ଆପଣ ଘରୋଇ କମ୍ପାନୀରେ ପୁଞ୍ଜି ନିବେଶ କରିଛନ୍ତି କି ? ତେବେ ଜାଣନ୍ତୁ ଡଲାର ତୁଳନାରେ ଟଙ୍କାର ପରିମାଣ କେତେ ରହିଛି

26

କନକ ବ୍ୟୁରୋ : ବେଶ କିଛି ଦିନ ହେବ ଟଙ୍କାର ମୂଲ୍ୟ ହ୍ରାସ ହେବାରେ ଲାଗିଛି । ତେବେ ଗତ କାଲି ଡଲାର ତଳକୁ ୧.୧୦ ଖସିବା ଫଳରେ ଟଙ୍କାର ସର୍ବନିମ୍ନ ସ୍ତର ୬୯.୯୩କୁ ଖସିଛି । ସାରା ବିଶ୍ୱରେ ଏହାର ପ୍ରଭାବ ପଡିଛି । ତୁର୍କୀର ବିତ୍ତୀୟ ବଜାରରେ କ୍ଷତି ହୋଇଥିବା କାରଣରୁ ଏପରି ପରିସ୍ଥିତି ହୋଇଥିବା ସଚନା ମିଳିଛି । ତେଣୁ ଯେଉଁମାନେ ଘରୋଇ ବଜାରରେ ପୁଞ୍ଜି ନିବେଶ କରିଛନ୍ତି ସେମାନେ କ୍ଷତିରେ ପଡିଛନ୍ତି । ମିଳିଥିବା ସୂଚନା ଅନୁସାରେ ତୁର୍କୀର ଲିରା ଡଲାର ତୁଳନାରେ ୮ ପ୍ରତିଶତ ହ୍ରାସ ହୋଇଛି । ତେଣୁ ଅନର୍ଜାତୀୟ ବଜାରରେ ଏହାର ପ୍ରଭାବ ପଡିବା ସହ ଅଶୌଧିତ ତୈଳ ଦର ମଧ୍ୟ ବୃଦ୍ଧି ହେବ ବୋଲି ଜଣାପଡିଛି ।

 

ତେବେ ବର୍ତ୍ତମାନ ପରିସ୍ଥିତିରେ ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ ଦୁର୍ବଳ ସ୍ଥିତିରେ ରହିଛି । ତେଣୁ ଟଙ୍କାର ମୂଲ୍ୟକୁ ସୁଦୃଢ କରିବା ଲାଗି ସମସ୍ତ ପ୍ରକାର ପନ୍ଥା ଆପଣାଉଛନ୍ତି ରିଜର୍ଭବ୍ୟାଙ୍କ କର୍ତ୍ତୃପକ୍ଷ । ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୭୦ଟଙ୍କା ଛୁଇଁପାରେ ବୋଲି କେହି କେହି କହୁଛନ୍ତି । ଗତକାଲି କାରବାର ଆରମ୍ଭ ସମୟରେ ଟଙ୍କାର ମୂଲ୍ୟ ୬୮.୪୨ଟଙ୍କାରେ ରହିଥିଲା । ପରେ ଏହା ବଢିବାରେ ଲାଗିଥିଲା । ତେବେ ଯଦି ଏପରି ଭାବରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ବୃଦ୍ଧି ପାଏ ତେବେ ଏହାର ସିଧାସଳଖ ପ୍ରଭାବ ଅର୍ଥନୀତି ଉପରେ ପଡିବ ବୋଲି ଅର୍ଥନୀତି ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି ।