ଯୁଦ୍ଧ କରିବା ପାଇଁ ଭାରତ ସଂପୂର୍ଣ୍ଣ ପ୍ରସ୍ତୁତ : ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାକିସ୍ତାନକୁ ଚ୍ୟାଲେଂଜ୍

27

କନକ ବ୍ୟୁରୋ : ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାକିସ୍ତାନକୁ ଖୋଲା ଚ୍ୟାଲେଂଜ୍ । ଭାରତ ଯୁଦ୍ଧ କରିବା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ, ସାହସ ଅଛି ତ ସମ୍ମୁଖ ଯୁଦ୍ଧକୁ ଆସ । ଆସ ବେରୋଜଗାରି ଏବଂ ଅଶିକ୍ଷା ବିରୋଧରେ ଲଢ଼ିବା । ଶିଶୁ ମୁତ୍ୟୁ ବିରୋଧରେ ଲଢ଼ିବା । ଦେଖିବା କିଏ ଜିତୁଛି ଭାରତ ନା ପାକିସ୍ତାନ । ଏମିତି କିଛି କଡ଼ା ଭାଷାରେ ପାକିସ୍ତାନକୁ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପାକିସ୍ତାନର ନେତାମାନେ ଆତଙ୍କବାଦୀଙ୍କ ଭାଷଣ ପଢ଼ୁଛନ୍ତି ବୋଲି ମୋଦି ସମାଲୋଚନା କରିଛନ୍ତି । ପାକିସ୍ତାନର ଜନତା ତାଙ୍କ ନେତାମାନେ ଏନେଇ ପ୍ରଶ୍ନ କରିବା ଜରୁରି ବୋଲି ଆଜି କେରଳ ଗସ୍ତରେ ଥିବା ମୋଦି କହିଛନ୍ତି । ପାକ୍ ଅଧିକୃତ ପାକିସ୍ତାନ ଏବଂ ବାଲିଚିସ୍ତାନକୁ ସଂଭାଳି ପାରୁନାହିଁ ପାକିସ୍ତାନ ବୋଲି ମୋଦି କହିଛନ୍ତି।