ଭାରତୀୟ ସେନା ଦୁନିଆର ଚତୁର୍ଥ ବଡ ଶକ୍ତିଶାଳୀ ସେନା, ପାକିସ୍ତାନ ପ୍ରଥମ ୧୫ ସ୍ଥାନରେ ମଧ୍ୟ ନାହିଁ 

263

ପୁଲୱାମା ଆକ୍ରମଣ ପରେ ପାକିସ୍ତାନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଛି ଭାରତ । ଏଲଓସିରେ ଆତଙ୍କବାଦୀ ଲଂଚ ପ୍ୟାଡ ଉପରେ ଆକ୍ରମଣ କରିଛି ଭାରତୀୟ ବାୟୁସେନା । ଭାରତୀୟ ଏୟାର ଷ୍ଟ୍ରାଇକ୍ ପରେ ଭାରତରେ ହାଇଆଲର୍ଟ ଅଛି । ସୀମାରେ ଅବସ୍ଥା ଗମ୍ଭୀର ରହିଛି । ଏମିତି ଅବସ୍ଥାରେ ଯୁଦ୍ଧ ଆଶଙ୍କା ମଧ୍ୟ ଜାହିର କରାଯାଉଛି । ଆପଣଙ୍କୁ ଜଣାଇଦେଉଛୁ ଯେ, ଭାରତୀୟ ସେନା ଦୁନିଆର ଚତୁର୍ଥ ବଡ ଶକ୍ତିଶାଳୀ ସେନା । ଦ ସ୍ପେକ୍ଟେଟର ଇଣ୍ଡେକ୍ସର ରିପୋର୍ଟ ମୁତାବକ, ଭାରତୀୟ ସେନା ଟପ୍ ୫ ରେ ସ୍ଥାନ ନେଇସାରିଛି । ଯେବେକି ପାକିସ୍ତାନର ସେନା ପ୍ରଥମ ୧୫ ସେନା ମଧ୍ୟରେ ବି ନାହିଁ ।

 

ଗ୍ଲୋବାଲ ଫାୟାର ପାୱାରର ରିପୋର୍ଟ ମୁତାବକ, ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶ ମଧ୍ୟରେ ଭାରତ ଚତୁର୍ଥ ସ୍ଥାନରେ ଅଛି । ଭାରତ ଠାରୁ ଶୀର୍ଷରେ ଆମେରିକା, ଚୀନ ଓ ଋଷ  ଅଛି । ସୈନ୍ୟ ସଂଖ୍ୟା ମାମଲାରେ ଭାରତ ଆମେରିକା ଠାରୁ ମଧ୍ୟ ଆଗରେ । ଏହି ମାମଲାରେ ଭାରତ କେବଳ ଚୀନ ଠାରୁ ପଛରେ ଅଛି । ଭାରତ ପାଖରେ ପାକିସ୍ତାନ ମୁକାବିଲାରେ ବହୁତ ଅଧିକ ବିମାନ ଅଛି । ଏହା ବ୍ୟତୀତ ଅତିଶୀଘ୍ର ଭାରତ ପାଖକୁ ରାଫେଲ ବିମାନ ଆସିବାକୁ ଯାଉଛି, ଯାହା ଟେକନୋଲୋଜି ମାମଲାରେ ବହୁତ ଆଗରେ । ଟ୍ୟାଙ୍କ ମଧ୍ୟ ଭାରତ ପାଖରେ ପାକିସ୍ତାନ ଠାରୁ ଅଧିକ ଅଛି । ପାକିସ୍ତାନ ଜାଣିିଛି କି, ସେ ଭାରତ ସହ ଯୁଦ୍ଧ କରିବାକୁ ସାହସ କରିପାରିବ ନାହିଁ ।