କଲେକ୍ଟର ଚାକିରୀ ଛାଡି ବିଜେପିରେ ମିଶି ନିର୍ବାଚନ ଲଢିଲେ । ହେଲେ କଂଗ୍ରେସ ସୁନାମୀ ସାମନାରେ ଛିଡା ହୋଇପାରିଲେନି ୨୦୦୫ ବ୍ୟାଚର ଆଇଏଏସ ଓପି ଚୌଧୁରୀ

ଓପି ଚୌଧୁରୀ ରାଜନୀତି ପାଇଁ ନିଜ ଆଇଏଏସ ଚାକିରୀ ଛାଡି ଥିଲେ

1,942

କନକ ବ୍ୟୁରୋ : ସାଧାରଣ ଭାବରେ ନିର୍ବାଚନରେ ଜନତା ହିଁ ସର୍ବେ ସର୍ବା କାରଣ ତାଙ୍କର ମତ ଅନୁସାରେ ସରକାର ଗଠନ ହୋଇଥାଏ । ତେଣୁ ଅନେକ ବଡ ବଡ ନେତା ନିର୍ବାଚନ ହାରିବା ନଜର ରହିଛି । ତେବେ ଠିକ ଏପରି ହୋଇଛି ରାୟପୁର ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ଓପି ଚୌଧୁରୀଙ୍କ ସହ ।ଶ୍ରୀ ଚୌଧୁରୀ ରାଜନୀତି ପାଇଁ ନିଜ ଆଇଏଏସ ଚାକିରୀ ଛାଡି ଥିଲେ । ମିଳିଥିବା ସୂଚନା ଅନୁସାରେ ସେ ବର୍ତମାନ ବିଧାୟକ ପାଇଁ ଯେଉଁଠାରୁ ଲଢିଥିଲେ ସେହି ଆସନରୁ ସେ ପରାଜୟ ହୋଇଛନ୍ତି । ଓପିଙ୍କୁ ତାଙ୍କ ପ୍ରତିଦ୍ୱନ୍ଦୀ୧୫ ହଜାରରୁ ଉର୍ଧ୍ୱ ଭୋଟରେ ହରାଇଥିବା ସୂଚନା ମିଳିଛି ।

 

ନିର୍ବାଚନ ପୂର୍ବରୁ ଏକ ବିରାଟ ଶୋଭାଯାତ୍ରା ସହ ଧୁମଧାମରେ ବିଜେପିର ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଓ ଛତିଶଗଡର ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଥିଲେ । ୨୦୦୫ ବ୍ୟାଚର ଆଇଏଏସ ଅଗଷ୍ଟ ୨୫ରେ ନିଜ ଚାକିରୀରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି । ତାଙ୍କର ଚାକିରୀ ସମୟରେ ସେ ନକ୍ସର ପ୍ରଭାବିତ ଇଲାକାରେ କାମ କରିବା ସହ ନକ୍ସଲ ଚଳପ୍ରଚଳ ଅର୍ଥାତ ସକ୍ରିୟ ଥିବା ଦାନ୍ତେୱାଡାଠାରେ କାମ କରିସାରିଛନ୍ତି । ଓପି ଜଣେ ଦକ୍ଷ ପ୍ରଶାସକ ଭାବରେ ଜଣାଶୁଣା ।ନିଜ କାର୍ଯ୍ୟକାଳ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ କୁ ବେଶ ଉତ୍ତମ ଭାବରେ ତୁଲାଇ ପାରିଥିଲେ । ତେଣୁ ପ୍ରଧାନମନ୍ତ୍ରୀ ପୁରସ୍କାର ପାଇବା ପାଇଁ ସେ ଯୋଗ୍ୟ ବିବେଚିତ ହୋଇଥିବା ଜଣାପଡିଛି । ଗତକାଲି ନିର୍ବାଚବ ଫଳାଫଳ ପ୍ରକାଶ ପାଇବା ପରେ ଜଣାପଡିଛି ଯେ, କଂଗ୍ରେସ ୬୮ ସିଟରେ ବିଜୟ ହୋଇଥିବା ବେଳେ ବିଜେପି ୧୫ ସିଟ ଓ ଅନ୍ୟ ଦଳ ୭ଟି ସିଟରେ ବିଜୟ ହୋଇଛି ।