ବର୍ତ୍ତମାନ ସମୟରେ ବି ମୋଦିଙ୍କ ଲୋକପ୍ରିୟତା ଅପରିବର୍ତ୍ତୀତ । ମୋଦିଙ୍କୁ ୪୮ ଓ ରାହୁଲଙ୍କୁ ୧୧ ପ୍ରତିଶତ ଲୋକ କରନ୍ତି ପସନ୍ଦ : ସର୍ଭେ ରିପୋର୍ଟ

33

କନକ ବ୍ୟୁରୋ : ମୋଦି ସରକାର ନିଜର ୪ବର୍ଷ ପୂରଣ କରିବା ପାଇଁ ଯାଉଛନ୍ତି । ତେବେ ଅନେକ ସମୟରେ ବିରୋଧମାନେ ମୋଦି ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବାକୁ ଚେଷ୍ଟା କରୁଛନ୍ତି । ତେବେ ବର୍ତ୍ତମାନ ସମୟରେ ମୋଦିଙ୍କ ଲୋକ ପ୍ରିୟତା କମିଛି ନା ଅପରିବର୍ତ୍ତିତ ରହିଛି ତାହା ଜାଣିବା ପାଇଁ ଏକ ସର୍ଭେ ପୋଲ ଖୋଲାଯାଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ସମୟରେ ବି ମୋଦି ଲୋକମାନଙ୍କର ପସନ୍ଦ ଅଛନ୍ତି । ଏହି ସର୍ଭେ ଏକ ଅନଲାଇନ ମାଧ୍ୟମରେ କରାଯାଇଥିଲା । ଦେଶର ମୋଟ ୭୧୨ ଜିଲ୍ଲାରେ ହୋଇଥିବା ଏହି ସର୍ଭେରେ ପାଖାପାଖି ୫୭ ଲକ୍ଷ ଲୋକ ମୋଦିଙ୍କୁ ପସନ୍ଦ କରିଛନ୍ତି । ତେବେ ଏହାକୁ ରାଜନୈତିକ ପ୍ରସ୍ଥାନ କିଶୋର ସହ ଜଡିତ ଏକ ସଂସ୍ଥା କରିଥିଲେ । ଏହି ସର୍ଭେପେ ପାଖାପାଖି ୯୨୩ ନେତାଙ୍କ ନାମ ସାମିଲ କରାଯାଇଥିଲା ।

 

ମୋଦିଙ୍କୁ ଏହି ସର୍ଭେରେ ଅଧିକ ପ୍ରତିଶତ ଭୋଟ ମିଳିଥିବା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ୧୧ ପ୍ରତିଶତ ଭୋଟ ପାଇ ୨ୟ ସ୍ଥାନରେ ରହିଛନ୍ତି । ଏହାପରେ ୩ୟ ସ୍ଥାନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ୫ମରେ ଅଖିଳେଶ ଯାଦବ, ଷଷ୍ଠରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ୭ମ ସ୍ଥାନରେ ରାଜ୍ୟସଭା ସାଂସଦ ମାୟାବତୀ ରହିଥିବା ସୂଚନା ମିଳିଛି । ତେବେ ଏହି ସର୍ଭେରେ ଓଡିଶା, ବିହାର ମୁଖ୍ୟମନ୍ତ୍ରୀଙ୍କ ସମେତ ସିପିଆଇର ମହାସଚିବ ସୀତାରାମ ଚୈାଧୁରୀ, ଏମସିପିର ପ୍ରମୁଖ ଶରଦ ପାୱାରଙ୍କ ସହ ଦେଶର ଅନେକ ନେତାଙ୍କ ନାମ ଏଠାରେ ସାମିଲ କରାଯାଇଥିଲା । ଏହି ସର୍ଭେରେ ସାମିଲ ହୋଇଥିବା ଲୋକମାନେ ମହିଳା ସଶକ୍ତି କରଣ, କୃଷକଙ୍କ ସମସ୍ୟା, ଆର୍ଥିକ ଅସମାନତା, ଛାତ୍ରମାନଙ୍କ ପାଠପଢାର ଦେଖାଯାଉଥିବା ସମସ୍ୟ. ସ୍ୱାସ୍ଥ୍ୟ ସେବାରେ ଦେଖାଯାଉଥିବା ଅସୁବିଧା ଆଦି କେତେକ ଅସିବିଧା ପୋଲ ମାଧ୍ୟମରେ କହିଥିଲେ ।

 

କେବଳ ଏତିକି ନୁହେଁ ଅଭିନେତା ଅକ୍ଷୟ କୁମାର ଓ ପୂର୍ବତନ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ରଘୁନାଥ ରାଜନଙ୍କ ସମେତ ପତ୍ରକାର ରବିଶ କୁମାର ରାଜନୈତିକ ବ୍ୟକ୍ତିଙ୍କ ଭଳି ଜଣାଶୁଣା ବୋଲି କେତେକ ଲୋକ କହିଥିଲେ । ତେବେ ଏହି ସର୍ଭେ ସୋମବାରଠାରୁ ଆରମ୍ଭ ହୋଇଛି । ମିଳିଥିବା ସୂଚନା ଅନୁସାରେ ୨୦୧୩ ମସିହାରେ ମଧ୍ୟ ଏହିଭଳି ଭାବରେ ଏକ ସର୍ଭେ କରାଯାଇଥିଲା । ସେହି ସମୟରେ ସାରାଦେଶରେ ମୋଦିଙ୍କୁ ଅଧିକା ଲୋକପ୍ରିୟ କୁହାଯାଉଥିଲା । ତେବେ ଏହାପରେ ମୋଦି ୨୦୧୪ ସାଧାରଣ ନିର୍ବାଚନରେ ଜିତିବା ପରେ ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କଲେ ।