ପାକିସ୍ତାନକୁ ଭାରତର ଚେତାବନୀ । ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରହିଛି ମାତ୍ର ୩ମାସ ସମୟ

ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କଡା ଚେତାବନୀ ଦିଆଯାଇଛି ।

253

ଆମେରିକାର ଓରଲାଣ୍ଡୋଠାରେ ଅନୁଷ୍ଠିତଅନ୍ତର୍ଜାତୀୟ ବେଆଇନ ଅର୍ଥ କାରବାର ଉପରେ ନଜର ରଖୁଥିବା ସଂସ୍ଥା ଫାଇନାନ୍ସିଆଲ ଆକ୍ସନ ଟାକ୍ସଫୋର୍ସ (ଏଫଏଟିଏଫ)ର ବୈଠକରେ ପାକିସ୍ତାନକୁ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କଡା ଚେତାବନୀ ଦିଆଯାଇଛି । ଏହାର ସୁଯୋଗ ନେଇ ପାକିସ୍ତାନ ଉପରେ ଚାପ ପକାଇବା ଆରମ୍ଭ କରିଛି ଭାରତ । ଭାରତର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରବୀଶ କୁମାର କହିଛନ୍ତି ଯେ ଆତଙ୍କବାଦ ବିରୋଧରେ ଭରଷାଯୋଗ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ପାକିସ୍ତାନ ପାଖରେ ସେପ୍ଟେମ୍ବର ସୁଦ୍ଧା ଅର୍ଥାତ ଆଉ ୩ ମାସରୁ ବି କମ ସମୟ ରହିଛି । ଏହି ସମୟ ମଧ୍ୟରେ ପାକିସ୍ତାନ ସରକାର ନିଜ ପ୍ରତିଶ୍ରୁତି ମୁତାବକ କେତେକ ଆଖିଦୃଷ୍ଟିଆ ପଦକ୍ଷେପ ନେବେ ବୋଲି ସେ ଆଶା କରିଛନ୍ତି ।

ଶୁକ୍ରବାର ଦିନ ଅନୁଷ୍ଠିତ ଏଫଏଟିଏଫର ବୈଠକରେ ପାକିସ୍ତାନକୁ ୨୭ ସୁତ୍ରୀ କାର୍ଯ୍ୟାନୁଷ୍ଠାନ ପାଇଁ ସେପ୍ଟେମ୍ବର ସୁଦ୍ଧା ସମୟ ଦିଆଯାଇଛି । ଏ ପ୍ରସଙ୍ଗରେ ଅକ୍ଟୋବରରେ ଅନୁଷ୍ଠିତ ହେବାକୁ ଥିବା ଏଫଏଟିଏଫ ବୈଠକରେ ଆଲୋଚନା ଓ ଭୋଟିଂ ହେବ । ସୂଚନାଯୋଗ୍ୟ ଯେ ପ୍ରତିଶ୍ରୁତି ମୁତାବକ ଆତଙ୍କବାଦୀଙ୍କୁ ପାଣ୍ଠିଯୋଗାଣ ବନ୍ଦ କରିବା ଦିଗରେ କୌଣସି ଆଖିଦୃଶିଆ ପଦକ୍ଷେପ ନେଉନଥିବାରୁ ପାକିସ୍ତାନ ଫାଇନାନ୍ସିଆଲ ଆକ୍ସନ ଟାକ୍ସଫୋର୍ସ (ଏଫଏଟିଏଫ) ଗତ ବର୍ଷ ଗ୍ରେ (ଧୂଷର) ତାଲିକାରେ ରଖିଥିଲା ।