ଭୁବନେଶ୍ୱରରୁ ବିଦାୟ ନେଲା ଏସୀୟ ଦୌଡ଼କୁଦ: ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ଉଦଯାପିତ ହେଲା କ୍ରୀଡ଼ା ମହାକୁମ୍ଭ

23

କନକ ବ୍ୟୁରୋ: ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ଉଦଯାପିତ ହୋଇଛି ଏସିଆନ୍ ଆଥଲେଟିକ୍ ଚାମ୍ପିୟନସିପ୍ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଏବଂ ଚିତାକର୍ଷକ ଆତଶବାଜୀ ମଧ୍ୟରେ ଉଦଯାପିତ ହୋଇଛି ଏସୀୟ ଦୌଡ଼କୁଦ । ଦୀର୍ଘ ୫ ଦିନ ଧରି ଚାଲିଥିବା ଏହି କ୍ରୀଡ଼ା ମହାକୁମ୍ଭର ଅନ୍ତିମ ସନ୍ଧ୍ୟାରେ ବି ଦେଖିବାକୁ ମିଳିଥିଲା ଓଡ଼ିଶା ସଂସ୍କୃତିର ଝଲକ । ଏହି ଉଦଯାପନୀ କାର୍ଯ୍ୟକ୍ରମରେ ଯୋଗଦେଇ ଉଦବୋଧନ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେପଟେ,, ପ୍ରଥମ ଥର ପାଇଁ ଏସୀୟ ଦୌଡ଼କୁଦ ପ୍ରତିଯୋଗିତାରେ ପଦକ ତାଲିକାର ଶୀର୍ଷରେ ରହିଛି ଭାରତ । ୧୯୭୩ ମସିହାରୁ ଆରମ୍ଭ ହୋଇଥିବା ଏହି ଚାମ୍ପିୟନସିପରେ ପ୍ରଥମ କରି ସମସ୍ତ ପ୍ରତିଦ୍ୱନ୍ଦି ରାଷ୍ଟ୍ରକୁ ପଛରେ ପକାଇ ଦେଇଛି ଭାରତ । ଏହି କ୍ରୀଡ଼ା କୁମ୍ଭରେ ଭାରତ ୪ଟି ସ୍ୱର୍ଣ୍ଣ ସହ ମୋଟ୍ ୧୫ଟି ପଦକ ପାଇଥିଲା । କିନ୍ତୁ ଏଥରକ ପଦକ ତାଲିକାର ଶୀର୍ଷରେ ରହିଛି ଭାରତ । ତେବେ ଭାରତ ୧୨ଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ ଏବଂ ୧୨ଟି ବ୍ରୋଞ୍ଜ ପଦକ ସହ ମୋଟ୍ ୨୯ ପଦକ ପାଇଁ ତାଲିକାର ଶୀର୍ଷରେ ରହିଛି । ଭାରତ ପଛକୁ ରହିଛି ଏସିଆର ଅନ୍ୟତମ ଶକ୍ତି କୁହାଯାଉଥିବା ଚୀନ୍ ।

ତେବେ ଅଲିମ୍ପିକ୍ସରୁ ଆରମ୍ଭ କରି ଏସିଆନ୍ ଗେମ୍ ଯାଏଁ ସବୁବେଳେ ଭାରତ ଆଗରେ ରହୁଥିବା ଚୀନ୍ କିନ୍ତୁ ଏଥରକ ପଛରେ ପଡ଼ିଯାଇଛି । ଚୀନ୍ ୮ଟି ସ୍ୱର୍ଣ୍ଣ, ୭ଟି ରୌପ୍ୟ, ୫ଟି ବ୍ରୋଞ୍ଜ ସହ ମୋଟ୍ ୨୦ଟି ପଦକ ପାଇ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ।

ଅନ୍ୟପଟେ ସଫଳତାର ସହ ଏସିଆନ୍ ଆଥଲେଟିକ୍ ଚାମ୍ପିୟନସିପ୍ ଆୟୋଜନ କରି ଦେଖାଇ ଦେଇଛି ଭୁବନେଶ୍ୱର । ମାତ୍ର ଦେଢ଼ମାସର ସମୟ ଭିତରେ ଏକ ବର୍ଣ୍ଣାଢ଼୍ୟ କ୍ରୀଡ଼ା ମହୋତ୍ସବ ଆୟୋଜନ କରି ଭବିଷ୍ୟତ ପାଇଁ ଅନେକ ସଂଭାବନା ଖୋଲି ଦେଇଛି ଓଙ୍ଗ଼ିଶା । ଭୁବନେଶ୍ୱର ମାଟିରୁ କତାର ଅଭିମୁଖେ ବାହାରିଛି ଏହି ଇଭେଂଟ୍ । ହେଲେ ୫ ଦିନର ଏହି ପ୍ରତିଯୋଗିତାରେ ପୁରା ଏସିଆ ଦେଖିଛି ଓଡ଼ିଶାର ଦମ୍ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –