ଛାଡିଲାନି ବର୍ଷା, ଆଜି ପୁଣି ଖେଳାଯିବ ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ୍ ମ୍ୟାଚ୍ । ବୋଲର ଦେଖାଇଲେ ଦମ୍, ଆଜି ବ୍ୟାଟ୍ସମ୍ୟାନଙ୍କ ପାଳି ।

385

କନକ ବ୍ୟୁରୋ : ଆଜିି ପୁଣି ହେବ ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚ୍ । ଅପରାହ୍ନ ୩ଟାରେ ଆରମ୍ଭ ହେବ ମ୍ୟାଚ । ମାଂଚେଷ୍ଟରରେ ବର୍ଷା ଲାଗି ରହିବାରୁ ଗତକାଲି ଖେଳାଯାଉଥିବା ମ୍ୟାଚକୁ ଶେଷ ମୁହୂର୍ତରେ ଅଧାରୁ ଆଜିକୁ ସ୍ଥଗିତ ରଖାଯାଇଥିଲା । ଆଜି ବାକିଆ ମ୍ୟାଚ ଖେଳାଯିବ । ଗତକାଲି ଯେଉଁଠୁ ଖେଳ ବନ୍ଦ୍ ରହିଥିଲା ଆଜି ସେଇଠୁ ଆରମ୍ଭ ହେବ । ଅର୍ଥାତ ଆଜି ପ୍ରଥମେ କିୱି ଦଳ, ବାକି ଥିବା ଅବଶିଷ୍ଟ ଓଭରରେ ବ୍ୟାଟିଂ କରିବ । ତାପରେ ଭାରତୀୟ ଟିମ୍ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇବ ।

ଗତକାଲି କିୱି ଟିମ୍ ମ୍ୟାଚ୍ର ୪୭ ତମ ଓଭର ଖେଳୁଥିବା ବେଳେ ତୁହାକୁ ତୁହା ବର୍ଷା ହୋଇଥିଲା । ଏହାପରେ ଅମ୍ପାୟର ମ୍ୟାଚକୁ ବନ୍ଦ ରଖିଥିଲେ । ରାତି ୧୦ଟାରେ ବର୍ଷା ଟିକେ କମ ହେବାରୁ ଫିଲ୍ଡରୁ କଭର ହଟାଯାଇଥିଲା । ଅମ୍ପାୟାର ପିଚର ଅନୁଧ୍ୟାନ କରିଥିଲେ । ହେଲେ ଏହାପରେ ପୁଣି ବର୍ଷା ଆରମ୍ଭ ହୋଇଯାଇଥିଲା । ଫଳରେ ପଡିଆକୁ ପୁଣି କଭରରେ ଘୋଡାଇ ଦିଆଯାଇଥିଲା । ଏଭଳି ସ୍ଥିତିରେ ମ୍ୟାଚ ହେବା ଅସମ୍ଭବ ହେବାରୁ ରାତି ୧୦ଟା ୫୦ରେ ମ୍ୟାଚକୁ ସ୍ଥଗିତ ରଖିବାକୁ ନିଷ୍ପତି ହୋଇଥିଲା । ମ୍ୟାଚ୍ ବନ୍ଦ ହେବା ବେଳକୁ ନ୍ୟୁଜିଲାଣ୍ଡ ୪୬ ଓଭରରେ ୫ ୱିକେଟ୍ ହରାଇ ୨୧୧ ରନ୍ କରିଛି ।