ବର୍ତମାନ ସମୟରେ ଭାରତ ଯେପରି ବ୍ୟବସାୟ ପାଇଁ ପ୍ରସ୍ତୁତ ହୋଇଛି ପୂର୍ବରୁ କେବେ ହୋଇନଥିଲା : ପ୍ରଧାନମନ୍ତ୍ରୀ

ମୋଦି ତାଙ୍କ ସରକାରର ୪ ବର୍ଷର ଶାସନ ଶୈଳୀକୁ ଢେର୍ ପ୍ରଶଂସା କରିଛନ୍ତି

93

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ‘ଭାଇବ୍ରାଣ୍ଟ୍ ଗୁଜୁରାଟ ସମ୍ମିଳନୀ’ରେ ଯୋଗ ଦେଇ ତାଙ୍କ ସରକାରର ୪ ବର୍ଷର ଶାସନ ଶୈଳୀକୁ ଢେର୍ ପ୍ରଶଂସା କରିଛନ୍ତି। ସେ କହିଛନ୍ତି କି ଦେଶରେ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ଦେଶର ଅର୍ଥନୀତିକୁ ସବଳ କରିଛି। ସେ ଦାବିର ସହ କହିଛନ୍ତି କି ବ୍ୟବସାୟ ଅନୁକୂଳ ପରିବେଶ ପ୍ରସ୍ତୁତି କ୍ଷେତ୍ରରେ ଦେଶ ଏବେ ଯେପରି ସମର୍ଥ ହୋଇଛି, ସେପରି ପୂର୍ବରୁ କେବେ ହୋଇନଥିଲା।

 

‘ଗତ ୪ ବର୍ଷ ଭିତରେ ଆମେ ବିଶ୍ୱ ବ୍ୟାଙ୍କ ଡୁଇଂ ଇଜି ବିଜିନେସ୍ ରିପୋର୍ଟର ଅନ୍ତଃରାଷ୍ଟ୍ରୀୟ ର‌୍ୟାଙ୍କିଂରେ ୬୫ ସ୍ଥାନରେ ଅଛନ୍ତି। ତଥାପି ବି ଆମେ ସନ୍ତୁଷ୍ଟ ନୁହଁନ୍ତି। ମୁଁ ମୋ ଟିମକୁ କଠିନ ପରିଶ୍ରମ କରିବାକୁ ପରାମର୍ଶ ଦେଇଛି। ଫଳରେ ଯେପରି ଆସନ୍ତାବର୍ଷ ସୁଦ୍ଧା ଆମ ଦେଶ ଶ୍ରେଷ୍ଠ ୫୦ରେ ରହିପାରିବ’ ବୋଲି ପ୍ରଧାନମନ୍ତ୍ରୀ ମୋଦି ସମ୍ମିଳନୀରେ କହିଛନ୍ତି। ଡିଜିଟାଲ୍ ପ୍ରକ୍ରିୟାରେ ବି ଆମେ ଭଲ ବ୍ୟବସାୟ କରିପାରୁଛୁ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ବ୍ୟବସାୟରୁ ନେଇ ସଂଚାଳନ ଏବଂ ସମାପନ ପର୍ଯ୍ୟନ୍ତ ଆମେ ନୂଆ ସଂସ୍ଥା ଓ ପକ୍ରିୟା ଉପରେ ବି ଧ୍ୟାନ ଦେଇଛୁ ବୋଲି ମୋଦି ପ୍ରକାଶ କରିଛନ୍ତି।