ତୃତୀୟ ଟେଷ୍ଟ ପାଇଁ ସଜବାଜ ହେଉଛି ଟିମ୍ ଇଣ୍ଡିଆ ! ଦଳ ଚୟନରେ ରହିଥିଲା ତ୍ରୁଟି, ସ୍ୱୀକାର କଲେ ଅଧିନାୟକ କୋହଲି ।

25

ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଭାରତ ଲଜ୍ଜାଜନକ ଭାବେ ଇଂଲଣ୍ଡ ଠାରୁ ପରାସ୍ତ ହେଲା । ଏହି ବିଜୟ ସହ ଇଂଲଣ୍ଡ ଏବେ ସିରିଜରେ ୨-୦ରେ ଆଗୁଆ ରହିଛି । ତେବେ ଦ୍ୱିତୀୟ ଟେଷ୍ଟରେ ଚୁଡାନ୍ତ ଦଳ ବାଛିବାରେ ତ୍ରୁଟି ରହିଥିବା ସ୍ୱୀକାର କରିଛନ୍ତି ଅଧିନାୟକ ବିରାଟ କୋହଲି । ଏହି ପରାଜୟ ପରେ ତୃତୀୟ ଟେଷ୍ଟ ଲାଗି ସଜବାଜ ଆରମ୍ଭ କରିଦେଇଛି ଭାରତୀୟ ଦଳ । ଶୃଙ୍ଖଳା ବଞ୍ଚାଇବା ଲାଗି ଆଗାମୀ ମ୍ୟାଚରେ ମୌଳିକତା ଉପରେ ଅଧିକ ଧ୍ୟାନ ଦେବା ଲାଗି ସେ ନିଜ ସଂଘର୍ଷରତ ବ୍ୟାଟ୍ସମ୍ୟାନ ମାନଙ୍କୁ ପରାମର୍ଶ ଦେଇଛନ୍ତି ।

ଲର୍ଡସ ପରାଜୟ ପରେ ଦଳ ଚୟନରେ ତ୍ରୁଟି ରହିଥିବା କୋହଲି ସ୍ୱୀକାର କରିଛନ୍ତି । ଏବଂ ପରବର୍ତ୍ତୀ ମ୍ୟାଚରେ ଏହି ତ୍ରୁଟି ସୁଧାରିବାର ସୁଯୋଗ ଥିବା ପ୍ରକାଶ କରିଛନ୍ତି ବିରାଟ । ତେବେ ଆଗାମୀ ମ୍ୟାଚ ଭାରତ ପାଇଁ କରବ । ମର ପରିସ୍ଥିତି ସୃଷ୍ଟି କରୁଥିବା ବେଳେ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି ବିରାଟ ବାହିନୀ । ୦-୨ରେ ପଛୁଆ ଥିବାରୁ ଶୃଙ୍ଖଳା ବଞ୍ଚାଇ ରଖିବା ଲାଗି ପରବର୍ତୀ ଟେଷ୍ଟକୁ ଜିତିବା ଆମ ପାଇଁ ଏକାନ୍ତ ଅପରିହାର୍ୟ୍ୟ ହୋଇଯାଇଛି ବୋଲି ବିରାଟ କହିଛନ୍ତି । ଆମ ବ୍ୟାଟ୍ସମ୍ୟାନଙ୍କ କୌଶଳରେ କୌଣସି ତ୍ରୁଟି ନାହିଁ। ସମସ୍ୟା ମାନସିକ ସ୍ତରର ବୋଲି ସେ ମତ ରଖିଛନ୍ତି।