କନକ ବ୍ୟୁରୋ : ୟୁନିର୍ଭସିଟି କ୍ୟାଂପସ ହିଂସାକୁ ନେଇ ମୁହଁ ଖୋଲିଛନ୍ତି ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ଦେଶରେ ଅସହିଷ୍ଣୁ ଭାରତୀୟଙ୍କ ପାଇଁ କୌଣସି ସ୍ଥାନ ରହିବା ଉଚିତ ନୁହେଁ । ବିଶ୍ୱବିଦ୍ୟାଳୟ ପରିସରରେ ମୁକ୍ତ ଚିନ୍ତନ ସପକ୍ଷରେ ଯୁକ୍ତି ବାଢି ସେ କହିଛନ୍ତି, ଅସହିଷ୍ଣୁ ସଂସ୍କୃତି ପ୍ରଚାର ବଦଳରେ ଅଧ୍ୟାପକ ଓ ଛାତ୍ରଛାତ୍ରୀମାନେ ଆଲୋଚନା, ପର୍ଯ୍ୟାଲୋଚନାରେ ସାମିଲ ହେବା ଉଚିତ । ଅଶାନ୍ତି ଓ ହିଂସାର ଭଉଁରୀରେ ଫସିଥିବା ଛାତ୍ରମାନଙ୍କୁ ଦେଖି ଦୁଃଖ ଲାଗୁଥିବା ପ୍ରଣବ ମୁଖାର୍ଜୀ କହିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
କୋଚିରେ ଷଷ୍ଠ ରାମଜମନି ସ୍ମାରକୀ ବକୃତା ସମ୍ମିଳନୀରେ ସାମିଲ ହୋଇ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କହିଛନ୍ତି, ଶିକ୍ଷାର ମନ୍ଦିରରେ ସୃଜନାତ୍ମକ ଓ ସ୍ୱାଧିନ ବିଚାରଧାରର ଗୁଂଜରଣ ହେବା ଆବଶ୍ୟକ । କାରଣ ପ୍ରାଚୀନ କାଳରୁ ଭାରତ ବର୍ଷ ସ୍ୱାଧିନ ବିଚାର, ସ୍ୱାଧିନ ଅଭିବ୍ୟକ୍ତିର ଗଡ ରହି ଆସିଛି । ଏଥିସହ ରାଷ୍ଟ୍ରପତି କହିଛନ୍ତି ଅଭିବ୍ୟକ୍ତି ଓ ବାକ୍ ସ୍ୱାଧିନତା ଅଧିକାର ସମ୍ବିଧାନ ଦେଇଥିବା ମହତ୍ୱପୂର୍ଣ୍ଣ ମୌଳିକ ଅଧିକାର ମଧ୍ୟରୁ ଅନ୍ୟତମ ।