ଭାରତ ଓ ପାକିସ୍ତାନର ପ୍ରଥମ ମିଳିତ ସମରାଭ୍ୟାସ ।ଋୁଷର ଚେବରକୁଲରେ ସାଂଘାଇ ସହଯୋଗ ସଙ୍ଗଠନର ଆତଙ୍କ ବିରୋଧୀ ଡ୍ରିଲରେ ଉଭୟ ଦେଶର ସେନା ସାମିଲ

35

କନକ ବ୍ୟୁୁରୋ : ଭାରତ-ପାକିସ୍ତାନ ଉତେଜନାମୂଳକ ସ୍ଥିତି ଜାରି ଥିବା ବେଳେ ପ୍ରଥମ ଥର ପାଇଁ ଦୁଇ ଦେଶ ମିଳିତ ଭାବେ ସମରାଭ୍ୟାସ କରିଛନ୍ତି । ସାଂଘାଇ ସହଯୋଗ ସଙ୍ଗଠନର ଆତଙ୍କ ବିରୋଧୀ ଅଭ୍ୟାସରେ ପ୍ରଥମ ଥର ପାଇଁ ଏକାଠି ସାମିଲ ହୋଇଛନ୍ତି ଦୁଇ ଦେଶ । ୨୨ ଅଗଷ୍ଟରୁ ୨୯ ଅଗଷ୍ଟ ଯାଏଁ ଦୁଇ ଦେଶର ସେନା ମିଳିତଭାବେ ଅଭ୍ୟାସ କରିବେ । ଋଷର ଚେବରକୁଲରେ ଚାଲିଛି ଏହି ଯୁଦ୍ଧଭ୍ୟାସ । ୨୦୧୭ରେ ଏସସିଓର ପୂର୍ଣ୍ଣ ସଦସ୍ୟ ହେବା ପରେ ଭାରତ ପ୍ରଥମ ଥର ପାଇଁ ଏହି ସମରଭ୍ୟାସରେ ଯୋଗ ଦେଇଛି । ଭାରତ ପକ୍ଷରୁ ୧୬୭ଜଣ ସ୍ଥଳସେନା ଯବାନ ଓ ୩୩ଜଣ ବାୟୁସେନା ଜବାନ ଏଥିରେ ଭାଗ ନେଇଛନ୍ତି ।

 

ଅନ୍ୟପଟେ ୭ଦିନ ଧରି ଚାଲିଥିବା ଏହି ଅଭ୍ୟାସରେ ଭାରତ, ପାକିସ୍ତାନ ସହ ଚୀନ, ଋଷ, ତାଜକିସ୍ତାନର ମୋଟ ୩ହଜାର ଯବାନ ମଧ୍ୟ ଯୋଗ ଦେଇଛନ୍ତି । ତେବେ ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ହେବାପରେ ଏହା ପ୍ରଥମଥର ସମରାଭ୍ୟାସ । ତେବେ ଅନେକ ସମୟରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅନେକ ସମୟରେ ବିବାଦ ଦେଖାଯାଉଛି । ତେବେ ବର୍ତ୍ତମାନ ସମୟରେ ଉଭୟ ଦେଶ ମିଳିତ ଭାବରେ ସମରାଭ୍ୟାସ କରୁଥିବାରୁ ଅନେକ ରାଷ୍ଟ୍ର ଏହାକୁ ସ୍ୱାଗତ କରିଛନ୍ତି । କେବଳ ଏତିକି ନୁହେଁ ବରଂ ଅନ୍ୟ ଦେଶର ଯବାନମାନେ ମଧ୍ୟ ଏଠାରେ ଯୋଗ ଦେବା ସହ ଅନେକ ରାଷ୍ଟ୍ରର ପ୍ରତିନିଧି ମଧ୍ୟ ଯୋଗ ଦେଇଛନ୍ତି ।