ସୁଧୁରୁନି ପାକିସ୍ତାନ ! ସୀମାରେ ପୁଣି କଲା ଅସ୍ତ୍ରବିରତି ଉଲ୍ଲଂଘନ, ଜଣେ ଭାରତୀୟ ନାଗରିକ ଗୁରୁତର । 

114

ଭାରତର କଡା ଚେତାବନୀ ସତ୍ତେ୍ୱ ସୁଧୁରିବାର ନାଁ ଧରୁନି ପାକିସ୍ତାନ । ଭାରତ ଓ ପାକିସ୍ତାନ ଭିତରେ ଶନିବାର ପ୍ରବଳ ମାତ୍ରାରେ ଗୁଳିଚାଳନା ହୋଇଛି । ଶନିବାର ସଂଧ୍ୟାରେ ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନୀ ସେନା ଜାମ୍ମୁକାଶ୍ମୀର ପୁଞ୍ଚ୍ ଜିଲ୍ଲାରେ ଗୁଳି ମାଡ଼ କରଥିଲେ । ପାକ୍ ପକ୍ଷରୁ ହୋଇଥିବା ଏହି ଗୁଳିମାଡ଼ରେ ଜଣେ ଭାରତୀୟ ନାଗରିକ ଗୁରୁତର ଆହତ ହୋଇଥିବା ସୂଚନା ରହିଛି ।

ପ୍ରତିରକ୍ଷା ମନ୍ତ୍ରାଳୟର ମୁଖପାତ୍ର ‘ଲ୍ୟୁଟେନାଣ୍ଟ୍ କଲୋନେଲ୍ ଦେବେନ୍ଦର ଆନନ୍ଦ କହିଛନ୍ତି, ‘ଶନିବାର ରାତି ପାଖାପାଖି ୮ଟା ସମୟରେ ପୁଞ୍ଚର କ୍ରିଷ୍ଣାଘାଟୀଠାରେ ପାକିସ୍ତାନୀ ସେନା ଅସ୍ତ୍ର ବିରତି ଉଲ୍ଲଂଘନ କରି ଗୋଳା ମାଡ଼ କରିବା ସହ ଗୁଳି ଚାଳନା କରିଥିଲେ ।’

ତେବେ ଜଣାପଡିଛି ଯେ ପାକ୍ ପକ୍ଷରୁ ଏପରି ଅସ୍ତ୍ର ବିରତି ଉଲ୍ଲଂଘନ ହେବା ପରେ ଭାରତୀୟ ସେନା ପକ୍ଷରୁ ଏହାର କଡ଼ା ଜବାବ ଦେବା ପାଇଁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ତେବେ ରିପୋର୍ଟରୁ ଜାଣିବାକୁ ମିଳିଛି କି ଏବେ ବି ମାନକୋଟ ଓ କ୍ରିଷ୍ଣାଘାଟୀଠାରେ ପାକ୍ ସେନା ଗୁଳି ଚାଳନା ଜାରି ରଖିଛନ୍ତି।

Comments are closed.