ଚଳିତ ବର୍ଷ ଦୁର୍ବଳ ରହିବ ମୌସୁମୀ ! ସ୍ୱାଭାବିକ ଠାରୁ କମ ବୃଷ୍ଟିପାତର ଆକଳନ କଲା ସ୍କାଏମେଟ୍

100

କନକ ବ୍ୟୁରୋ : ଚଳିତବର୍ଷ ମୌସୁମୀ ବର୍ଷା ସାଧାରଣଠାରୁ ଟିକେ କମ୍‌ ହୋଇପାରେ ବୋଲି ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥା ସ୍କାଏମେଟ୍‌ ପୂର୍ବାନୁମାନ କରିଛି । ସ୍ୱାଭାବିକ ବୃଷ୍ଟିପାତଠାରୁ ପରିମାଣ କମ ରହିବ । ମୌସୁମୀ ବାୟୁ ଦୀର୍ଘ ସମୟ ଧରି ସକ୍ରିୟ ରହିଲେ ମଧ୍ୟ ଏହା ସ୍ୱାଭାବିକ ମୌସୁମୀ ବର୍ଷାଠାରୁୁ କମ୍‌ ପରିମାଣର ବୃଷ୍ଟିପାତ କରାଇବ ବୋଲି ଆକଳନ କରାଯାଇଛି ।

monsoon hits
image courtesy-google.co.in

ସ୍କାଏମେଟ୍‌ ଆକଳନ ଅନୁସାରେ ଚଳିତବର୍ଷ ଦେଶରେ ସ୍ୱାଭାବିକ ବୃଷ୍ଟିପାତଠାରୁ ବୃଷ୍ଟିପାତର ପରିମାଣ କମ୍‌ ରହିବା ସହ ଏହା ମୁଖ୍ୟତଃ ୯୦ରୁ ୯୩ ପ୍ରତିଶତ ମଧ୍ୟରେ ସୀମିତ ରହିବ । କମ୍‌ ମୌସୁମୀ ବୃଷ୍ଟିପାତର କାରଣ ଦର୍ଶାଇବାକୁ ଯାଇ ସ୍କାଏମେଟ୍‌ କହିଛି ଚଳିତବର୍ଷ ଭାରତରେ ମୌସୁମୀ ଏଲ୍‌-ଲିନୋ ଦ୍ୱାରା ଗଭୀର ଭାବରେ ପ୍ରଭାବିତ ହେବ । ଯାହାଫଳରେ ମୌସୁମୀ ବାୟୁ ଓ ମୌସୁମୀ ପ୍ରଭାବ ଯଦିଓ ଦେଶରେ ଲମ୍ବା ସମୟ ପର‌୍ୟ୍ୟନ୍ତ ମୌସୁମୀ ପ୍ରବାହ ସକ୍ରିୟ ରହିବ ତେବେ ଏହା ଶତ ପ୍ରତିଶତ ବୃଷ୍ଟିପାତ କରାଇବାରେ ସକ୍ଷମ ହେବ ନାହିଁ ।

Source:
oneindia.com