେଶପ୍ରତି ଆସୁଥିବା ଅସୁବିଧା ହେଉ କିମ୍ବା ଶତ୍ରୁ କବଳରୁ ଦେଶକୁ ସୁରକ୍ଷା ଦେବାକୁ ହେଉ କୌଣସି ବି ପରିସ୍ଥିତିରେ ଏହି ଯବାନ ନିଜ କର୍ତ୍ତବ୍ୟରୁ ପଛଘୁଞ୍ଚା ଦିଅନ୍ତି ନାହିଁ । ଭାରତ ଦୁନିଆର ସବୁଠାରୁ ବଡ ଦେଶ ଭାବରେ ସପ୍ତମ ସ୍ଥାନରେ ଆସେ,ଯାହାର ଶତ୍ରୁ ମଧ୍ୟ ଅଧିକ ଥାଆନ୍ତି । ଲୋକଙ୍କ ହିସାବରେ ଯବାନ କହିଲେ ସ୍ଥଳସେନା,ନୌସେନା ଏବଂ ବାୟୁସେନାକୁ ବୁଝାଏ । କିନ୍ତୁ ଭାରତ ପାଖରେ ଏଭଳି କିଛି ଫୋର୍ସଙ୍କ ଦଳ ଅଛି ଯେଉଁମାନେ ସମସ୍ତଙ୍କ ନଜରକୁ ନ ଆସି ମଧ୍ୟ ଶତ୍ରୁକୁ ଧୂଳି ଚଟାଇବାରେ ସିଦ୍ଧହସ୍ତ ହୋଇପାରିଛନ୍ତି । ଭାରତୀୟ କମାଣ୍ଡୋ ଫୋର୍ସଙ୍କୁ ଆଲର୍ଟ କରିବା ପାଇଁ ଏବଂ ଶତ୍ରୁଙ୍କ ଅଚାନକ ଆକ୍ରମଣରୁ ବଞ୍ଚିବା ପାଇଁ ଅଧାଘଣ୍ଟାରୁ ବି କମ୍ ସମୟ ଦିଆଯାଇଥାଏ । ତେବେ ଆସନ୍ତୁ ଏହିଭଳି କିଛି ଫୋର୍ସଙ୍କ ବିଷୟରେ ଆଜି ଜାଣିବା ।

ମାର୍କୋସ୍ ଇଣ୍ଡିଆନ୍ : ମାର୍କୋସ୍ ଇଣ୍ଡିଆନ୍ ନୌସେନାର ଏକ ସ୍ପେଶାଲ୍ ଅପରେସନ୍ ୟୁନିଟ୍ ଅଟେ । ମାର୍କୋସ୍ ମରିନ୍ କମାଣ୍ଡୋ ସବୁଠାରୁ ଟ୍ରେଣ୍ଡ ଏବଂ ଆଧୁନିକ ମନାଯାଏ । ମାର୍କୋସ୍ (ସମୁଦ୍ର କମାଣ୍ଡୋ) ଯାହାଙ୍କୁ ୧୯୮୭ ମସିହାରେ ସ୍ଥାପିତ କରାଗଲା । ତେବେ ଏହି କମାଣ୍ଡୋ ରୂପେ କାମ କରିବା ଆଦୌ ସହଜ ନୁହେଁ । ଏହାର ପ୍ରଶିକ୍ଷଣ ଅନ୍ୟମାନଙ୍କ ଠାରୁ ଖୁବ୍ କଷ୍ଟକର । ଏହି କମାଣ୍ଡୋଙ୍କୁ ଶାରୀରିକ ଏବଂ ମାନସିକ ରୂପରେ ଷ୍ଟ୍ରଙ୍ଗ୍ ହେବା ପାଇଁ ପ୍ରଶିକ୍ଷଣ ଦିଆଯାଏ । ଏହାର ଉଦ୍ଦେଶ୍ୟ କାଉଣ୍ଟର ଟେରୋରିଜମ୍ ,ଡାଇରେକ୍ଟ ଆକ୍ସନ୍ ଅନ୍ ଅର୍ଥାତ୍ କୌଣସି ସ୍ଥାନର ନିରୀକ୍ଷଣ,ହୋଷ୍ଟେଜ୍ ରେସକ୍ୟୁସନ୍,ବ୍ୟକ୍ତିଗତ ରେକୋଭେରୀ ଏଭଳି ଖାସ୍ ତରିକାର କାମକୁ ଏହି କମାଣ୍ଡୋ ଫେସ୍ କରନ୍ତି । ଏମାନେ ଜଳ,ସ୍ଥଳ ଏବଂ ବାୟୁରେ ଲଢିବା ପାଇଁ ସମ୍ପୁର୍ଣ୍ଣ ରୂପରେ ପ୍ରସ୍ତୁତ ହୋଇଥାନ୍ତି । ଏମାନଙ୍କୁ ୟୁଏସ୍ ନେଭିର ସ୍ପେଶାଲ୍ ଫୋର୍ସ ସେଲ୍ ଭଳି ପ୍ରସ୍ତୁତ କରାଯାଇଛି । ମାର୍କୋସ୍ କାରଗିଲ୍ ଯୁଦ୍ଧ,ଅପରେସନ୍ ଲିଚ୍,ଅପରେସନ୍ ଶ୍ୱାନ ଭଳି ଆକ୍ରମଣରେ ସାମିଲ୍ ଥିଲେ ।

ଗରୁଡ ଫୋର୍ସ :

ଇଣ୍ଡିଆନ୍ ଏୟାରଫୋର୍ସ ୨୦୦୪ ମସିହାରେ ନିଜ ଏୟାର ବେସ୍ ର ସୁରକ୍ଷା କରିବା ପାଇଁ ବାୟୁ ରକ୍ଷକ ଗରୁଡ ଫୋର୍ସର ସ୍ଥାପନା କରିଥିଲେ । ଗରୁଡ ଫୋର୍ସକୁ ବାୟୁଯୁଦ୍ଧରେ ମାହିର ମନାଯାଏ । ନିଜ ଦକ୍ଷତା ଦ୍ୱାରା ସେମାନେ ଜାଣିନିଅନ୍ତି କି କିଭଳି ଭାବରେ ଶତ୍ରୁର ସୀମାରେ ପଶି ସାଥିଙ୍କୁ ସଫଳତାପୂର୍ବକ ବାହାରକୁ ଆଣିବାକୁ ପଡିଥାଏ । ଗରୁଡ କମାଣ୍ଡୋକୁ ଯୁଦ୍ଧ ସମୟରେ ଶତ୍ରୁ ସୀମାର ପଛରେ ରହି କାମ କରିବାକୁ ଟ୍ରେନିଙ୍ଗ୍ ଦିଆଯାଇଥାଏ । ଏହି କମାଣ୍ଡୋ କଳାଟୋପି ପିନ୍ଧିଥାନ୍ତି । ବାକି ଫୋର୍ସରୁ ସମ୍ପୁର୍ଣ୍ଣ ଅଲଗା ଗରୁଡ ଫୋର୍ସ କେବଳ ଏୟାରଫୋର୍ସ ସୈନିକଙ୍କୁ କମାଣ୍ଡୋ ହେବାର ମଉକା ଦେଇଥାନ୍ତି । ଏମାନଙ୍କ ଟ୍ରେନିଙ୍ଗ୍ ୭୨ ସପ୍ତାହର ହୋଇଥାଏ ଏବଂ ସମ୍ପୁର୍ଣ୍ଣ ରୂପେ କମାଣ୍ଡୋରେ ମିଶିବା ପାଇଁ ୩ ବର୍ଷର ସମୟ ଲାଗିଥାଏ । ଏମାନଙ୍କ ଲକ୍ଷ ‘ପ୍ରହାରରେ ସୁରକ୍ଷା’ ହୋଇଥାଏ ।

କୋବ୍ରା କମାଣ୍ଡୋ :

କୋବ୍ରା କମାଣ୍ଡୋ ଭାରତର ସବୁଠାରୁ ଦକ୍ଷତା ସଂପନ୍ନ ଫୋର୍ସ ମଧ୍ୟରୁ ଗୋଟିଏ । କୋବ୍ରା କମାଣ୍ଡୋ କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ବଳ (ସିଆରପିଏଫ୍) ର ସ୍ପେଶାଲ୍ ଫୋର୍ସ । ଏହି ଫୋର୍ସ ବେସ ବଦଳାଇ ଶତ୍ରୁଙ୍କ ଉପରେ ଆକ୍ରମଣ କରିଥାନ୍ତି । ଦୁନିଆର ବେଷ୍ଟ୍ ପାରାମିଲିଟାରୀ ଫୋର୍ସରେ ଏମାନଙ୍କ ନାଁ ଆସିଥାଏ । ଏଥିପାଇଁ ତାଙ୍କୁ ଖାସ୍ ‘ଗୋରିଲା ଟ୍ରେନିଙ୍ଗ୍’ ଦିଆଯାଇଥାଏ । ନକ୍ସଲଙ୍କ ସହ ଲଢେଇ କରିବା ପାଇଁ ମଧ୍ୟ ଏହି ଫୋର୍ସକୁ ପଠାଯାଇଥାଏ । ଏମାନଙ୍କ ପ୍ରତି ପଦକ୍ଷେପ ଗୁପ୍ତରେ ରହିଥାଏ । ଦିଲ୍ଲୀରେ ସାଂସଦ ଏବଂ ରାଷ୍ଟ୍ରପତି ଭବନର ସୁରକ୍ଷା ପାଇଁ ମଧ୍ୟ ଏମାନଙ୍କୁ ରଖାଯାଇଥାଏ ।

ଘାତକ ଫୋର୍ସ :

ଭାରତୀୟ ସ୍ଥଳସେନାରେ ଏହି ଫୋର୍ସ କାମ କରନ୍ତି । ଏହି ଫୋର୍ସରେ ୨୦ ଯବାନଙ୍କ ଏକ ଦଳ ରହିଥାଏ । ଯାହାଙ୍କ କାମ ହେଉଛି ଶତ୍ରୁକୁ ଯୁଦ୍ଧ ପାଇଁ ଆହ୍ୱାନ ଦେବା ଏବଂ ଆକ୍ରମଣ କରିବା । ଏହି ସେନା ସ୍ଥଳସେନା ସହ ମିଶି କାମ କରନ୍ତି , କାରଣ ଆଗକୁ ଆସିବାକୁ ଯାଉଥିବା ବିପଦ ବିଷୟରେ ପୂର୍ବରୁ ହିଁ ସୁଚନା ମିଳିଯାଏ । ଶତ୍ରୁସ୍ଥଳରେ ଛାପା ମାରିବା ହେଉଛି ଏମାନଙ୍କର କାମ । କାରଗିଲ୍ ଯୁଦ୍ଧରେ ମଧ୍ୟ ଏହି ସେନା ସହଯୋଗ କରିବା ପାଇଁ ଆଗକୁ ଆସିଥିଲେ । ଖତରନାକ ଟ୍ରେନିଙ୍ଗ୍ ସାଙ୍ଗକୁ ପର୍ବତରୋହଣ ଏବଂ ୫୦-୬୦ କି.ମି ଦ୍ରୁତ ଚାଲିବାକୁ ଟ୍ରେନିଙ୍ଗ୍ ଦିଆଯାଇଥାଏ । ଟ୍ରେନିଙ୍ଗ୍ ସମୟରେ ହାତରେ ବନ୍ଧୁକ ଏବଂ ପିଠିରେ ୨୦ କିଲୋର ଓଜନ ରଖି ମାଇଲ୍ ମାଇଲ୍ ଦୂର ଦୌଡିବାକୁ ହୋଇଥାଏ ।

ଏଲିଟ୍ ପାରାକମାଣ୍ଡୋ :

ଭାରତୀୟ ସ୍ଥଳସେନାର ଏଲିଟ୍ ପାରାକମାଣ୍ଡୋ ଇଣ୍ଡୋ-ମିଆଁମାର ବର୍ଡରରେ ସର୍ଜିକାଲ୍ ମିଶନ୍ କରିଥିଲେ । ଏହି କମାଣ୍ଡୋ ୟୁନିଟର ନିର୍ମାଣ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ବର୍ଡରରେ ୧୯୬୫ ମସିହାରେ ହୋଇଥିବା ଯୁଦ୍ଧ ସମୟରେ ହୋଇଥିଲା । ତେବେ ଏହି କମାଣ୍ଡୋ କେବଳ ସ୍ଥଳରେ ନୁହଁ ବାୟୁରେ ମଧ୍ୟ ଯୁଦ୍ଧ ଲାଗିବାର କ୍ଷମତା ରଖିଥାନ୍ତି । ଏଲିଟ୍ ପାରାକମାଣ୍ଡୋ ୧୯୭୧ ଏବଂ ୧୯୯୯ ରେ ହୋଇଥିବା ଯୁଦ୍ଧରେ ମୁଖ୍ୟ ଭୁମିକା ନିଭାଇଥିଲେ । ଏହି କମାଣ୍ଡୋ ପେରାସୁଟରୁ ତଳକୁ ଓହ୍ଲାଇ ଶତ୍ରୁଙ୍କୁ ମାରିବା ଭଳି କାମରେ ମାହିର ଥାନ୍ତି । ସ୍ଥଳସେନାରେ ଏହା ଏକମାତ୍ର ସେନା ଯେଉଁମାନଙ୍କୁ ଟାଟୁ କରିବାକୁ ଅନୁମତି ରହିଛି । ତେବେ କୁହାଯାଏ ଯେ ହଜାରରୁ କେବଳ ୧୦ କିମ୍ବା ୨୦ ପ୍ରତିଶତ ଲୋକ ହିଁ ଏହି ଟ୍ରେନିଙ୍ଗ୍ କୁ ପୁରା କରିପାରନ୍ତି । ଏହି ଡ୍ରେସର ହାଲୁକା ରଙ୍ଗ ମରୁଭୂମିରେ ଏବଂ ଗାଢ ରଙ୍ଗ ସବୁଜିମାରେ ତାଙ୍କୁ ଲୁଚାଇବାକୁ ସାହାଯ୍ୟ କରିଥାଏ ।

ସ୍ପେଶାଲ୍ ପ୍ରୋଟେକ୍ସନ୍ ଗ୍ରୁପ୍ (ଏସପିଜି) :

ଟ୍ରେଡମାର୍କ ସଫାରୀ ସୁଟରେ ଦେଖାଯାଉଥିବା ଏସପିଜିଙ୍କୁ ଦେଶର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ପ୍ରସ୍ତୁତ କରାଯାଇଛି । ୧୯୮୫ ମସିହାରେ ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ଏଭଳି ପଦକ୍ଷେପ ନିଆଯାଇଥିଲା ।

ଏନଏସଜି /ବ୍ଲାକ୍ କ୍ୟାଟ୍ କମାଣ୍ଡୋ :

ଦେଶର ସବୁଠାରୁ ପ୍ରସିଦ୍ଧ କମାଣ୍ଡୋ ମଧ୍ୟରେ ଏହି ଫୋର୍ସ ଅନ୍ୟତମ । ଏହି କମାଣ୍ଡୋ ନିଜ କାମ କରିବାରେ ଜମାରୁ ଅବହେଳା କରେନାହିଁ । ୧୯୮୪ ମସିହାରେ ଏହି ଫୋର୍ସର ଗଠନ କରାଗଲା । ୨୬/୧୧ ମୁମ୍ବାଇ ଆକ୍ରମଣରେ ବିନା କୌଣସି ଅସୁବିଧାରେ ସଫଳତାପୂର୍ବକ ଆତଙ୍କବାଦୀଙ୍କ ସହ ଲଢେଇ କରିବାରେ ଏହି କମାଣ୍ଡୋଙ୍କ ବଡହାତ ଥିଲା ।