ବାର୍ଡ ଫ୍ଲୁ ସଂକ୍ରମଣମୁକ୍ତ ହେଲା ଭାରତ! ବାର୍ଡ ଫ୍ଲୁ ଆଶଙ୍କା ଥିବା ରାଜ୍ୟକୁ ସତର୍କ ଦୃଷ୍ଟି ରଖିବାକୁ କେନ୍ଦ୍ରର ପରାମର୍ଶ ।

26

ସମଗ୍ର ଦେଶକୁ ଜୁନ୍ ୫ ତାରିଖରୁ ବାର୍ଡ ଫ୍ଲୁ ବା ପକ୍ଷୀଜ୍ୱର ମୁକ୍ତ ଘୋଷଣା କରାଯାଇଛି । ଏହାକୁ ନେଇ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନସ୍ଥ ପଶୁପାଳନ, ଦୁଗ୍ଧ ଉନ୍ନୟନ ଓ ମତ୍ସ୍ୟ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏଭଳି ଘୋଷଣା ପରେ ମଧ୍ୟ ରାଜ୍ୟ ସରକାରମାନେ ନିଜ ନିଜ ଅଂଚଳରେ ସତର୍କ ଦୃଷ୍ଟି ରଖିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି । ବିଶେଷକରି ପକ୍ଷୀଜ୍ୱର ସଂକ୍ରମଣ ଆରମ୍ଭ ହେଉଥିବା ଅଂଚଳ, ବନାଂଚଳ, ପକ୍ଷୀ ଅଭୟାରଣ୍ୟ ଆଦି ସ୍ଥାନ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିôବାକୁ ପଶୁପାଳନ, ଦୁଗ୍ଧ ଉନ୍ନୟନ ଓ ମତ୍ସ୍ୟ ବିଭାଗଗୁଡ଼ିକୁ ପରାମର୍ଶ ଦିଆଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଥିନେଇ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖାଯାଇଛି ।

ଓଡ଼ିଶାର ପାରାଦୀପ ନିକଟସ୍ଥ ଷଣ୍ଢକୁଦ ଓ ବଡ଼ପଡ଼ିଆ ଅଂଚଳ ଉପରେ ମଧ୍ୟ ସତର୍କ ଦୃଷ୍ଟି ରଖିବାକୁ ସଂପୃକ୍ତ ବିଭାଗକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି । କେନ୍ଦ୍ର ସରକାରଙ୍କ କାର୍ଯ୍ୟାନ୍ୱୟନ ଯୋଜନାର ମାର୍ଗଦର୍ଶିକା ଅନୁସାରେ ପକ୍ଷୀଜ୍ୱର ସଂକ୍ରମଣ ବ୍ୟାପୁଥିବା ଅଂଚଳର ୧ କିଲୋମିଟର ପରିଧି ମଧ୍ୟରେ କୁକୁଡ଼ା, ଅନ୍ୟାନ୍ୟ ଗୃହପାଳିତ ପକ୍ଷୀ, ଅଣ୍ଡା, ପକ୍ଷୀ ଖାଦ୍ୟ, ପକ୍ଷୀ ମଳ ଓ ଅନ୍ୟାନ୍ୟ ସଂକ୍ରମିତ ସାମଗ୍ରୀକୁ ନଷ୍ଟ କରିବା ଲାଗି ତ୍ୱରିତ ପଦକ୍ଷେପମାନ ଗ୍ରହଣ କରାଯାଉଛି । ସଂକ୍ରମିତ ଅଂଚଳକୁ ବିଭିନ୍ନ ପ୍ରକାର ସଂକ୍ରମଣ ନିରୋଧି ବ୍ୟବସ୍ଥା ଜରିଆରେ ସଂକ୍ରମଣମୁକ୍ତ କରାଯାଉଛି । ଏହାସହ ପକ୍ଷୀ ରହୁଥିବା ଅଂଚଳ ଉପରେ ଅହରହ ବିଭାଗୀୟ କର୍ମଚାରୀଙ୍କ ପକ୍ଷରୁ ଦୃଷ୍ଟି ରଖାଯାଉଛି ବୋଲି ସରକାରୀଭାବେ ସୂଚନା ଦିଆଯାଇଛି ।