ବିଶ୍ୱ ଦରବାରରେ ପୁଣି ଥରେ ପାକିସ୍ତାନର ମୁଖା ଖୋଲିଲା ଭାରତ : ମିଳିତ ଜାତିସଂଘ ମାନବାଧିକାର ପରିଷଦରେ ଉଠାଇଲା ଆତଙ୍କବାଦ ପ୍ରସଙ୍ଗ

28

କନକ ବ୍ୟୁରୋ : ମିଳିତ ଜାତିସଂଘ ମାନବ ଅଧିକାର ପରିଷଦରେ ଭାରତ ଉଠାଇଲା ସୀମାପାର ଆତଙ୍କବାଦୀ ପ୍ରସଙ୍ଗ । ଜେନେଭାରେ ଆୟୋଜିତ ପରିଷଦ ବୈଠକରେ ଭାରତର ସ୍ଥାୟୀ ରାଷ୍ଟ୍ରଦୂତ ଅଜିତ କୁମାର ପାକ୍ ପ୍ରାୟୋଜିତ ଆତଙ୍କବାଦ ପ୍ରସଙ୍ଗ ଦୃଢତାର ସହ ଉଠାଇଛନ୍ତି ।

ଜମ୍ମୁ କାଶ୍ମୀର ଭାରତର ଅଭିନ୍ନ ଅଙ୍ଗ ଏବଂ ଏହାର ସମାଧାନ ଦେଶର ଆଭ୍ୟନ୍ତରୀଣ ପ୍ରସଙ୍ଗ ବୋଲି ସେ କହିଛନ୍ତି । ଦେଶର ଗଣତାନ୍ତ୍ରିକ ସରକାର ଅନ୍ୟ ଅଂଚଳର ବିକାଶ ପାଇଁ ଯେମିତି ସଚେତନ, ଜମ୍ମୁ କାଶ୍ମୀର ପାଇଁ ମଧ୍ୟ ସେମିତି ବ୍ୟଗ୍ର ବୋଲି ଅଜିତ କୁମାର ନିଜ ବକ୍ତବ୍ୟରେ କହିଛନ୍ତି । ପାକିସ୍ତାନ ଆତଙ୍କବାଦଙ୍କୁ ଦେଉଥିବା ସହାୟତା ମାନବ ଅଧିକାରର ହତ୍ୟା ବୋଲି ସେ ମତ ଦେଇଛନ୍ତି ।

ପୂର୍ବରୁ ପାକିସ୍ତାନର ଆଇନ ମନ୍ତ୍ରୀ ଜାହିଦ୍ ହମିଦ୍ କାଶ୍ମୀରରେ ମାନବାଧିକାର ଉଲ୍ଲଂଘନ ହେଉଥିବା କହିବା ସହ ଭାରତ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲା । ଏହା ସହ ପାକିସ୍ତାନ ବିରୋଧରେ ଭାରତ ଆଣୁଥିବା ଆତଙ୍କବାଦ ସମର୍ଥନ ପ୍ରସଙ୍ଗ ଭିତିହୀନ ବୋଲି ସେ କହିଥିଲେ । ଆନ୍ତର୍ଜାତୀୟ ସ୍ତରରେ ପୁଣି ଥରେ ଏହାର ଜବାବ ରଖିଛି ଭାରତ ।