ପାକିସ୍ତାନ ଉପରେ ଆକ୍ରମଣ ଆଶଙ୍କାକୁ ଖଣ୍ଡନ କଲା ଭାରତ ! ବୈଦେଶିକ ମନ୍ତ୍ରାଳୟ କହିଲା ଦାୟିତ୍ୱହୀନ ମନ୍ତବ୍ୟ ଦେଉଛି ଇସଲାମାବାଦ । 

178

କନକ ବ୍ୟୁରୋ : ବାଲାକୋଟ ଆକ୍ରମଣ ପରେ ଏବେ ବି ଆତଙ୍କିତ ଅବସ୍ଥାରେ ପାକିସ୍ତାନ । ଭାରତ ପୁଣି ଥରେ ପାକିସ୍ତାନ ଉପରେ ଆକ୍ରମଣ କରିପାରେ ବୋଲି ପାକିସ୍ତାନର ଆଶଙ୍କାକୁ ଖଣ୍ଡନ କରିଛି ଭାରତ । ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ପାକିସ୍ତାନ ମନ୍ତବ୍ୟକୁ ଅବାନ୍ତର ଓ ଦାୟିତ୍ୱହୀନ ବୋଲି କୁହାଯାଇଛି । ଚଳିତ ମାସ ପାକିସ୍ତାନ ଉପରେ ଭାରତ ଆକ୍ରମଣ କରିବା ପାଇଁ ଯୋଜନା କରୁଥିବା ପାକ୍ ବୈଦେଶିକ ବ୍ୟାପାର ମନ୍ତ୍ରୀ ଶାହ ମହମୁଦ କ୍ୟୁରେସୀ ମନ୍ତବ୍ୟ ଦେଇଥିଲେ ।

ଭାରତୀୟ ସେନା ପାକିସ୍ତାନ ମାଟିରେ ପଶି ଏୟାରଷ୍ଟ୍ରାଇକ୍ କରିବାକୁ ଗୋଟିଏ ମାସ ବିତିଯାଇଥିଲେ ପାକିସ୍ତାନର ଭୟ ଛାଡିନି । ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିବା ଯୋଜନା ନେଇ ପାକ୍ ବୈଦେଶିକ ମନ୍ତ୍ରୀଙ୍କ ବୟାନକୁ ଖଣ୍ଡନ କରିଛି ଭାରତ । ଚଳିତ ମାସ ୧୬ରୁ ୨୦ତାରିଖ ମଧ୍ୟରେ ଭାରତ ଆକ୍ରମଣ ଯୋଜନା କରୁଥିବା ବୟାନ ଦେଇଥିଲେ ପାକିସ୍ତାନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସୀ । ପାକିସ୍ତାନର ଏହି ଦାବିକୁ ଖଣ୍ଡନ କରିଛି ନୂଆଦିଲ୍ଲୀ ।

ପାକିସ୍ତାନ ବୈଦେଶିକ ମନ୍ତ୍ରୀଙ୍କ ଦାବିକୁ ଭିତିହୀନ ବୋଲି କହିଛି ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ । ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି ଯେ, ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟର ଅବାନ୍ତର ଓ ଦାୟିତ୍ୱହୀନ ମନ୍ତବ୍ୟକୁ ଭାରତ ଖାରିଜ କରୁଛି । ଏପରି ମନ୍ତବ୍ୟ ଦେଇ ପାକିସ୍ତାନ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିବାକୁ ଚାହୁଁଛି । ମନେ ହେଉଛି ଯେ ପାକିସ୍ତାନ ଏପରି ପଦକ୍ଷେପ ଦ୍ୱାରା ଭାରତରେ ଆଉ ଏକ ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ସେଠାରେ ଥିବା ଆତଙ୍କବାଦୀ ମାନଙ୍କୁ ସନ୍ଦେଶ ଦେଉଛି ।

ଚଳିତ ମାସ ୧୬ରୁ ୨୦ତାରିଖ ମଧ୍ୟରେ ଭାରତ ପାକିସ୍ତାନ ଉପରେ ଆକ୍ରମଣ ଯୋଜନା କରୁଥିବା ରବିବାର ଦିନ ମନ୍ତବ୍ୟ ଦେଇଥିଲେ ଶାହ ମେହମୁଦ କ୍ୟୁରେସୀ । ଏନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ କ୍ରୁରେସୀ କହିଥିଲେ ଯେ, ସେ ଦାୟିତ୍ୱ ସମ୍ପନ୍ନ ପଦବୀରେ ଅଛନ୍ତି ଏବଂ ତାଙ୍କ ବୟାନ ଗଣମାଧ୍ୟମ ମୁଖ୍ୟ ଖବର ପାଲଟିବ ଏବଂ ସେ ଦାୟିତ୍ୱବୋଧର ସହ ଏହା କହୁଛନ୍ତି । କ୍ୟୁରେସୀଙ୍କ ଏହି ବାଚାଳାମୀକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛି ଭାରତ । ଏବଂ ପାକିସ୍ତାନ ଅଯଥାରେ ଉସୁକାଇବଳ ଫଳି ଆଚରଣ କରୁଛି ବୋଲି କୁହାଯାଇଛି  । ପୁଲୱାମାରେ ଜୈସ ଏ ମହମ୍ମଦ ଆତଙ୍କୀ ଆକ୍ରମଣରେ ୪୦ଜଣ ଯବାନ ସହିଦ ହୋଇଥିଲେ । ଏହାପରେ ଭାରତ ଓ ପାକିସ୍ତାନ ମଧ୍ୟ ଉତେଜନା ଲାଗିରହିଛି । ପାକିସ୍ତାନ ବାଲାକୋଟରେ ଥିବା ଆତଙ୍କୀ ଆଡ୍ଡା ଉପରେ ଭାରତ ଏୟାରଷ୍ଟ୍ରାଇକ କରିବା ସହ ଭାରତୀୟ ସୀମାରେ ପ୍ରବେଶ କରିଥିବା ପାକିସ୍ତାନର ଏଫ୍-୧୬ଯୁଦ୍ଧ ବିମାନକୁ ବି ଖସାଇ ଦେଇଥିଲା ଭାରତ ।