ଏସୀୟ କ୍ରୀଡ଼ା ୨୦୧୮ । ଭାରତକୁ ଆଉ ଦୁଇଟି ସ୍ୱର୍ଣ୍ଣ, ୮ ବର୍ଷର ଇତିହାସ ବଦଳାଇଲା ଭାରତ

47

କନକ ବ୍ୟୁରୋ: ଏସିଆନ ଗେମ୍ସରେ ଭାରତକୁ ଆଉ ଦୁଇ ସ୍ୱର୍ଣ୍ଣ । ବକ୍ସିଂରେ ଭାରତ ପାଇଁ ସ୍ୱର୍ଣ୍ଣ ଆଣିଛନ୍ତି ଅମିତ ପଘଂଲ ଏବଂ ପୁରୁଷ ବ୍ରିଜରେ ପ୍ରଣବ ବର୍ଦ୍ଧନ ଓ ଶିବନାଥ ସରକାର ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପୁରୁଷ ୪୯ କେଜି ବର୍ଗ ବକ୍ସିଂ ଫାଇନାଲରେ ଉଜବେକିସ୍ତାନର ପ୍ରତିଦ୍ୱନ୍ଦୀ ଏଚ୍-ଦୁସ୍ମାତୋଭାଙ୍କୁ ହରାଇ ଅମିତ ସ୍ପର୍ଣ୍ଣ ପଦକ ହାତେଇଛନ୍ତି । ଏହାସହ ଭାରତ ଏକ ବିରଳ ରେକର୍ଡ ଅଧିକାରୀ ହୋଇଛି ।

ସେହିପରି ପୁରୁଷ ବ୍ରିଜରେ ପ୍ରଣବ ବର୍ଦ୍ଧନ ଓ ଶିବନାଥ ସରକାର ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହାକୁ ମିଶାଇ ଭାରତ ୧୫ଟି ସ୍ୱର୍ଣ୍ଣ ପଦକ ୨୪ଟି ରୌପ୍ୟ ଏବଂ ୨୯ଟି ବ୍ରୋଂଜ ପଦକ ପ୍ରାପ୍ତ କରିଛି । ଫଳରେ ଭାରତର ମୋଟ୍ ପଦକ ସଂଖ୍ୟା ୬୮ରେ ପହଁଚିଥିବାବେଳେ ଏସିଆନ ଗେମ୍ସରେ ଭାରତ ଅଷ୍ଟମ ସ୍ଥାନରେ ରହିଛି । ଏହା ପୂର୍ବରୁ ଭାରତ ୨୦୧୦ ମସିହା ଏସିଆନ୍ ଅଲମ୍ପିକରେ ୬୫ଟି ପଦକ ପାଇଥିଲା। ଆଜି ଅମିତ ଏବଂ ପ୍ରଣବ ବର୍ଦ୍ଦନଙ୍କ ସ୍ୱର୍ଣ୍ଣ ପଦକ ସହିତ ଭାରତର ପଦକ ସଂଖ୍ୟା ପୂର୍ବର ସମସ୍ତ ରେକର୍ଡକୁ ଅତିକ୍ରମ କରିଛି।